କମ୍ ବୟସରେ ବିବାହ, ଘରୋଇ ହିଂସାର ଶିକାର, ଏମିତି ଥିଲା IASଙ୍କ ସଂଘର୍ଷର ଯାତ୍ରା...
ନୂଆଦିଲ୍ଲୀ ୨୭/୦୮: UPSC କ୍ରାକ କରିବା ସ୍ୱପ୍ନ । ଅନେକ ପରିଶ୍ରମ ପରେ ଜଣେ ଛୁଇଁପାରେ ଶିଖର । ଏକ୍ କରିବାକୁ ପଡେ ଦିନରାତି । ଆଉ ଯଦି ଇଚ୍ଛାଶକ୍ତି ଦୃଢ ଥାଏ, ସବୁ ବାଧାବିଘ୍ନରେ ବି ମିଳିଯାଏ ସଫଳତା । ଅନ୍ୟ କାହାର ସାହାରା ବିନା ବି ଜଣେ ଛୁଇଁଯାଏ ଶିଖର । ଜୀବନରେ ଛୋଟ ବଡ ସମସ୍ୟାକୁ ପାର୍ କରନ୍ତି । ଆହୁରି କିଛି ପ୍ରତିକୂଳ ପରିସ୍ଥିତି ବିରୁଦ୍ଧରେ ଲଢି ତିଆରି କରନ୍ତି ନିଜସ୍ୱ ପଥ । ଏମିତି ଜଣେ ଦୃଢମନା ବ୍ୟକ୍ତିତ୍ୱ ହେଉଛନ୍ତି ଆଇଏଏସ୍ ସବିତା । ସତ ବାଧାବିଘ୍ନ ପାର୍ କରି ହାସଲ କରିଛନ୍ତି ସଫଳତା । ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ । ମଧ୍ୟପ୍ରଦେଶର ଗରିବ ଆଦିବାସୀ ପରିବାରରେ ଜନ୍ମ । ପିଲାଟି ବେଳୁ ଅଭାବ ଅନଟନରେ କଟୁଥିଲା ଦିନ । ସ୍କୁଲ୍ରେ ଛାତ୍ରବୃତ୍ତି ଜରିଆରେ ପାସ୍ କରିଥିଲେ ଦଶମ । ଆଉ ମଣ୍ଡାଇ ଗାଁର ସେ ହୋଇଗଲେ ପ୍ରଥମ ପଢୁଆ ଝିଅ । କଲେଜ ଫି ଦେବାକୁ ପାଖରେ ପଇସା ନଥିବାରୁ ପାର୍ଟ ଟାଇମ ଚାକିରିଟିଏ କଲେ । ଡାକ୍ତର ହେବାକୁ ଇଚ୍ଛା ରଖିଥିବା ଝିଅର ସ୍ୱପ୍ନକୁ ମାରିଦେଇଥିଲେ ବାପା-ମାଆ । ଅନିଚ୍ଛା ସତ୍ତ୍ୱେ ୧୬ ବର୍ଷ ବୟସରେ ଧନୀ ପରିବାରରେ ବିବାହ କରିଥିଲେ ସବିତା । ହେଲେ ସେତିକିରେ ସରିନଥିଲା ସଂଘର୍ଷ । ବିବାହ ପରେ ଶାଶୂ ଘରେ ମିଳିଥିଲା ଅକଥନୀୟ ନିର୍ଯାତନା । ସ୍ୱାମୀ ମାଡ ମାରିବା ସହ ହତ୍ୟା କରିବାକୁ ଦେଉଥିଲେ ଧମକ । ଏମିତିକି ଦୁଇ ପିଲା ଜନ୍ମ ପରେ ବି ଜାରିରହିଥିଲା ତାଙ୍କ ଜୀବନ ଯୁଦ୍ଧ ।
ନୂଆଦିଲ୍ଲୀ ୨୭/୦୮: UPSC କ୍ରାକ କରିବା ସ୍ୱପ୍ନ । ଅନେକ ପରିଶ୍ରମ ପରେ ଜଣେ ଛୁଇଁପାରେ ଶିଖର । ଏକ୍ କରିବାକୁ ପଡେ ଦିନରାତି । ଆଉ ଯଦି ଇଚ୍ଛାଶକ୍ତି ଦୃଢ ଥାଏ, ସବୁ ବାଧାବିଘ୍ନରେ ବି ମିଳିଯାଏ ସଫଳତା । ଅନ୍ୟ କାହାର ସାହାରା ବିନା ବି ଜଣେ ଛୁଇଁଯାଏ ଶିଖର । ଜୀବନରେ ଛୋଟ ବଡ ସମସ୍ୟାକୁ ପାର୍ କରନ୍ତି । ଆହୁରି କିଛି ପ୍ରତିକୂଳ ପରିସ୍ଥିତି ବିରୁଦ୍ଧରେ ଲଢି ତିଆରି କରନ୍ତି ନିଜସ୍ୱ ପଥ । ଏମିତି ଜଣେ ଦୃଢମନା ବ୍ୟକ୍ତିତ୍ୱ ହେଉଛନ୍ତି ଆଇଏଏସ୍ ସବିତା । ସତ ବାଧାବିଘ୍ନ ପାର୍ କରି ହାସଲ କରିଛନ୍ତି ସଫଳତା । ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ ।
