କଲେଜ ଛକରୁ ବ୍ୟକ୍ତି ନିଖୋଜ
କଳାହାଣ୍ଡି, ୧୨/୧୦-ଗତକାଲି ଅର୍ଥାତ ଶୁକ୍ରବାର ସନ୍ଧ୍ୟା ସାଢେ ପାଞ୍ଚଟା ସମୟରେ ଭବାନୀପାଟଣା କଲେଜ ଛକରୁ ନିଖୋଜ ଅଛନ୍ତି ଲାଞ୍ଜିଗଡ ବ୍ଲକ ବେଡାଗାଁ ପଂଚାୟତ ଗାରେସ ଗାଁର ଲାଲସାହେବ ବିଭାର। ସେ ନିଜ ଭଣଜା ଫଗୁଲାଲ ହରପାଲ ସହିତ ତାଙ୍କ ସମ୍ପର୍କୀୟଙ୍କ ଘର ଗୁଣ୍ଡରୀ ପଂଚାୟତ ଜାମକନାକୁ ଯାଇଥିଲେ। ସେଠାରୁ ସନ୍ଧ୍ୟାରେ ଫେରୁଥିବାବେଳେ କଲେଜ ଛକରେ ଏକ ଫୋନ ଆସିବାରୁ କିଛି ସମୟ ପାଇଁ ବାଇକ ଅଟକେଇ କଥା ହୋଇଥିଲେ ଫଗୁଲାଲ। ସେହି ସମୟ ମଧ୍ୟରେ ବାଇକ ପଛରେ […] The post କଲେଜ ଛକରୁ ବ୍ୟକ୍ତି ନିଖୋଜ appeared first on Odisha.News.

କଳାହାଣ୍ଡି, ୧୨/୧୦-ଗତକାଲି ଅର୍ଥାତ ଶୁକ୍ରବାର ସନ୍ଧ୍ୟା ସାଢେ ପାଞ୍ଚଟା ସମୟରେ ଭବାନୀପାଟଣା କଲେଜ ଛକରୁ ନିଖୋଜ ଅଛନ୍ତି ଲାଞ୍ଜିଗଡ ବ୍ଲକ ବେଡାଗାଁ ପଂଚାୟତ ଗାରେସ ଗାଁର ଲାଲସାହେବ ବିଭାର। ସେ ନିଜ ଭଣଜା ଫଗୁଲାଲ ହରପାଲ ସହିତ ତାଙ୍କ ସମ୍ପର୍କୀୟଙ୍କ ଘର ଗୁଣ୍ଡରୀ ପଂଚାୟତ ଜାମକନାକୁ ଯାଇଥିଲେ। ସେଠାରୁ ସନ୍ଧ୍ୟାରେ ଫେରୁଥିବାବେଳେ କଲେଜ ଛକରେ ଏକ ଫୋନ ଆସିବାରୁ କିଛି ସମୟ ପାଇଁ ବାଇକ ଅଟକେଇ କଥା ହୋଇଥିଲେ ଫଗୁଲାଲ। ସେହି ସମୟ ମଧ୍ୟରେ ବାଇକ ପଛରେ ବସିଥିବା ଲାଲସାହେବ ଓହ୍ଲାଇ ପଡିଥିଲେ। ତେବେ ବାଇକ ଷ୍ଟାର୍ଟ କରି ପଛକୁ ଫେରି ଦେଖିବା ବେଳକୁ ଲାଲସାହେବ ଆଉ ପାଖରେ ନଥିଲେ। ଫଗୁଲାଲ ତାଙ୍କୁ ବହୁ ଖୋଜାଖୋଜି କଲେ ବି ପାଇନଥିଲେ। ଗତକାଲି ଭବାନୀପାଟଣାରେ ଛତର ଯାତ୍ରା ଥିବାବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ସହରରେ ଭିଡ଼ ଲାଗି ରହିଥିଲା। ଭିଡ଼ ମଧ୍ୟରେ ଲାଲ ସାହେବ ହଜିଯାଇଥିବା ସନ୍ଦେହ କରାଯାଉଛି। ସେ ଲାଲ ରଙ୍ଗର ଏକ ସାର୍ଟ ପିନ୍ଧିଥିଲେ। ସେ ଭବାନୀପାଟଣା ପାଖାପାଖି କେଉଁଠି ଥିବା ଅନୁମାନ କରାଯାଉଛି। ଏଣୁ ତାଙ୍କ ସମ୍ପର୍କରେ ସୂଚନା ପାଇଲେ ତୁରନ୍ତ ଫଗୁଲାଲ ହରପାଲଙ୍କ ମୋବାଇଲ ନମ୍ବର 9556825647ରେ ଜଣାଇବାକୁ ଅନୁରୋଧ କରାଯାଇଛି।
The post କଲେଜ ଛକରୁ ବ୍ୟକ୍ତି ନିଖୋଜ appeared first on Odisha.News.