କମ୍ବିଂ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ୨ ଯବାନ ସହିଦ, ୪ ଗୁରୁତର

ମାଲକାନଗିରି ୧୮/୦୭: ଛତିଶଗଡ଼ରେ କମ୍ବିଂ ଅପରେସନ ବେଳେ ବଡ ଅଘଟଣ । ବଡ଼ ଧରଣର ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇ ୨ ଯବାନ ସହିଦ ହୋଇଛନ୍ତି । ଏହି ବିସ୍ଫୋରଣରେ ୪ ଯବାନ ଗୁରୁତର ହୋଇଛନ୍ତି। ଛତିଶଗ଼ଡ କାଙ୍କେର ଜିଲ୍ଲାର ପାଖାଁଞ୍ଜୁର ଥାନା ଚିନ୍ଦବେଟି ଅଞ୍ଚଳରେ ଯବାନ ମାନେ କୁମ୍ବିଂ କରୁଥିବା ସମୟରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୬ଜଣ ଜବାନ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଯବାନଙ୍କ ଗୁଳିରେ ଦୁଇ ଜଣ ମାଓବାଦୀ ପ୍ରାଣ ହରାଇଥିବା ଜଣାପଡିଛି । ଆହତ ଯବାନଙ୍କୁ ତୁରନ୍ତ ହେଲିକପ୍ଟର ଯୋଗେ ମହାରାଷ୍ଟ୍ରର ଗଡଚିରୋଲି ମେଡିକାଲକୂ ସ୍ଥାନାନ୍ତର କରାଯାଇଥିଲା । ପାଖାଁଞ୍ଜୁର ଚିନ୍ଦବେଟି ଜଙ୍ଗଲରେ ମାଓ ଗତିବିଧି ବଢିବା କାରଣରୁ ମହାରାଷ୍ଟ୍ର ଓ ଛତିଶଗଡ଼ ରାଜ୍ୟର ଯବାନ ମାନେ ମିଳିତ ଭାବେ କୁମ୍ବିଂ ଅପରେସନ ଜାରି ରଖିଥିଲେ ଯାହାର ଖବର ମାଓବାଦୀଙ୍କ ପାଖରେ ପହଁଚିବାରୁ ମାଓବାଦୀ ମାନେ ଘଞ୍ଚ ଜଙ୍ଗଲରେ ଲୁଚି ଛପି ଯବାନଙ୍କ ଉପରେ ପ୍ରଥମେ ଆକ୍ରମଣ କରିଥିଲେ । ତେବେ ଯବାନ ମାନେ ମଧ୍ୟ ଏହାର ପାଲଟା ଜବାବ ଦେବା ସମୟରେ ମହାରାଷ୍ଟ୍ର ପୋଲିସର ସି-୬୦ ବାଟାଲିୟନର ଦୁଇ ଜଣ ଯବାନ ଓ ଛତିଶଗଡ ପୋଲିସର ଚାରି ଜଣ ଡିଆରଜି ଯବାନ ଆହତ ହୋଇଥିଲେ । ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । 

କମ୍ବିଂ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ୨ ଯବାନ ସହିଦ, ୪ ଗୁରୁତର

ମାଲକାନଗିରି ୧୮/୦୭: ଛତିଶଗଡ଼ରେ କମ୍ବିଂ ଅପରେସନ ବେଳେ ବଡ ଅଘଟଣ । ବଡ଼ ଧରଣର ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇ ୨ ଯବାନ ସହିଦ ହୋଇଛନ୍ତି । ଏହି ବିସ୍ଫୋରଣରେ ୪ ଯବାନ ଗୁରୁତର ହୋଇଛନ୍ତି। ଛତିଶଗ଼ଡ କାଙ୍କେର ଜିଲ୍ଲାର ପାଖାଁଞ୍ଜୁର ଥାନା ଚିନ୍ଦବେଟି ଅଞ୍ଚଳରେ ଯବାନ ମାନେ କୁମ୍ବିଂ କରୁଥିବା ସମୟରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । 

ଏଥିରେ ୬ଜଣ ଜବାନ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଯବାନଙ୍କ ଗୁଳିରେ ଦୁଇ ଜଣ ମାଓବାଦୀ ପ୍ରାଣ ହରାଇଥିବା ଜଣାପଡିଛି । ଆହତ ଯବାନଙ୍କୁ ତୁରନ୍ତ ହେଲିକପ୍ଟର ଯୋଗେ ମହାରାଷ୍ଟ୍ରର ଗଡଚିରୋଲି ମେଡିକାଲକୂ ସ୍ଥାନାନ୍ତର କରାଯାଇଥିଲା । ପାଖାଁଞ୍ଜୁର ଚିନ୍ଦବେଟି ଜଙ୍ଗଲରେ ମାଓ ଗତିବିଧି ବଢିବା କାରଣରୁ ମହାରାଷ୍ଟ୍ର ଓ ଛତିଶଗଡ଼ ରାଜ୍ୟର ଯବାନ ମାନେ ମିଳିତ ଭାବେ କୁମ୍ବିଂ ଅପରେସନ ଜାରି ରଖିଥିଲେ ଯାହାର ଖବର ମାଓବାଦୀଙ୍କ ପାଖରେ ପହଁଚିବାରୁ ମାଓବାଦୀ ମାନେ ଘଞ୍ଚ ଜଙ୍ଗଲରେ ଲୁଚି ଛପି ଯବାନଙ୍କ ଉପରେ ପ୍ରଥମେ ଆକ୍ରମଣ କରିଥିଲେ । 

ତେବେ ଯବାନ ମାନେ ମଧ୍ୟ ଏହାର ପାଲଟା ଜବାବ ଦେବା ସମୟରେ ମହାରାଷ୍ଟ୍ର ପୋଲିସର ସି-୬୦ ବାଟାଲିୟନର ଦୁଇ ଜଣ ଯବାନ ଓ ଛତିଶଗଡ ପୋଲିସର ଚାରି ଜଣ ଡିଆରଜି ଯବାନ ଆହତ ହୋଇଥିଲେ । ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।