କମ୍ଭିଭା ସହ ଏଡବ୍ଲ୍ୟୁଏସ୍ର ବୁଝାମଣା
ନୂଆଦିଲ୍ଲୀ,୧୩।୧୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା କମ୍ଭିଭା ଏବଂ ଆମାଜନ ୱେବ୍ ସର୍ଭିସେସ୍ (ଏଡବ୍ଲ୍ୟୁଏସ୍) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏ ସମ୍ପର୍କରେ କମ୍ଭିଭାର ସିଇଓ ରାଜେଶ ଚାନ୍ଦିରାମନି କହିଛନ୍ତି, କ୍ଲାଉଡ୍ ସମାଧାନଗୁଡିକ ଟେଲିକମ୍ ଅପରେଟରଙ୍କୁ ନୂଆ ରଣନୀତି ଓ ବିଜ୍ନେସ୍ ମଡେଲଗୁଡିକୁ ଆପଣାଇବା କ୍ଷେତ୍ରରେ ଏକ ସ୍ବତନ୍ତ୍ର ସୁବିଧା ପ୍ରଦାନ କରୁଛି, ଯାହା ସେମାନଙ୍କୁ ବ୍ୟବସାୟ ମୂଲ୍ୟ ପ୍ରଦାନ କରିବା ପାଇଁ ସର୍ବୋତ୍ତମ ମାର୍ଗ ନିର୍ଦ୍ଧାରଣ କରିବାରେ ସାହାଯ୍ୟ କରିପାରିବ। ଏଡବ୍ଲ୍ୟୁଏସ୍ ଇଣ୍ଡିଆ […] The post କମ୍ଭିଭା ସହ ଏଡବ୍ଲ୍ୟୁଏସ୍ର ବୁଝାମଣା appeared first on Dharitri Odia News.
ନୂଆଦିଲ୍ଲୀ,୧୩।୧୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା କମ୍ଭିଭା ଏବଂ ଆମାଜନ ୱେବ୍ ସର୍ଭିସେସ୍ (ଏଡବ୍ଲ୍ୟୁଏସ୍) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏ ସମ୍ପର୍କରେ କମ୍ଭିଭାର ସିଇଓ ରାଜେଶ ଚାନ୍ଦିରାମନି କହିଛନ୍ତି, କ୍ଲାଉଡ୍ ସମାଧାନଗୁଡିକ ଟେଲିକମ୍ ଅପରେଟରଙ୍କୁ ନୂଆ ରଣନୀତି ଓ ବିଜ୍ନେସ୍ ମଡେଲଗୁଡିକୁ ଆପଣାଇବା କ୍ଷେତ୍ରରେ ଏକ ସ୍ବତନ୍ତ୍ର ସୁବିଧା ପ୍ରଦାନ କରୁଛି, ଯାହା ସେମାନଙ୍କୁ ବ୍ୟବସାୟ ମୂଲ୍ୟ ପ୍ରଦାନ କରିବା ପାଇଁ ସର୍ବୋତ୍ତମ ମାର୍ଗ ନିର୍ଦ୍ଧାରଣ କରିବାରେ ସାହାଯ୍ୟ କରିପାରିବ।
ଏଡବ୍ଲ୍ୟୁଏସ୍ ଇଣ୍ଡିଆ ଓ ସାଉଥ୍ ଏସିଆର ବିଜ୍ନେସ୍ ଡେଭ୍ଲପମେଣ୍ଟ ବିଭାଗର ମୁଖ୍ୟ ଭି.ଜି.ସୁନ୍ଦର ରାମ କହିଛନ୍ତି, କମ୍ଭିଭା ବାସ୍ତବରେ ଏକ ସାସ୍ ସଂସ୍ଥାରେ ପରିଣତ ହେବା ପାଇଁ ନିଜର ଯାତ୍ରା ଆରମ୍ଭ କରିଥିବାରୁ ଏଡବ୍ଲ୍ୟୁଏସ୍ ଏହାର ପସନ୍ଦର କ୍ଲାଉଡ୍ ଭାବେ କମ୍ପାନୀ ସହ ସହଭାଗିତା କରିବା ପାଇଁ ଉତ୍ସାହିତ ରହିଛି। ଏହି ସହଭାଗିତା ବିସ୍ତୃତ, ସୁରକ୍ଷିତ ଓ ଅଭିନବ ଟେକ୍ନୋଲୋଜି ସମାଧାନ ପ୍ରଦାନକରି ସଂସ୍ଥାଗୁଡିକୁ ସେମାନଙ୍କର ଡିଜିଟାଲ ରୂପାନ୍ତରଣ ଯାତ୍ରାକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବା ପାଇଁ ଆମର ପ୍ରତିବଦ୍ଧତା ସହ ଜଡିତ ରହିଛି।
The post କମ୍ଭିଭା ସହ ଏଡବ୍ଲ୍ୟୁଏସ୍ର ବୁଝାମଣା appeared first on Dharitri Odia News.