କଲେଜ ବଦଳି ପ୍ରକ୍ରିୟା ଆରମ୍ଭ; ଡିସେମ୍ବର ୨୦ରୁ ୨୮ ଯାଏ ସାମ୍‌ସ ପୋର୍ଟାଲରେ ଆବେଦନ

ଭୁବନେଶ୍ୱର,୨୦/୧୨: ଯୁକ୍ତ ୨ ପ୍ରଥମ ବର୍ଷ ଶିକ୍ଷାର୍ଥୀଙ୍କ କଲେଜ ବଦଳି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜିଠୁ ଅର୍ଥାତ୍ ଡିସେମ୍ବର ୨୦ରୁ ୨୮ ତାରିଖ ଯାଏ ସାମ୍‌ସ ପୋର୍ଟାଲ୍‌ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ୩୦ ତାରିଖରେ କଲେଜ ସ୍ତରରେ ସମସ୍ତ ଆବେଦନର ଯାଞ୍ଚ ହେବ । ସାମ୍‌ସ ଜିଲ୍ଲା ନୋଡାଲ ଅଧିକାରୀ ୨୦୨୫ ଜାନୁଆରୀ ୨ ତାରିଖ ମଧ୍ୟରେ ଯାଞ୍ଚ ପ୍ରକ୍ରିୟା ଶେଷ କରିବେ । ଜାନୁଆରୀ ୩ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରେ ସମସ୍ତ ଆବେଦନର ସମୀକ୍ଷା ହେବ ।  ଏହାପରେ ବଦଳି ପାଇଁ ଅନୁମତି ମିଳିବ । ୪ରୁ ୧୩  ତାରିଖ  ଯାଏ କଲେଜ ବଦଳି ପିଲା ଇଚ୍ଛୁକ ଛାତ୍ରଛାତ୍ରୀ ନାମ ଲେଖାଇ ପରିବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି । କଲେଜ ବଦଳି ପାଇଁ ସ୍ୱତନ୍ତ୍ର ଗାଇଡ୍‌ଲାଇନ ପ୍ରକାଶ  ପାଇଛି । ଯେଉଁଥିରେ ପିଲାଟି ଯିବାକୁ ଚାହୁଁଥିବା କଲେଜରେ  ସେ ପଢ଼ୁଥିବା ଷ୍ଟ୍ରିମ୍‌ରେ ସିଟ୍‌ ଥିବା ଆବଶ୍ୟକ । ୫ଟି କାରଣରେ ପିଲା ନିଜର କଲେଜ ବଦଳି କରିପାରିବ ।  ପିଲାର ବାପା କିମ୍ବା ମାଙ୍କ ଚାକିରିରେ ବଦଳି ବା ବାପା  କିମ୍ବା ମା’ ଅବସର ଗ୍ରହଣ କରିଥାନ୍ତି ତେବେ ତାର  ଦସ୍ତାବିଜ ଆଧାରରେ କଲେଜ ବଦଳି କରାଯାଇପାରିବ ।  ବାପା, କିମ୍ବା ମାଙ୍କର ଯଦି ମୃତ୍ୟୁ ହୋଇଥାଏ ସେ  ଆଧାରରେ ମଧ୍ୟ କଲେଜ ବଦଳି କରିପାରିବେ । ଛାତ୍ରୀ ଯଦି ବିବାହ କରିଥାନ୍ତି ତେବେ ସେ

