କରଙ୍ଗାଭଟା ଜଙ୍ଗଲରେ ଲାଗିଲା ନିଆଁ
କୋମନା,୧୪ା୨(ସୋବିନ ଛତ୍ରିଆ)- ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ କରଙ୍ଗାଭଟା ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ହଠାତ୍ ନିଆଁ ଲାଗିଥିଲା। ଗଛଲତା ପୋଡ଼ିଯାଉଥିବା ଦେଖି ଗାଁ ଲୋକେ ଜଙ୍ଗଲ ବିଭାଗର ତରବୋଡ଼ ଫରେଷ୍ଟ ବିଟକୁ ଖବର ଦେଇଥିଲେ। ତରବୋଡ଼ ଫରେଷ୍ଟ ବିଟ୍ କର୍ମଚାରୀ ମନୁ ସଗରିଆ, ଜଙ୍ଗଲ ଜଗୁଆଳି ରୁଦ୍ରମଣୀ ପରୁଆ, କପୁରଚନ ଶବର ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ଏମାନଙ୍କୁ କରଙ୍ଗାଭଟା ଗ୍ରାମର ନୀଳକଣ୍ଠ କେତକୀ, ସେୱାରାମ ନାଏକ ପ୍ରମୁଖ ସହଯୋଗ କରିଥିଲେ। The post କରଙ୍ଗାଭଟା ଜଙ୍ଗଲରେ ଲାଗିଲା ନିଆଁ appeared first on Dharitri Odia News.
କୋମନା,୧୪ା୨(ସୋବିନ ଛତ୍ରିଆ)- ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ କରଙ୍ଗାଭଟା ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ହଠାତ୍ ନିଆଁ ଲାଗିଥିଲା। ଗଛଲତା ପୋଡ଼ିଯାଉଥିବା ଦେଖି ଗାଁ ଲୋକେ ଜଙ୍ଗଲ ବିଭାଗର ତରବୋଡ଼ ଫରେଷ୍ଟ ବିଟକୁ ଖବର ଦେଇଥିଲେ।
ତରବୋଡ଼ ଫରେଷ୍ଟ ବିଟ୍ କର୍ମଚାରୀ ମନୁ ସଗରିଆ, ଜଙ୍ଗଲ ଜଗୁଆଳି ରୁଦ୍ରମଣୀ ପରୁଆ, କପୁରଚନ ଶବର ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ଏମାନଙ୍କୁ କରଙ୍ଗାଭଟା ଗ୍ରାମର ନୀଳକଣ୍ଠ କେତକୀ, ସେୱାରାମ ନାଏକ ପ୍ରମୁଖ ସହଯୋଗ କରିଥିଲେ।
The post କରଙ୍ଗାଭଟା ଜଙ୍ଗଲରେ ଲାଗିଲା ନିଆଁ appeared first on Dharitri Odia News.