କମେଡିଆନ୍‌ ସୁନୀଲ ପାଲଙ୍କୁ କରାଯାଇଥିଲା ଅପହରଣ

ମୁମ୍ବାଇ: ମିଳିଲା କମେଡିଆନ ସୁନୀଲ ପାଲଙ୍କ ପତ୍ତା। ସେ ନିଖୋଜ ଥିବା ନେଇ ପତ୍ନୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ହେଲେ ଏବେ ସେ ଠିକ୍‌ ଥିବା ନିଜେ ଫୋନ୍‌ ଯୋଗେ କହିଛନ୍ତି। ଏହାଛଡ଼ା ତାଙ୍କର ଅପହରଣ ହୋଇଥିବା ସେ ପୋଲିସକୁ ଜଣାଇଛନ୍ତି। ଜୁମ୍‌ର ରିପୋର୍ଟ ମୁତାବକ, ସୁନୀଲ କହିଛନ୍ତି ଯେ ତାଙ୍କୁ ଅପହରଣ କରାଯାଇଥିଲା। ସେ ଦିଲ୍ଲୀରୁ ମୁମ୍ବାଇ ପାଇଁ ବାହାରୁଛନ୍ତି। ଡିସେମ୍ବର ୪ରେ ପହଞ୍ଚିବା ପରେ ସେ ସବୁକଥା କହିବେ। କହିରଖୁଛୁ, ସୁନୀଲଙ୍କ ପତ୍ନୀ ନିଜ […] The post କମେଡିଆନ୍‌ ସୁନୀଲ ପାଲଙ୍କୁ କରାଯାଇଥିଲା ଅପହରଣ appeared first on Dharitri Odia News.

କମେଡିଆନ୍‌ ସୁନୀଲ ପାଲଙ୍କୁ କରାଯାଇଥିଲା ଅପହରଣ

ମୁମ୍ବାଇ: ମିଳିଲା କମେଡିଆନ ସୁନୀଲ ପାଲଙ୍କ ପତ୍ତା। ସେ ନିଖୋଜ ଥିବା ନେଇ ପତ୍ନୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ହେଲେ ଏବେ ସେ ଠିକ୍‌ ଥିବା ନିଜେ ଫୋନ୍‌ ଯୋଗେ କହିଛନ୍ତି। ଏହାଛଡ଼ା ତାଙ୍କର ଅପହରଣ ହୋଇଥିବା ସେ ପୋଲିସକୁ ଜଣାଇଛନ୍ତି।

ଜୁମ୍‌ର ରିପୋର୍ଟ ମୁତାବକ, ସୁନୀଲ କହିଛନ୍ତି ଯେ ତାଙ୍କୁ ଅପହରଣ କରାଯାଇଥିଲା। ସେ ଦିଲ୍ଲୀରୁ ମୁମ୍ବାଇ ପାଇଁ ବାହାରୁଛନ୍ତି। ଡିସେମ୍ବର ୪ରେ ପହଞ୍ଚିବା ପରେ ସେ ସବୁକଥା କହିବେ।

କହିରଖୁଛୁ, ସୁନୀଲଙ୍କ ପତ୍ନୀ ନିଜ ସ୍ବାମୀଙ୍କ ନିଖୋଜ ନେଇ ଅଭିଯୋଗ କରିଥିଲେ। ସେ ମୁମ୍ବାଇ ବାହାରକୁ ଶୋ’ ପାଇଁ ଯାଇଥିଲେ। ମଙ୍ଗଳବାର ସେଠାରୁ ଫେରିବାର ଥିଲା। ହେଲେ ସେ ଆସି ନ ଥିଲେ। ପତ୍ନୀଙ୍କ ଅଭିଯୋଗ ପରେ ପୋଲିସ ମାମଲାର ଯାଞ୍ଚ କରୁଥିଲା। ଏବେ ସୁନୀଲ ତାଙ୍କୁ ଯୋଗାଯୋଗ କରିଛି।

The post କମେଡିଆନ୍‌ ସୁନୀଲ ପାଲଙ୍କୁ କରାଯାଇଥିଲା ଅପହରଣ appeared first on Dharitri Odia News.