କର୍ଣ୍ଣାଟକ: ଡି.କେ. ଶିବ କୁମାରଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ, ମାମଲା ରୁଜୁ

ବେଙ୍ଗାଲୁରୁ ୨୦।୪: କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ.ଶିବକୁମାରଙ୍କ ବିରୋଧରେ ଲୋକସଭା ନିର୍ବାଚନ ପ୍ରଚାର କାଳରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ପୋଲିସ ମୋକଦ୍ଦମା ରୁଜୁ କରିଛି। ଏହି ମାମଲା କଂଗ୍ରେସ ନେତା ଶିବ କୁମାରଙ୍କ ଏକ ଭିଡିଓ ସହ ସମ୍ପର୍କିତ। ଭିଡିଓରେ କଥିତ ରୂପେ ସେ ବେଙ୍ଗାଲୁରୁର ଭୋଟରଙ୍କୁ ଏହା କହୁଥିବା ଦେଖାଯାଇଛି ଯଦି ସେମାନେ ତାଙ୍କ ଭାଇ ଡି.କେ.ସୁରେଶଙ୍କୁ ଭୋଟ ଦେବେ ତେବେ ସେମାନଙ୍କୁ କାବେରୀ ନଦୀରୁ ପାଣି ସପ୍ଲାଇ ଦିଆଯିବ। ଡି.କେ. ସୁରେଶ ବେଙ୍ଗାଲୁରୁ ଗ୍ରାମୀଣ ନିର୍ବାଚନମଣ୍ଡଳିରୁ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ ତାଙ୍କ ଭାଷଣରେ ସେ ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘ କରୁଥିବା ସ୍ପଷ୍ଟ ହୋଇଛି। ନିର୍ବାଚନରେ ଲାଞ୍ଚ ଓ ଅନୁଚିତ ପ୍ରଭାବ ଲାଗି ପୋଲିସରେ କେସ କରାଯାଇଛି। ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଭିଡିଓ କ୍ଲିପ୍‌ରେ ଡି.କେ. ଶିବକୁମାର କଥିତ ରୂପେ ତାଙ୍କ ଭାଇଙ୍କ ନିର୍ବାଚନ ମଣ୍ଡଳିର ଏକ ହାଉସିଂ ସୋସାଇଟିର ବାସିନ୍ଦାଙ୍କୁ ସମ୍ବୋଧିତ କରୁଥିବାର ଦେଖାଯାଉଛି। ତାଙ୍କୁ ଏହା କହୁଥିବାର ଶୁଣାଯାଉଛି ଯେ ସେ ଏକ ବିଜନେସ୍ ଡିଲ ପାଇଁ ଆସିଛନ୍ତି। ଯଦି ଲୋକେ ତାଙ୍କ ଭାଇଙ୍କୁ ଭୋଟ ଦେବେ ତେବେ ସେ କାବେରୀ ନଦୀରୁ ସୋସାଇଟିକୁ ପାଣି ଯୋଗାଣର ବନ୍ଦୋବସ୍ତ କରିବେ। An FIR is lodged by the FST of Bengaluru against Dy.

କର୍ଣ୍ଣାଟକ: ଡି.କେ. ଶିବ କୁମାରଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ, ମାମଲା ରୁଜୁ

ବେଙ୍ଗାଲୁରୁ ୨୦।୪: କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ.ଶିବକୁମାରଙ୍କ ବିରୋଧରେ ଲୋକସଭା ନିର୍ବାଚନ ପ୍ରଚାର କାଳରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ପୋଲିସ ମୋକଦ୍ଦମା ରୁଜୁ କରିଛି। ଏହି ମାମଲା କଂଗ୍ରେସ ନେତା ଶିବ କୁମାରଙ୍କ ଏକ ଭିଡିଓ ସହ ସମ୍ପର୍କିତ। ଭିଡିଓରେ କଥିତ ରୂପେ ସେ ବେଙ୍ଗାଲୁରୁର ଭୋଟରଙ୍କୁ ଏହା କହୁଥିବା ଦେଖାଯାଇଛି ଯଦି ସେମାନେ ତାଙ୍କ ଭାଇ ଡି.କେ.ସୁରେଶଙ୍କୁ ଭୋଟ ଦେବେ ତେବେ ସେମାନଙ୍କୁ କାବେରୀ ନଦୀରୁ ପାଣି ସପ୍ଲାଇ ଦିଆଯିବ। 

