କରଞ୍ଜିଆ ବନଖଣ୍ଡକୁ ପୁଣି ଫେରିଲେ ହାତୀ, ଭୟରେ ଅଞ୍ଚଳବାସୀ

କରଞ୍ଜିଆ ୧୬।୦୬ : ବନଖଣ୍ଡକୁ ପୁଣି ଫେରିଲେ ହାତୀ । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡକୁ ଫେରିଛନ୍ତି ହାତୀପଲ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଖବର ଅନୁଯାୟୀ, ୨୭ଟି ହାତୀ ଆଜି ସକାଳୁ ସକାଳୁ କେନ୍ଦୁଝରରୁ ଜାତୀୟ ରାଜପଥ ୪୯ ଦେଇ ଘୋଷଦା ଗାଁ ନିକଟକୁ ଫେରିଛନ୍ତି। ହାତୀପଲ ଯୋଗୁଁ ୨୦ ରୁ ଉର୍ଦ୍ଧ୍ବ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବନବିଭାଗ ପକ୍ଷରୁ ହାତୀପଲଙ୍କ ଗତିବିଧି ଉପରେ ତୀକ୍ଷ୍ମ ନଜର ରଖା ଯାଇଛି । ହାତୀ ମାନଙ୍କ ପାଖକୁ ନଯିବା ପାଇଁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସତର୍କ କରାଯାଉଛି । ଏବେ ହାତୀପଲ ଘୋଷଦା ଜଙ୍ଗଲରେ ରହିଥିବା ସୂଚନା ମିଳିଛି ।

କରଞ୍ଜିଆ ବନଖଣ୍ଡକୁ ପୁଣି ଫେରିଲେ ହାତୀ, ଭୟରେ ଅଞ୍ଚଳବାସୀ

କରଞ୍ଜିଆ ୧୬।୦୬ : ବନଖଣ୍ଡକୁ ପୁଣି ଫେରିଲେ ହାତୀ । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡକୁ ଫେରିଛନ୍ତି ହାତୀପଲ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । 

ଖବର ଅନୁଯାୟୀ, ୨୭ଟି ହାତୀ ଆଜି ସକାଳୁ ସକାଳୁ କେନ୍ଦୁଝରରୁ ଜାତୀୟ ରାଜପଥ ୪୯ ଦେଇ ଘୋଷଦା ଗାଁ ନିକଟକୁ ଫେରିଛନ୍ତି। ହାତୀପଲ ଯୋଗୁଁ ୨୦ ରୁ ଉର୍ଦ୍ଧ୍ବ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବନବିଭାଗ ପକ୍ଷରୁ ହାତୀପଲଙ୍କ ଗତିବିଧି ଉପରେ ତୀକ୍ଷ୍ମ ନଜର ରଖା ଯାଇଛି । ହାତୀ ମାନଙ୍କ ପାଖକୁ ନଯିବା ପାଇଁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସତର୍କ କରାଯାଉଛି । ଏବେ ହାତୀପଲ ଘୋଷଦା ଜଙ୍ଗଲରେ ରହିଥିବା ସୂଚନା ମିଳିଛି ।