କର୍ତ୍ତବ୍ୟପଥରେ ଗଡିବ ’ନନ୍ଦିଘୋଷ’ ; ଲେବାନନରେ ସ୍ପେଶାଲ ଅପରେସନରେ ନିୟୋଜିତ ହୋଇଛି ନନ୍ଦିଘୋଷ ।
କନକ ବ୍ୟୁରୋ: ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀ କର୍ତ୍ତବ୍ୟପଥରେ ଚାଲିଛି ଭାରତୀୟ ସେନାର ଜୋରଦାର ପ୍ରସ୍ତୁତ । ପରେଡରେ ଯୋଗ ଦେଉଥିବା ଏକ ଯାନର ନାଁ ହେଉଛି ନନ୍ଦିଘୋଷ, ଯାହା ଏକ ଦ୍ରୁତ ଯୁଦ୍ଧ ଯାନ, ଯାହା ବିଲ୍ଟ-ଇନ୍ ସୁରକ୍ଷା ସହିତ ଯୁଦ୍ଧକ୍ଷେତ୍ରରେ ମୁତୟନ ଉପରେ ଗୁରୁତ୍ୱରୋପ କରେ । ଭଗବାନ ଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ ହୋଇଥିବାରୁ ଏହି ଯାନର ନାମ ନନ୍ଦିଘୋଷ ରଖାଯାଇଛି ବୋଲି ମେଜର ରାଧିକା କହିଛନ୍ତି,ଯେମିତି ମହାପ୍ରଭୁଙ୍କ ରଥ ଆଗକୁ ବଢିବା ବେଳେ ଯେତେ ବାଧା ଅସୁବିଧା ଆସିଲେ ମଧ୍ୟ ରଥ ଆଗକୁ ବଢେ ସେହିଭଳି ଏହି ଯାନ ମଧ୍ୟ ଆଗକୁ ବଢିବ ଏବଂ ସୁବଠାରୁ ବଡ କଥା ହେଉଛି ଏହି ନନ୍ଦିଘୋଷ ଯାନକୁ ଜାତିସଂଘ ତରଫରୁ ଲେବାନନରେ ଅପରେସନ ପାଇଁ ନିୟୋଜିତ କରାଯାଇଛି ।