ମଧ୍ୟପ୍ରଦେଶର ଗରିବ ଆଦିବାସୀ ପରିବାରରେ ଜନ୍ମ । ପିଲାଟି ବେଳୁ ଅଭାବ ଅନଟନରେ କଟୁଥିଲା ଦିନ । ସ୍କୁଲ୍ରେ ଛାତ୍ରବୃତ୍ତି ଜରିଆରେ ପାସ୍ କରିଥିଲେ ଦଶମ । ଆଉ ମଣ୍ଡାଇ ଗାଁର ସେ ହୋଇଗଲେ ପ୍ରଥମ ପଢୁଆ ଝିଅ । କଲେଜ ଫି ଦେବାକୁ ପାଖରେ ପଇସା ନଥିବାରୁ ପାର୍ଟ ଟାଇମ ଚାକିରିଟିଏ କଲେ । ଡାକ୍ତର ହେବାକୁ ଇଚ୍ଛା ରଖିଥିବା ଝିଅର ସ୍ୱପ୍ନକୁ ମାରିଦେଇଥିଲେ ବାପା-ମାଆ । ଅନିଚ୍ଛା ସତ୍ତ୍ୱେ ୧୬ ବର୍ଷ ବୟସରେ ଧନୀ ପରିବାରରେ ବିବାହ କରିଥିଲେ ସବିତା । ହେଲେ ସେତିକିରେ ସରିନଥିଲା ସଂଘର୍ଷ । ବିବାହ ପରେ ଶାଶୂ ଘରେ ମିଳିଥିଲା ଅକଥନୀୟ ନିର୍ଯାତନା । ସ୍ୱାମୀ ମାଡ ମାରିବା ସହ ହତ୍ୟା କରିବାକୁ ଦେଉଥିଲେ ଧମକ । ଏମିତିକି ଦୁଇ ପିଲା ଜନ୍ମ ପରେ ବି ଜାରିରହିଥିଲା ତାଙ୍କ ଜୀବନ ଯୁଦ୍ଧ ।
ସ୍ଥିତି ଏମିତି ଥିଲା କି, ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ ସବିତା । କିନ୍ତୁ ଦୁଇ ପିଲାଙ୍କୁ ଚାହିଁ ବଦଳିଥିଲା ନିଷ୍ପତ୍ତି । ପାଖରେ ଥିବା ୨୭୦୦ ଟଙ୍କା ନେଇ ବାହାରିଗଲେ ଘରୁ । ପରିବାର ଲୋକଙ୍କ ସମର୍ଥନ ଓ ସହାୟତାରେ ପିଲାଙ୍କୁ ମଣିଷ କରିବାକୁ ବିୟୁଟି ପାର୍ଲର ଖୋଲି ରୋଜଗାର କଲେ । ଏହାରି ଭିତରେ ଜାରି ରଖିଥିଲେ ପାଠପଢା । ଭୋପାଳର ବାରକାଟୁଲ୍ଲା ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ ପରେ ପ୍ରାଶାସନିକ ସେବା ଲାଗି ବଳିଥିଲା ସବିତାଙ୍କ ମନ ।
କଠିନ ପରିଶ୍ରମ ବଳରେ ୨୪ ବର୍ଷ ବୟସରେ ପ୍ରଥମ ପ୍ରୟାସରେ କ୍ରାକ୍ କଲେ ୟୁପିଏସ୍ସି । ପ୍ରଥମେ ଚିଫ୍ ମ୍ୟୁନିସିପାଲିଟି ଅଫିସର ଭାବେ ନିଯୁକ୍ତି ପରେ ପଦୋନ୍ନତି ସହ ବନିଗଲେ IAS ଅଧିକାରୀ । ବର୍ତ୍ତମାନ ସେ ଗ୍ୱାଲିଅର୍ ଏବଂ ଚାମ୍ବଲ୍ ରିଜନର ଅର୍ବାନ ପ୍ରଶାସନର ଯୁଗ୍ମ ନିର୍ଦ୍ଦେଶ । ତେବେ ପ୍ରଥମ ସ୍ୱାମୀଙ୍କୁ ଡିଭୋର୍ସ ଦେବା ପରେ ଦ୍ୱିତୀୟ ବିବାହ କରି ସୁଖରେ ସଂସାର କରୁଛନ୍ତି । ତାଙ୍କ କାହାଣୀ ଶୁଣିବା ପରେ ସମସ୍ତେ କହୁଛନ୍ତି ସବିତାଙ୍କ 'ହିମ୍ମତ ଓ ସାହସଙ୍କୁ ଶହେ ସଲାମ୍ ।