କର୍ଣ୍ଣାଟକରେ ଜନ୍ମହେଲା ଅଦ୍ଭୁତ ଶିଶୁ, ଭଗବାନଙ୍କ ଆଶୀର୍ବାଦ କହି ମିଠା ବାଣ୍ଟିଲେ ପରିବାର

ବେଙ୍ଗାଲୁର ୨୩/୭: ହାତରେ ୧୩ ଆଙ୍ଗୁଠି ଓ ଗୋଡରେ ୧୨ ଆଙ୍ଗୁଠି । ମୋଟ୍‌ ୨୫ଟି ଆଙ୍ଗୁଠି ନେଇ ଜନ୍ମ ହୋଇଛି ଶିଶୁ ପୁତ୍ର । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।  କର୍ଣ୍ଣାଟକର ବାଗାଲକୋଟ ଜିଲ୍ଲାର ୩୫ ବର୍ଷର ଭାରତୀ ଏକ ଶିଶୁ ପୁତ୍ରକୁ ଜନ୍ମଦେଇଥିଲେ । ତେବେ ପିଲାଟିର ଡାହାଣ ହାତରେ ୬ଟି ଆଙ୍ଗୁଠି, ବାମ ହାତରେ ୭ଟି ଆଙ୍ଗୁଠି ଏବଂ ପ୍ରତି ପାଦରେ ୬ଟି ଲେଖାଏଁ ଆଙ୍ଗୁଠି ଦେଖି ସମସ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଉଭୟ ମାଆ ଓ ଶିଶୁ ସୁସ୍ଥ ଅଛନ୍ତି ।  ଶିଶୁର ପରିବାର ଲୋକ ଏହାକୁ ଭଗବାନଙ୍କ ଆଶୀର୍ବାଦ କହି ଖୁସି ଜାହିର କରିବା ସହ ମିଠା ବାଣ୍ଟିଛନ୍ତି । ଏପରି ଘଟଣା କ୍ବଚିତ ଦେଖିବାକୁ ମିଳେ ବୋଲି କହିଛନ୍ତି ଡାକ୍ତର । 