କର୍ଣ୍ଣାଟକ ବିଧାନସଭାରେ ଅଭାବନୀୟ ଦୃଶ୍ୟ, ବିଧାୟକଙ୍କୁ ବୋହି ବୋହି ବାହାର କଲେ ମାର୍ଶାଲ
ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭାରେ ଅଭାବନୀୟ ଦୃଶ୍ୟ । ଗୃହ ଭିତରେ ହଙ୍ଗାମା କରିବାରୁ ୧୮ ବିଧାୟକଙ୍କୁ ସସପେଣ୍ଡ କଲେ... The post କର୍ଣ୍ଣାଟକ ବିଧାନସଭାରେ ଅଭାବନୀୟ ଦୃଶ୍ୟ, ବିଧାୟକଙ୍କୁ ବୋହି ବୋହି ବାହାର କଲେ ମାର୍ଶାଲ appeared first on .
ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭାରେ ଅଭାବନୀୟ ଦୃଶ୍ୟ । ଗୃହ ଭିତରେ ହଙ୍ଗାମା କରିବାରୁ ୧୮ ବିଧାୟକଙ୍କୁ ସସପେଣ୍ଡ କଲେ ବାଚସ୍ପତି। ଗୃହର ମର୍ଯ୍ୟାଦା ଉଲ୍ଲଂଘନ କରିଥିବାର ଅଭିଯୋଗରେ ସେମାନଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି। ଏହା ପରେ ମାର୍ଶାଲମାନେ ସେହି ବିଧାୟକଙ୍କୁ ଟେକି ଟେକି ଗୃହରୁ ବାହାର କରିଥିଲେ। କର୍ଣ୍ଣାଟକ ବିଧାନସଭାରେ ହନି ଟ୍ରାପ୍ ଦୁର୍ନୀତି ବିବାଦ ମଧ୍ୟରେ, ରାଜ୍ୟ ସରକାର ମୁସଲମାନମାନଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ ପ୍ରଦାନ କରୁଥିବା ବିଲ୍ ପାସ୍ କରିଛନ୍ତି। ବିଜେପି ନେତାମାନେ ଗୃହର ମଧ୍ୟ ଭାଗକୁ ଆସି ଶାସକ ସିଦ୍ଧରମୈୟା ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ସେମାନେ ବାଚସ୍ପତିଙ୍କ ଆସନ ଉପରକୁ ଚଢ଼ି ସେମାନଙ୍କର ପ୍ରତିବାଦକୁ ବୃଦ୍ଧି କରୁଥିବା ଦେଖାଯାଇଥିଲା। ତା’ପରେ ବିଜେପି ନେତାମାନେ ୪ ପ୍ରତିଶତ କୋଟା ବିଲ୍ ଚିରି ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗି ଦେଇଥିଲେ। ଏହା ପରେ ବିଜେପି ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ବାଚସ୍ପତି।
The post କର୍ଣ୍ଣାଟକ ବିଧାନସଭାରେ ଅଭାବନୀୟ ଦୃଶ୍ୟ, ବିଧାୟକଙ୍କୁ ବୋହି ବୋହି ବାହାର କଲେ ମାର୍ଶାଲ appeared first on .