ଡି.କେ. ସୁରେଶ ବେଙ୍ଗାଲୁରୁ ଗ୍ରାମୀଣ ନିର୍ବାଚନମଣ୍ଡଳିରୁ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ ତାଙ୍କ ଭାଷଣରେ ସେ ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘ କରୁଥିବା ସ୍ପଷ୍ଟ ହୋଇଛି। ନିର୍ବାଚନରେ ଲାଞ୍ଚ ଓ ଅନୁଚିତ ପ୍ରଭାବ ଲାଗି ପୋଲିସରେ କେସ କରାଯାଇଛି। ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଭିଡିଓ କ୍ଲିପ୍‌ରେ ଡି.କେ. ଶିବକୁମାର କଥିତ ରୂପେ ତାଙ୍କ ଭାଇଙ୍କ ନିର୍ବାଚନ ମଣ୍ଡଳିର ଏକ ହାଉସିଂ ସୋସାଇଟିର ବାସିନ୍ଦାଙ୍କୁ ସମ୍ବୋଧିତ କରୁଥିବାର ଦେଖାଯାଉଛି। ତାଙ୍କୁ ଏହା କହୁଥିବାର ଶୁଣାଯାଉଛି ଯେ ସେ ଏକ ବିଜନେସ୍ ଡିଲ ପାଇଁ ଆସିଛନ୍ତି। ଯଦି ଲୋକେ ତାଙ୍କ ଭାଇଙ୍କୁ ଭୋଟ ଦେବେ ତେବେ ସେ କାବେରୀ ନଦୀରୁ ସୋସାଇଟିକୁ ପାଣି ଯୋଗାଣର ବନ୍ଦୋବସ୍ତ କରିବେ। 


ଡି.କେ. ଶିବକୁମାର ଏକ ରାଲିକୁ ସମ୍ବୋଧିତ କରି କହିଛନ୍ତି ଯେ ମୁଁ ଏଠାକୁ ଏକ ବିଜନେସ୍ ମିଟିଂ ଲାଗି ଆସିଛି। ଆପଣ କାବେରୀ ଜଳ ଓ ସିଏ ସାଇଟ୍ ଚାହୁଁଛନ୍ତି। ବାକି ସବୁ ପ୍ରସଙ୍ଗ ଛୋଟ। ଯଦି ମୁଁ ଏହା ପୁରଣ କରିଦେବି, ଆପଣ ମୋ ପାଇଁ କଣ କରିବେ? ଏହି ପ୍ରସଙ୍ଗରେ ମୁଁ କମିଶନରଙ୍କ ସହିତ କଥା ହୋଇଛି। ମୁଁ ପଚାରିଲି କଣ କରିପାରିବା। ମୁଁ ସେୟାରିଂ ଓ କେୟାରିଂରେ ବିଶ୍ୱାସ କରେ। ସେ କହିଥିଲେ ଯେ ଆପଣଙ୍କୁ ମୋ ପ୍ରତି ଭରସା ସେୟାର କରିବାକୁ ପଡିବ ଯାହା ଦ୍ୱାରା ମୁଁ ଆପଣଙ୍କ କେୟାର କରିପାରିବି। 


ଆପଣମାନେ ବୁଥ ଆଧାରରେ ଭୋଟ ଦିଅନ୍ତି, ପ୍ରାର୍ଥୀ ଆଧାରରେ ନୁହେଁ ।  ମୁଁ ଉପମୁଖ୍ୟମନ୍ତ୍ରୀ ସାଙ୍ଗକୁ ଜଳ ଓ ବିଡିଏ ମନ୍ତ୍ରୀ, ଏଠାରେ ମୁଁ ସବୁକିଛି ଆଉ ସବୁକିଛି ଆପଣଙ୍କ ପକେଟ୍‌ରେ। ମୁଁ ଆପଣଙ୍କ ଘରକୁ ଆସିଛି ମୋର ବ୍ୟବହାର କରନ୍ତୁ, ମୋତେ ଆପଣ ଭୋଟ ଦିଅନ୍ତୁ ଦୁଇ ୩ ମାସରେ ମୁଁ ଆପଣଙ୍କ କାମ କରିଦେବି। ବେଙ୍ଗାଲୁରୁ ସହରର ଲୋକେ ଗତ ଦୁଇ ମାସ ହେଲା ଗୁରୁତର ଜଳ ସଂକଟ ଭୋଗୁଛନ୍ତି। ବେଙ୍ଗାଲୁରୁକୁ ମୁଖ୍ୟତଃ ଦୁଇଟି ସ୍ରୋତରୁ ଜଲ ଯୋଗାଣ ହେଉଛି। ଗୋଟିଏ କାବେରୀ ନଦୀ ଓ ଅନ୍ୟଟି ଭୂତଳ ଜଳ। ତେବେ ଗତ କିଛି ଦିନ ହେଲା ବର୍ଷା ନ ହେବା ଯୋଗୁ ଉଭୟ ସ୍ରୋତରୁ ଜଳ ମିଳିବା ବନ୍ଦ ହୋଇଯାଇଛି। 

ବେଙ୍ଗାଲୁରୁକୁ ଦୈନିକ ୨୬୦୦ରୁ ୨୮୦୦ ମିଲିୟନ ଲିଟର ପାଣିର ଆବଶ୍ୟକତା ରହୁଛି। ଏଥିରେ ଏବେ ମାତ୍ର ଅଧା ଆବଶ୍ୟକତା ପୂରଣ ହେଉଛି। ଏଣୁ ସହରବାସୀହଙ୍କୁ ପାଣି ପାଇଁ ଏବେ ସଂଘର୍ଷ କରିବାକୁ ପଡୁଛି। କର୍ଣ୍ଣାଟକରେ ଲୋକସଭା ନିର୍ବାଚନ ୨ଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟ ମତଦାନ ୨୬ ଏପ୍ରିଲରେ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ମେ ୭ ତାରିଖରେ ହେବ।