କର୍ମଚାରୀଙ୍କଠୁ ଛଡାଇ ନେଲେ ଟଙ୍କା ଭର୍ତ୍ତି ବ୍ୟାଗ
ବ୍ରହ୍ମପୁର, ୧୫।୨ (ସୁବାସ ଚନ୍ଦ୍ର ପାଢ଼ୀ): ଏକ ପାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ହଳଦିଆପଦର ଓଭରବ୍ରିଜ ନିକଟରେ ୩ ଜଣ ଦୁର୍ବୃତ୍ତ ଅଟକାଇ ଛୁରି ଦେଖାଇ ଲକ୍ଷାଧିକ ଟଙ୍କା ଭର୍ତ୍ତି ବ୍ୟାଗ ଲୁଟି ନେଇଛନ୍ତି। ଏନେଇ ଗୋସାଣିନୂଆଗାଁ ଥାନାରେ ଅଭିଯୋଗ ହୋଇଛି। ଲୁଟର ଶିକାର ହୋଇଥିବା ଗାଙ୍ଗପୁର ଥାନା ବିରିପୁରର ମୂଳ ବାସିନ୍ଦା ତଥା କୌତୁକୀ ନଗରରେ ରହୁଥିବା ଲିପୁନ ପ୍ରଧାନ ଏ ନେଇ ଗୋସାଣିନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି। ସେ ପ୍ରାୟ ୬ମାସ ହେବ ଏକ ଫାଇନାନ୍ସ […] The post କର୍ମଚାରୀଙ୍କଠୁ ଛଡାଇ ନେଲେ ଟଙ୍କା ଭର୍ତ୍ତି ବ୍ୟାଗ appeared first on Dharitri Odia News.
ବ୍ରହ୍ମପୁର, ୧୫।୨ (ସୁବାସ ଚନ୍ଦ୍ର ପାଢ଼ୀ): ଏକ ପାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ହଳଦିଆପଦର ଓଭରବ୍ରିଜ ନିକଟରେ ୩ ଜଣ ଦୁର୍ବୃତ୍ତ ଅଟକାଇ ଛୁରି ଦେଖାଇ ଲକ୍ଷାଧିକ ଟଙ୍କା ଭର୍ତ୍ତି ବ୍ୟାଗ ଲୁଟି ନେଇଛନ୍ତି। ଏନେଇ ଗୋସାଣିନୂଆଗାଁ ଥାନାରେ ଅଭିଯୋଗ ହୋଇଛି।
ଲୁଟର ଶିକାର ହୋଇଥିବା ଗାଙ୍ଗପୁର ଥାନା ବିରିପୁରର ମୂଳ ବାସିନ୍ଦା ତଥା କୌତୁକୀ ନଗରରେ ରହୁଥିବା ଲିପୁନ ପ୍ରଧାନ ଏ ନେଇ ଗୋସାଣିନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି। ସେ ପ୍ରାୟ ୬ମାସ ହେବ ଏକ ଫାଇନାନ୍ସ ସଂସ୍ଥାରେ କାମ କରୁଛନ୍ତି।
ଲିପୁନ ଋଣ କିସ୍ତି ଆଦାୟ ଏବଂ ଋଣ ବଣ୍ଟନ ପାଇଁ ଗୋଳନ୍ଥରା ଥାନା ଅନ୍ତର୍ଗତ ଆମ୍ବପୁର ଏବଂ ହଳଦିଆପଦର ଯାଇଥିଲେ। ଅପରାହ୍ନରେ ହଳଦିଆପଦର ହୋଇ ଘରକୁ ଫେରୁଥିବା ବେଳେ ବାଟରେ ୩ ଦୁର୍ବୃତ୍ତ ଏକ ବାଇକରେ ପଛପଟୁ ଆସି ଧକ୍କା ମାରିଥିଲେ। ବାଇକ ସହ ଲିପୁନ ତଳେ ପଡିଯିବାରୁ ଛୁରି ଦେଖାଇ ତାଙ୍କ ବ୍ୟାଗ ଛଡାଇ ନେଇଥିଲେ। ଉକ୍ତ ବ୍ୟାଗରେ ୧ଲକ୍ଷ ୨୩ ହଜାର ୪୬୯ ଟଙ୍କା ସହ ଅଫିସ ଟ୍ୟାବ, ବାୟୋମେଟ୍ରିକ, ପର୍ସ ଓ ଅନ୍ୟାନ୍ୟ ସାର୍ଟିଫିକେଟ ରହିଥିଲା। ପୋଲିସ ଏକ ମାମଲା(ନଂ.୪୭/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଛି।
The post କର୍ମଚାରୀଙ୍କଠୁ ଛଡାଇ ନେଲେ ଟଙ୍କା ଭର୍ତ୍ତି ବ୍ୟାଗ appeared first on Dharitri Odia News.