କଲେଜ ଅଧ୍ୟକ୍ଷାଙ୍କୁ ଅଧ୍ୟାପିକାଙ୍କ ଚାପୁଡ଼ା ମାଡ଼, ସିସିଟିଭିରେ କଏଦ ହେଲା ଦୃଶ୍ୟ
ଭଦ୍ରକ: କଲେଜ ଅଧ୍ୟକ୍ଷାଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିଲେ ଅଧ୍ୟାପିକା । ଥାନାରେ ଏତଲା ପରେ ମାମଲା ରୁଜୁ ହୋଇଛି ଏବଂ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ମଧ୍ୟ ତଦନ୍ତ କରିଛନ୍ତି । ଏମିତି ଘଟଣା ଘଟିଛି ଭଦ୍ରକ ମହିଳା ମହାବିଦ୍ୟାଳୟରେ । ଏହି ଘଟଣା ଭଦ୍ରକ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଥାନାରେ ଅଭିଯୋଗ ଅନୁଯାୟୀ ଅଧ୍ୟକ୍ଷା ସୁପ୍ରିତି କର ନିଜ ଅଫିସ ରେ ବସି କାମ କରୁଥିବା ବେଳେ ଉର୍ଦ୍ଦୁ ଅଧ୍ୟାପିକା ନସୀମା ଖାତୁନ ଅଫିସକୁ ଆସିଥିଲେ । ପରେ ଏକ କାଗଜ ଅଧ୍ୟକ୍ଷାକୁ ଦେଇଥିଲେ । ଅଧ୍ୟକ୍ଷା ଅନ୍ୟ କାଗଜପତ୍ର କାମ କରୁଥିବାରୁ ତାଙ୍କ କାଗଜକୁ ଡ୍ରୟର ରେ ରଖିବା ବେଳେ ଅଧ୍ୟାପିକା ନସୀମା ଚାପୁଡ଼ା ପରେ ଚାପୁଡ଼ା ମାରିଥିଲେ । ପରେ ଅଧକ୍ଷା ସୁପ୍ରିତି କର ଭଦ୍ରକ ଟାଉନ ଥାନା ରେ ଲିଖିତ ଏତଲା ଦେଇଥିଲେ । Also read: ପାଣିପାଗ ବିଭାଗର ଆଲର୍ଟ, ୧୪ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷାଏବେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ମହିଳା ମହାବିଦ୍ୟାଳୟ କୁ ଆସି ତଦନ୍ତ କରିଛନ୍ତି । ସିସିଟିଭି ଯାଞ୍ଚ ସହ କଲେଜର ଶୃଙ୍ଖଳା କମିଟି, ଅଧ୍ୟାପକ , ଅଧ୍ୟାପିକା ଓ କଲେଜ ପରିଚାଳନା କମିଟି ସହ ଆଲୋଚନା କରିଛନ୍ତି । ତେବେ ଘଟଣାର ସତ୍ୟତା ଥିବା କହିଛନ୍ତି ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହ ନିଲମ୍ବନ ପାଇଁ ମଧ୍ୟ ସୁପାରିଶ କରିଯିବା ନେଇ କହିଛନ୍ତି । ଘଟଣାକୁ ନେଇ ଅଧ୍ୟାପିକା ନସୀମା ଖାତୁନଙ୍କର ପ୍ରତିକ୍ରିୟା ମିଳି ପାରି ନାହିଁ ।
ଭଦ୍ରକ: କଲେଜ ଅଧ୍ୟକ୍ଷାଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିଲେ ଅଧ୍ୟାପିକା । ଥାନାରେ ଏତଲା ପରେ ମାମଲା ରୁଜୁ ହୋଇଛି ଏବଂ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ମଧ୍ୟ ତଦନ୍ତ କରିଛନ୍ତି । ଏମିତି ଘଟଣା ଘଟିଛି ଭଦ୍ରକ ମହିଳା ମହାବିଦ୍ୟାଳୟରେ । ଏହି ଘଟଣା ଭଦ୍ରକ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।
ଥାନାରେ ଅଭିଯୋଗ ଅନୁଯାୟୀ ଅଧ୍ୟକ୍ଷା ସୁପ୍ରିତି କର ନିଜ ଅଫିସ ରେ ବସି କାମ କରୁଥିବା ବେଳେ ଉର୍ଦ୍ଦୁ ଅଧ୍ୟାପିକା ନସୀମା ଖାତୁନ ଅଫିସକୁ ଆସିଥିଲେ । ପରେ ଏକ କାଗଜ ଅଧ୍ୟକ୍ଷାକୁ ଦେଇଥିଲେ । ଅଧ୍ୟକ୍ଷା ଅନ୍ୟ କାଗଜପତ୍ର କାମ କରୁଥିବାରୁ ତାଙ୍କ କାଗଜକୁ ଡ୍ରୟର ରେ ରଖିବା ବେଳେ ଅଧ୍ୟାପିକା ନସୀମା ଚାପୁଡ଼ା ପରେ ଚାପୁଡ଼ା ମାରିଥିଲେ । ପରେ ଅଧକ୍ଷା ସୁପ୍ରିତି କର ଭଦ୍ରକ ଟାଉନ ଥାନା ରେ ଲିଖିତ ଏତଲା ଦେଇଥିଲେ ।
Also read: ପାଣିପାଗ ବିଭାଗର ଆଲର୍ଟ, ୧୪ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା
ଏବେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ମହିଳା ମହାବିଦ୍ୟାଳୟ କୁ ଆସି ତଦନ୍ତ କରିଛନ୍ତି । ସିସିଟିଭି ଯାଞ୍ଚ ସହ କଲେଜର ଶୃଙ୍ଖଳା କମିଟି, ଅଧ୍ୟାପକ , ଅଧ୍ୟାପିକା ଓ କଲେଜ ପରିଚାଳନା କମିଟି ସହ ଆଲୋଚନା କରିଛନ୍ତି । ତେବେ ଘଟଣାର ସତ୍ୟତା ଥିବା କହିଛନ୍ତି ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହ ନିଲମ୍ବନ ପାଇଁ ମଧ୍ୟ ସୁପାରିଶ କରିଯିବା ନେଇ କହିଛନ୍ତି । ଘଟଣାକୁ ନେଇ ଅଧ୍ୟାପିକା ନସୀମା ଖାତୁନଙ୍କର ପ୍ରତିକ୍ରିୟା ମିଳି ପାରି ନାହିଁ ।