କଲେଜ ପଛପଟୁ ମିଳିଲା ମଣିଷ ଖପୁରୀ ଓ କଙ୍କାଳ, ଏହା ଝୁନା ଜେନାଙ୍କର ନୁହେଁ ତ ?

କଙ୍କାଳ ଝୁନା ଜେନାଙ୍କର ନାଁ ଆଉ କାହାର, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କହିଛି ପୁଲିସ।

କଲେଜ ପଛପଟୁ ମିଳିଲା ମଣିଷ ଖପୁରୀ ଓ କଙ୍କାଳ, ଏହା ଝୁନା ଜେନାଙ୍କର ନୁହେଁ ତ ?

କଟକ ଜିଲ୍ଲା ବାଙ୍କୀ ଥାନା ଡମପଡ଼ା ମହାବିଦ୍ୟାଳୟ ପଛ ପଟୁ ମିଳିଛି ମଣିଷ ଖପୁରୀ ଓ କଙ୍କାଳ। ସେହି ସ୍ଥାନରୁ ଏକ ଭ୍ୟାନିଟି ବ୍ୟାଗ୍ ମିଳିଛି। ବ୍ୟାଗ୍ ପାଖରେ ଏକ ପରିଚୟ ପତ୍ର ମଧ୍ୟ ମିଳିଛି। ସେଥିରେ ଝୁନା ଜେନା ଲେଖାଯାଇଛି। ତାଙ୍କ ଘର ଡମପଡ଼ାରେ। 

ଝୁନା ଜେନା ଭାରତ ମସଲା କମ୍ପାନୀରେ ଚାକିରି କରୁଥିଲେ। ୨୦୨୨ ମସିହା ଡିସେମ୍ବର ୧ ତାରିଖ ଦିନ ସେ ଡମପଡ଼ା ସ୍ଥିତ ତାଙ୍କ ଘରୁ ଭାରତ ମସଲା କମ୍ପାନୀକୁ କାମ କରିବା ପାଇଁ ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକ ବହୁତ ଖୋଜା ଖୋଜି କରିଥିଲେ। କିନ୍ତୁ ତାଙ୍କୁ ପାଇ ନଥିଲେ। ଏନେଇ ବାଙ୍କୀ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ। ଅଭିଯୋଗ ପାଇବା ପରେ ବାଙ୍କୀ ପୁଲିସ କିଛି ଦିନ ତଦନ୍ତ କରିଥିଲା। କିନ୍ତୁ ସଫଳତା ପାଇ ନଥିଲା। 

ଏବେ ଡମପଡ଼ାରୁ ଉକ୍ତ କଙ୍କାଳ ମିଳିବା ପରେ ପୁଲିସ ପୁଣି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି କଙ୍କାଳ ଝୁନା ଜେନାଙ୍କର ନାଁ ଆଉ କାହାର, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।