କଲେଜ ବଦଳି ପ୍ରକ୍ରିୟା ଆରମ୍ଭ; ଡିସେମ୍ବର ୨୦ରୁ ୨୮ ଯାଏ ସାମ୍‌ସ ପୋର୍ଟାଲରେ ଆବେଦନ

ଭୁବନେଶ୍ୱର,୨୦/୧୨: ଯୁକ୍ତ ୨ ପ୍ରଥମ ବର୍ଷ ଶିକ୍ଷାର୍ଥୀଙ୍କ କଲେଜ ବଦଳି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜିଠୁ ଅର୍ଥାତ୍ ଡିସେମ୍ବର ୨୦ରୁ ୨୮ ତାରିଖ ଯାଏ ସାମ୍‌ସ ପୋର୍ଟାଲ୍‌ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ୩୦ ତାରିଖରେ କଲେଜ ସ୍ତରରେ ସମସ୍ତ ଆବେଦନର ଯାଞ୍ଚ ହେବ । ସାମ୍‌ସ ଜିଲ୍ଲା ନୋଡାଲ ଅଧିକାରୀ ୨୦୨୫ ଜାନୁଆରୀ ୨ ତାରିଖ ମଧ୍ୟରେ ଯାଞ୍ଚ ପ୍ରକ୍ରିୟା ଶେଷ କରିବେ । ଜାନୁଆରୀ ୩ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରେ ସମସ୍ତ ଆବେଦନର ସମୀକ୍ଷା ହେବ ।  ଏହାପରେ ବଦଳି ପାଇଁ ଅନୁମତି ମିଳିବ । ୪ରୁ ୧୩  ତାରିଖ  ଯାଏ କଲେଜ ବଦଳି ପିଲା ଇଚ୍ଛୁକ ଛାତ୍ରଛାତ୍ରୀ ନାମ ଲେଖାଇ ପରିବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି । 

କଲେଜ ବଦଳି ପାଇଁ ସ୍ୱତନ୍ତ୍ର ଗାଇଡ୍‌ଲାଇନ ପ୍ରକାଶ  ପାଇଛି । ଯେଉଁଥିରେ ପିଲାଟି ଯିବାକୁ ଚାହୁଁଥିବା କଲେଜରେ  ସେ ପଢ଼ୁଥିବା ଷ୍ଟ୍ରିମ୍‌ରେ ସିଟ୍‌ ଥିବା ଆବଶ୍ୟକ । ୫ଟି କାରଣରେ ପିଲା ନିଜର କଲେଜ ବଦଳି କରିପାରିବ ।  ପିଲାର ବାପା କିମ୍ବା ମାଙ୍କ ଚାକିରିରେ ବଦଳି ବା ବାପା  କିମ୍ବା ମା’ ଅବସର ଗ୍ରହଣ କରିଥାନ୍ତି ତେବେ ତାର  ଦସ୍ତାବିଜ ଆଧାରରେ କଲେଜ ବଦଳି କରାଯାଇପାରିବ ।  ବାପା, କିମ୍ବା ମାଙ୍କର ଯଦି ମୃତ୍ୟୁ ହୋଇଥାଏ ସେ  ଆଧାରରେ ମଧ୍ୟ କଲେଜ ବଦଳି କରିପାରିବେ । ଛାତ୍ରୀ ଯଦି ବିବାହ କରିଥାନ୍ତି ତେବେ ସେ ଆଧାରରେ  ମଧ୍ୟ ବଦଳି ପାଇଁ ଆବେଦନ କରିପାରିବେ । ଏହା  ଛଡ଼ା ଶାରୀରିକ ଅସୁସ୍ଥତା ଦର୍ଶାଇ ମଧ୍ୟ ବଦଳି ପାଇଁ  ଆବେଦନ କରିପାରିବେ । ତେବେ ଏଥିପାଇଁ ମୁଖ୍ୟ ଜିଲ୍ଲା  ସ୍ୱାସ୍ଥ୍ୟ ଅଧିକାରୀ କିମ୍ବା ତାଙ୍କ ଅଧୀନରେ ଥିବା ଡାକ୍ତରଙ୍କ ଠାରୁ ମିଳିଥିବା ପ୍ରମାଣପତ୍ର ଆଧାରରେ  ମଧ୍ୟ କଲେଜ ବଦଳି ପାଇଁ ଆବେଦନ କରିପାରିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ।