କଲବଲ କଲାଣି ଟମାଟୋ ଦର: ଭୁବନେଶ୍ୱରରେ ଦର ପାଖାପାଖି ଶହେ, ଅନ୍ୟ ସ୍ଥାନରେ ଦର ୮୦ରୁ ୯୦
କନକ ବ୍ୟୁରୋ: ବଜାରରୁ ଟମାଟୋ ଉଭାନ । ବଜାରରେ ଏବେ ଟମାଟୋ ଦର ପାଖପାଖି ଶହେ ଟଙ୍କାରେ ପଂହଚିଛି । ଭୁବନେଶ୍ୱର ଏକ ନମ୍ୱର ପରିବା ହାଟରେ ଟମାଟୋ ଦର ଶହେ ଟଙ୍କାରେ ପହଂଚିଛି । ସେହିଭଳି ରାଜ୍ୟର ଅନ୍ୟ ପ୍ରମୁଖ ସହରର ଏହି ଦର ୮୦ରୁ ୯୦ ଟଙ୍କା ରହିଛି । ଭୁବନେଶ୍ୱର ଏକ ନମ୍ୱର ହାଟରେ ମିଳୁନି ଟମାଟୋ । ହାତଗଣତି କିଛି ଜାଗାରେ ୫-୭ କିଲୋ ଟମାଟୋ ରହିଛି । ଗୋଦାମକୁ ଟମାଟୋ […] The post କଲବଲ କଲାଣି ଟମାଟୋ ଦର: ଭୁବନେଶ୍ୱରରେ ଦର ପାଖାପାଖି ଶହେ, ଅନ୍ୟ ସ୍ଥାନରେ ଦର ୮୦ରୁ ୯୦ first appeared on Kanak News.

କନକ ବ୍ୟୁରୋ: ବଜାରରୁ ଟମାଟୋ ଉଭାନ । ବଜାରରେ ଏବେ ଟମାଟୋ ଦର ପାଖପାଖି ଶହେ ଟଙ୍କାରେ ପଂହଚିଛି । ଭୁବନେଶ୍ୱର ଏକ ନମ୍ୱର ପରିବା ହାଟରେ ଟମାଟୋ ଦର ଶହେ ଟଙ୍କାରେ ପହଂଚିଛି । ସେହିଭଳି ରାଜ୍ୟର ଅନ୍ୟ ପ୍ରମୁଖ ସହରର ଏହି ଦର ୮୦ରୁ ୯୦ ଟଙ୍କା ରହିଛି । ଭୁବନେଶ୍ୱର ଏକ ନମ୍ୱର ହାଟରେ ମିଳୁନି ଟମାଟୋ । ହାତଗଣତି କିଛି ଜାଗାରେ ୫-୭ କିଲୋ ଟମାଟୋ ରହିଛି । ଗୋଦାମକୁ ଟମାଟୋ ଆସିପାରିନଥିବାରୁ ବ୍ୟସାୟୀ ଆଣିପାରିନାହାନ୍ତି । ଆଉ ଯାହା ଟମାଟୋ ଅଛି ତାକୁ ଚଢା ଦରରେ ବିକ୍ରି କରିଛନ୍ତି । ଆଳୁ , ପିଆଜ ଭଳି ଟମାଟୋ ବି ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ଗ୍ରାହକ ଅସନ୍ତୋଷ ଜାହିର କରିଛନ୍ତି । କଂଚା ପରିବା ସଂଘ ସଭାପତି କବିରାଜ ସ୍ବାଇଁ କହିଛନ୍ତି, ବେଙ୍ଗାଲୁରୁର ଟମାଟୋ ଆସୁନି । ବାଙ୍ଗାଲୋରରେ କିଲୋ ପ୍ରତି ଟମାଟୋ ୮୦ରୁ ଶହେ ଟଙ୍କାରେ ବିକ୍ରି ହେଉଥିବାବେଳେ ଓଡିଶାରେ କେତେ ଟଙ୍କାରେ ବିକ୍ରୀ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ବଜାରରୁ ଟମାଟୋ ଉଭାନ
ଭୁବନେଶ୍ୱର ଏକ ନମ୍ୱର ହାଟରେ ଶହେ ଟଙ୍କା
କଟକ ଛତ୍ର ବଜାରରେ ଟମାଟୋ ୮୦ରୁ ୯୦
ଅଧିକାଂଶ ସ୍ଥାନରେ ଦର ୮୦ରୁ ୯୦
ଟମାଟୋ ଦର
ଭୁବନେଶ୍ୱର-୧୦୦
ବ୍ରହ୍ମପୁର-୮୦-୯୦
କଟକ-୮୦-୯୦
ବାଲେଶ୍ୱର-୮୦
ପୁରୀ-୭୦-୮୦
ସମ୍ୱଲପୁର-୮୦
ମାଲକାନଗିରି-୮୦
ପରିବା ଦର
ଭେଣ୍ଡି-୬୦
ପୋଟଳ-୪୦
ଆଳୁ-୪୦
ପିଆଜ-୫୦
ବାଇଗଣ-୬୦
କାକୁଡି-୫୦
ଫୁଲକୋବି ଗୋଟା-୬୦
ବିନ-୧୨୦
The post କଲବଲ କଲାଣି ଟମାଟୋ ଦର: ଭୁବନେଶ୍ୱରରେ ଦର ପାଖାପାଖି ଶହେ, ଅନ୍ୟ ସ୍ଥାନରେ ଦର ୮୦ରୁ ୯୦ first appeared on Kanak News.