କରୋନା, HMPV ପରେ ଡରାଇଲାଣି ଜିବିଏସ୍, ପୁନେରେ ପ୍ରଥମ ଆକ୍ରାନ୍ତଙ୍କ ମୃତ୍ୟୁ ସୂଚନା, ଭେଣ୍ଟିଲେଟରରେ ୧୩

ମହାରାଷ୍ଟ୍ର୨୪/୧:  କରୋନା, HMPV ପରେ ଏବେ ଚିନ୍ତା ବଢାଇଲାଣି ବିରଳ ସ୍ନାୟୁ ରୋଗ Guillain-Barre-Syndrome ବା ଜିବିଏସ୍‌ । ପୁନେରେ ପ୍ରଥମ ଆକ୍ରାନ୍ତଙ୍କ ମୃତ୍ୟୁ ସୂଚନା । ୬୭ ଜଣ ରୋଗୀ ଚିହ୍ନଟ ପରେ ଦେଶବ୍ୟାପୀ ଭୟର ବାତାବରଣ । ସବୁଠୁ ଚିନ୍ତାଜନକ କଥା ହେଉଛି ସ୍ନାୟୁ ଜନିତ ରୋଗ ଜିବିଏସ୍‌ ରୋଗର କାରଣ ଜାଣିପାରୁନାହାନ୍ତି ଡାକ୍ତର । ଏହାକୁ ରୋକିବାକୁ କୌଣସି ନିର୍ଦ୍ଦିଷ୍ଟ ମେଡିସିନ ବାହାରିନାହିଁ । କେବଳ ଲକ୍ଷଣ ବନ୍ଦ ପାଇଁ ଡାକ୍ତରମାନେ ଚିକିତ୍ସା କରୁଛନ୍ତି ।ଦିନକୁ ଦିନ ଅଧିକରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ହେଲେ କେବେ ରୋଗୀ ସୁସ୍ଥ ହେବେ ତାର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ । ଜଣେ ରୋଗୀ ୭ଦିନରେ ମଧ୍ୟ ସୁସ୍ଥ ହୋଇପାରେ  । ନଚେତ୍‌ ସୁସ୍ଥ ହେବାକୁ ବର୍ଷ ବର୍ଷ ଲାଗିପାରେ । ବର୍ତ୍ତମାନ ମହାରାଷ୍ଟ୍ର ପୁନେରେ ଆତଙ୍କ ଖେଳାଇଛି ଜିବିଏସ୍‌ । ୬୭ ଜଣ ଲୋକ ଏହି ବିରଳ ସ୍ନାୟୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ରୋଗୀ ସଂଖ୍ୟା ବଢୁଥିବା ଦେଖି ତତ୍ପର ହୋଇଛନ୍ତି ମହାରାଷ୍ଟ୍ର ସରକାର । ରୋଗର କାରଣ ଖୋଜିବାକୁ ଗଠନ ହୋଇଛି ସ୍ବତନ୍ତ୍ର ଟିମ୍‌ । ଡାକ୍ତରମାନଙ୍କ କହିବା କଥା ଜୀବାଣୁ କିମ୍ବା ଭୂତାଣୁ ଜନିତ ସଂକ୍ରମଣ ପରେ ଜିବିଏସ୍‌ର ରୂପ ନେଇଥାଏ । ଏହା ରୋଗୀର ରୋଗପ୍ରତିରୋଧକ ଶକ୍ତିକୁ ସଂପୂର୍ଣ୍

କରୋନା, HMPV ପରେ ଡରାଇଲାଣି ଜିବିଏସ୍, ପୁନେରେ ପ୍ରଥମ ଆକ୍ରାନ୍ତଙ୍କ ମୃତ୍ୟୁ ସୂଚନା, ଭେଣ୍ଟିଲେଟରରେ ୧୩

ମହାରାଷ୍ଟ୍ର୨୪/୧:  କରୋନା, HMPV ପରେ ଏବେ ଚିନ୍ତା ବଢାଇଲାଣି ବିରଳ ସ୍ନାୟୁ ରୋଗ Guillain-Barre-Syndrome ବା ଜିବିଏସ୍‌ । ପୁନେରେ ପ୍ରଥମ ଆକ୍ରାନ୍ତଙ୍କ ମୃତ୍ୟୁ ସୂଚନା । ୬୭ ଜଣ ରୋଗୀ ଚିହ୍ନଟ ପରେ ଦେଶବ୍ୟାପୀ ଭୟର ବାତାବରଣ । ସବୁଠୁ ଚିନ୍ତାଜନକ କଥା ହେଉଛି ସ୍ନାୟୁ ଜନିତ ରୋଗ ଜିବିଏସ୍‌ ରୋଗର କାରଣ ଜାଣିପାରୁନାହାନ୍ତି ଡାକ୍ତର । ଏହାକୁ ରୋକିବାକୁ କୌଣସି ନିର୍ଦ୍ଦିଷ୍ଟ ମେଡିସିନ ବାହାରିନାହିଁ । କେବଳ ଲକ୍ଷଣ ବନ୍ଦ ପାଇଁ ଡାକ୍ତରମାନେ ଚିକିତ୍ସା କରୁଛନ୍ତି ।

