‘କର୍ନାଟକ ମଡେଲ୍‌ ଆପଣାନ୍ତୁ ଓଡ଼ିଶା ସରକାର’

କୋରାପୁଟ,୧୮ା୯(ଅମିତାଭ ବେହେରା): ସୁଭଦ୍ରା ଯୋଜନା ମଙ୍ଗଳବାର ଶୁଭାରମ୍ଭ ହୋଇଛି। ହିତାଧିକାରୀଙ୍କ ପାଖକୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଛି । ଏହି ଯୋଜନାରେ ମହିଳାମାନେ କେତେ ଉପକାର ପାଇବେ ତାହା ସମୟ ହିଁ କହିବ ବୋଲି ପଟ୍ଟାଙ୍ଗି ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି। ସେହିପରି ମହିଳାଙ୍କ ସମୃଦ୍ଧି ହେବା ଆମେ ଚାହୁଁ ବୋଲି ସେ କହିଛନ୍ତି । ଓଡ଼ିଶା ସରକାର ସୁଭଦ୍ରା ଯୋଜନା ମାଧ୍ୟମରେ ଦିନକୁ ମାତ୍ର ୨୭ ଟଙ୍କା […] The post ‘କର୍ନାଟକ ମଡେଲ୍‌ ଆପଣାନ୍ତୁ ଓଡ଼ିଶା ସରକାର’ appeared first on Dharitri Odia News.

‘କର୍ନାଟକ ମଡେଲ୍‌ ଆପଣାନ୍ତୁ ଓଡ଼ିଶା ସରକାର’

କୋରାପୁଟ,୧୮ା୯(ଅମିତାଭ ବେହେରା): ସୁଭଦ୍ରା ଯୋଜନା ମଙ୍ଗଳବାର ଶୁଭାରମ୍ଭ ହୋଇଛି। ହିତାଧିକାରୀଙ୍କ ପାଖକୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଛି । ଏହି ଯୋଜନାରେ ମହିଳାମାନେ କେତେ ଉପକାର ପାଇବେ ତାହା ସମୟ ହିଁ କହିବ ବୋଲି ପଟ୍ଟାଙ୍ଗି ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି। ସେହିପରି ମହିଳାଙ୍କ ସମୃଦ୍ଧି ହେବା ଆମେ ଚାହୁଁ ବୋଲି ସେ କହିଛନ୍ତି । ଓଡ଼ିଶା ସରକାର ସୁଭଦ୍ରା ଯୋଜନା ମାଧ୍ୟମରେ ଦିନକୁ ମାତ୍ର ୨୭ ଟଙ୍କା ଦେଉଛନ୍ତି l ଏହି ଟଙ୍କା ମା’ ଭଉଣୀଙ୍କ କେଉଁ କାମରେ ଲାଗିବ? ଯଦି ଓଡ଼ିଶାର ମହିଳାଙ୍କୁ ପ୍ରକୃତରେ ସରକାର ସଶକ୍ତ କରିବାକୁ ଚାହୁଁଛନ୍ତି, ତେବେ କର୍ନାଟକ ସରକାରଙ୍କ ମଡେଲ ଆପଣାନ୍ତୁ । କର୍ନାଟକରେ ସରକାର ମାସିକ ୨ହଜାର ଟଙ୍କା ଲେଖାଏ ମହିଳାମାନଙ୍କୁ ନିୟମିତ ପ୍ରଦାନ କରୁଛନ୍ତି। ଅନୁରୂପ ଭାବେ ମହିଳାମାନେ କର୍ନାଟକ ରାଜ୍ୟରେ ବିନା ମୂଲ୍ୟରେ ବସ୍‌ଯାତ୍ରା କରିପାରୁଛନ୍ତି । ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ଛାଡ଼ ମଧ୍ୟ କରାଯାଇଛି l

ତେଣୁ କର୍ନାଟକ ଆର୍ଥିକ ସ୍ଥିତି ଓ ଆମ ରାଜ୍ୟର ସ୍ଥିତିକୁ ଯଦି ତୁଳନା କରାଯାଏ, ତେବେ ମହିଳାଙ୍କୁ ମାସିକ ଅନୂ୍ୟନ ୪ହଜାର ଟଙ୍କା ମିଳିବା କଥା l ସେମାନଙ୍କୁ ବସ୍‌ଯାତ୍ରା ସମ୍ପୂର୍ଣ୍ଣ ମାଗଣା କରାଯିବା ଉଚିତ । ମାସିକ ଯଦି ୨୦୦ ୟୁନିଟ୍‌ ବିଦ୍ୟୁତ୍‌ ଦେୟ ଛାଡ଼ କରାଯାଇପାରନ୍ତା, ତେବେ ମହିଳାମାନେ ଉପକୃତ ହୋଇପାରନ୍ତେ l ପ୍ରଚାରରେ ବହୁ କୋଟି ଟଙ୍କା ଖର୍ଚ୍ଚକରି ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ ହୁଏନାହିଁ ବୋଲି ବିଧାନସଭାରେ କଂଗ୍ରେସର ମୁଖ୍ୟ ସଚେତକ କାଡାମ ପ୍ରକାଶ କରିଛନ୍ତି।

The post ‘କର୍ନାଟକ ମଡେଲ୍‌ ଆପଣାନ୍ତୁ ଓଡ଼ିଶା ସରକାର’ appeared first on Dharitri Odia News.