କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ୩ ପୁଲିସି କର୍ମଚାରୀ
ନୟାଗଡ଼: କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ତିନି ପୁଲିସ କର୍ମଚାରୀ। ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ନୟାଗଡ଼ ଏସପି ରାହୁଲ ଜୈନ। ନୟାଗଡ଼ ସଦର ଥାନାର SI ହାସିନା ପ୍ରଧାନ, ASI ରାଜେଶ୍ୱରୀ ନାୟକ, କନେଷ୍ଟବଳ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସସପେଣ୍ଡ ହୋଇଛନ୍ତି। ସୂଚନା ଅନୁଯାୟୀ, ଗତ ସୋମବାର ବିଳମ୍ବିତ ରାତିରେ ସଦର ଥାନା ଗୋଳଗୋଳା ଗାଁରେ ବଡ଼ଧରଣର ସିରିଜ ଚୋରି ହୋଇଥିଲା । ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଚୋରି […]

ନୟାଗଡ଼: କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ତିନି ପୁଲିସ କର୍ମଚାରୀ। ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ନୟାଗଡ଼ ଏସପି ରାହୁଲ ଜୈନ। ନୟାଗଡ଼ ସଦର ଥାନାର SI ହାସିନା ପ୍ରଧାନ, ASI ରାଜେଶ୍ୱରୀ ନାୟକ, କନେଷ୍ଟବଳ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସସପେଣ୍ଡ ହୋଇଛନ୍ତି।
ସୂଚନା ଅନୁଯାୟୀ, ଗତ ସୋମବାର ବିଳମ୍ବିତ ରାତିରେ ସଦର ଥାନା ଗୋଳଗୋଳା ଗାଁରେ ବଡ଼ଧରଣର ସିରିଜ ଚୋରି ହୋଇଥିଲା । ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଚୋରି ନେଇ ରାତିରେ ଲୋକମାନେ ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ । ତେବେ ସେବା ଯୋଗାଇଦେବା ପରିବର୍ତ୍ତେ ସକାଳୁ ଆସିବାକୁ କହି ଅଭିଯୋଗକାରୀଙ୍କୁ ପୁଲିସ କର୍ମଚାରୀ ତଡ଼ି ଦେଇଥିଲେ । ଦାୟିତ୍ବରେ ଅବହେଳା ଅଭିଯୋଗରେ ସେହି ସମୟରେ ଡ୍ଯୁଟିରେ ଥିବା ତିନି ଜଣଙ୍କୁ ଏସପି ସସପେଣ୍ଡ କରିଛନ୍ତି।