ଦିନକୁ ଦିନ ଅଧିକରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ହେଲେ କେବେ ରୋଗୀ ସୁସ୍ଥ ହେବେ ତାର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ । ଜଣେ ରୋଗୀ ୭ଦିନରେ ମଧ୍ୟ ସୁସ୍ଥ ହୋଇପାରେ  । ନଚେତ୍‌ ସୁସ୍ଥ ହେବାକୁ ବର୍ଷ ବର୍ଷ ଲାଗିପାରେ । ବର୍ତ୍ତମାନ ମହାରାଷ୍ଟ୍ର ପୁନେରେ ଆତଙ୍କ ଖେଳାଇଛି ଜିବିଏସ୍‌ । ୬୭ ଜଣ ଲୋକ ଏହି ବିରଳ ସ୍ନାୟୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ରୋଗୀ ସଂଖ୍ୟା ବଢୁଥିବା ଦେଖି ତତ୍ପର ହୋଇଛନ୍ତି ମହାରାଷ୍ଟ୍ର ସରକାର । ରୋଗର କାରଣ ଖୋଜିବାକୁ ଗଠନ ହୋଇଛି ସ୍ବତନ୍ତ୍ର ଟିମ୍‌ । 

ଡାକ୍ତରମାନଙ୍କ କହିବା କଥା ଜୀବାଣୁ କିମ୍ବା ଭୂତାଣୁ ଜନିତ ସଂକ୍ରମଣ ପରେ ଜିବିଏସ୍‌ର ରୂପ ନେଇଥାଏ । ଏହା ରୋଗୀର ରୋଗପ୍ରତିରୋଧକ ଶକ୍ତିକୁ ସଂପୂର୍ଣ୍ଣ ଭାବେ ଦୁର୍ବଳ କରି ସ୍ନାୟୁକୁ ଆଟାକ କରିଥାଏ  । ଏହି ରୋଗୀରେ ପୀଡିତ ରୋଗୀ ଦୁର୍ବଳ ଅନୁଭବ କରିବା, ବଧିରା ଅନୁଭବ କରିବା ଏପରିକି ପକ୍ଷାଘାତର ଶିକାର ହୋଇପାରନ୍ତି । ଏହି ରୋଗ  ଉଭୟ ଛୋଟ ପିଲା ଓ ଯୁବଗୋଷ୍ଠୀଙ୍କୁ ଆକ୍ରାନ୍ତ କରିପାରେ । ଜିବିଏସ ରୋଗ ସୃଷ୍ଟି ହେବାର କାରଣ ଜଣାପଡିନଥିବାରୁ ତାର ନିରାକରଣକୁ ନେଇ ଚିନ୍ତା ବଢିଛି । 

ଜିବିଏସରେ ଆକ୍ରାନ୍ତ ହେଉଥିବା ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ ଅତିକମ୍‌ରେ ୬ ସପ୍ତାହ ଧରି ବିଭିନ୍ନ ସଂକ୍ରମଣର ଲକ୍ଷଣ ଦେଖାଯାଇଥାଏ । ଏହି ସଂକ୍ରମଣ ଯେକୌଣସି ଶ୍ବାସକ୍ରିୟା ଜନିତ ଅସୁସ୍ଥ କିମ୍ବା ଗ୍ୟାସ ଜନିତ ହୋଇଥାଏ । ଦୁର୍ବଳତା ବ୍ୟତୀତ  ଜିବିଏସର ଲକ୍ଷଣ ପ୍ରଥମେ ପାଦରେ ଦେଖାଯାଏ । ପୁରା ଶରୀରକୁ ଗ୍ରାସ କରେ । ଗୋଡ,ହାତ, ମୁହଁ ଓ ମାଂସପେଶୀରେ ସମସ୍ୟା ସୃଷ୍ଟି କରେ । ଆକ୍ରାନ୍ତ ବ୍ୟକ୍ତି ପାହାଡ ଚଢିବା କିମ୍ବା ଚାଲିବାରେ କଷ୍ଟ ଅନୁଭବ କରନ୍ତି । ଏବେ ସୁଦ୍ଧାର ରୋଗର କୌଣସୀ ସ୍ଥାୟୀ ନିରାକରଣ ବାହାରିନି । କିଛି ଥେରାପି ଦ୍ବାରା ରୋଗ ଭଲ ହେଉଥିବା ଦାବି କରିଛନ୍ତି ଡାକ୍ତର ।