କଲେଜରେ ନାହିଁ କମନରୁମ୍; ଅବସର ସମୟରେ ଗଛମୂଳେ ବସୁଛନ୍ତି ପିଲା

କନକ ବ୍ୟୁରୋ : ସମସ୍ୟା ଭିତରେ ପାଳଲହଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପବିତ୍ରନଗର ଡିଗ୍ରୀ କଲେଜ । ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ପୂବର୍ତନ ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ ୨୮ ବର୍ଷ ପୁରୁଣା କଲେଜ । ସମସ୍ୟା ସହ ଯୁଦ୍ଧ କରିକରି ନିଜର ସତା ରହାଇବାକୁ ବସିଲାଣି ମହାବିଦ୍ୟାଳୟ । ଗଡ଼ଜାତ ଆନ୍ଦୋଳନର ପ୍ରଧାନ ସେନାପତି ପବିତ୍ର ମୋହନଙ୍କ ଜନ୍ମମାଟିରେ ରହିଛି ପବିତ୍ର ମୋହନ ମହାବିଦ୍ୟାଳୟ । କଣିହାଁ ବ୍ଲକରେ ଥିବା ଏହି କଲେଜର କଳା ଓ ବିଜ୍ଞାନରେ ୬ ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ୨୮ ବର୍ଷ ହେଲା ମହାବିଦ୍ୟାଳୟକୁ ସ୍ଥାୟୀ ଜମିପଟ୍ଟା ମିଳିନଥିବାରୁ ସମସ୍ତ ପ୍ରକାର ସରକାରୀ ଅନୁଦାନ ବନ୍ଦ ହୋଇଯାଇଛି । ଛାତ୍ରୀଛାତ୍ର ନିବାସ ନଥିବାରୁ ଦୂରଦୂରାନ୍ତର ଗରିବ ଛାତ୍ରଛାତ୍ରୀ ବସ ଯୋଗେ ଯାତାୟତ କରୁଛନ୍ତି । ବସ ଟାଇମ୍ ହେଲେ ପାଠପଢ଼ା ଅଧାରୁ ଛାଡ଼ି ଘରକୁ ଯିବାକୁ ବାଧ୍ୟ ହୁଅନ୍ତି ।  କମନ ରୁମ ନଥିବାରୁ କଲେଜ ସମ୍ମୁଖରେ ଥିବା ଗଛମୂଳେ ପିଣ୍ଡିରେ ବସି ସମୟ କାଟନ୍ତି। ବର୍ଷା ଦିନେ କଲେଜ ବାରଣ୍ଡା ଭରସା। ପାଚେରି ନାହିଁ କି ଶୌଚାଳୟ ନାହିଁ। ପରିସ୍ରା ଲାଗିଲେ ଜଙ୍ଗଲକୁ ଯାଇଥାନ୍ତି ଛାତ୍ରୀମାନେ। ଲାବୋରାଟୋରୀ ଗୋଟିଏ ଘରେ ଥିବାରୁ ପରୀକ୍ଷା ବେଳେ ବହୁ ଅସୁବିଧା ହେଉଛି। ୨୮ ବର୍ଷର କଲେଜର ସମସ୍ୟା ସଂପର୍କରେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ବି ସମାଧାନ ହେଇପାରୁନାହିଁ । କଲେଜର

କଲେଜରେ ନାହିଁ କମନରୁମ୍; ଅବସର ସମୟରେ ଗଛମୂଳେ ବସୁଛନ୍ତି ପିଲା

କନକ ବ୍ୟୁରୋ : ସମସ୍ୟା ଭିତରେ ପାଳଲହଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପବିତ୍ରନଗର ଡିଗ୍ରୀ କଲେଜ । ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ପୂବର୍ତନ ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ ୨୮ ବର୍ଷ ପୁରୁଣା କଲେଜ । ସମସ୍ୟା ସହ ଯୁଦ୍ଧ କରିକରି ନିଜର ସତା ରହାଇବାକୁ ବସିଲାଣି ମହାବିଦ୍ୟାଳୟ ।

ଗଡ଼ଜାତ ଆନ୍ଦୋଳନର ପ୍ରଧାନ ସେନାପତି ପବିତ୍ର ମୋହନଙ୍କ ଜନ୍ମମାଟିରେ ରହିଛି ପବିତ୍ର ମୋହନ ମହାବିଦ୍ୟାଳୟ । କଣିହାଁ ବ୍ଲକରେ ଥିବା ଏହି କଲେଜର କଳା ଓ ବିଜ୍ଞାନରେ ୬ ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ୨୮ ବର୍ଷ ହେଲା ମହାବିଦ୍ୟାଳୟକୁ ସ୍ଥାୟୀ ଜମିପଟ୍ଟା ମିଳିନଥିବାରୁ ସମସ୍ତ ପ୍ରକାର ସରକାରୀ ଅନୁଦାନ ବନ୍ଦ ହୋଇଯାଇଛି । ଛାତ୍ରୀଛାତ୍ର ନିବାସ ନଥିବାରୁ ଦୂରଦୂରାନ୍ତର ଗରିବ ଛାତ୍ରଛାତ୍ରୀ ବସ ଯୋଗେ ଯାତାୟତ କରୁଛନ୍ତି । ବସ ଟାଇମ୍ ହେଲେ ପାଠପଢ଼ା ଅଧାରୁ ଛାଡ଼ି ଘରକୁ ଯିବାକୁ ବାଧ୍ୟ ହୁଅନ୍ତି । 

କମନ ରୁମ ନଥିବାରୁ କଲେଜ ସମ୍ମୁଖରେ ଥିବା ଗଛମୂଳେ ପିଣ୍ଡିରେ ବସି ସମୟ କାଟନ୍ତି। ବର୍ଷା ଦିନେ କଲେଜ ବାରଣ୍ଡା ଭରସା। ପାଚେରି ନାହିଁ କି ଶୌଚାଳୟ ନାହିଁ। ପରିସ୍ରା ଲାଗିଲେ ଜଙ୍ଗଲକୁ ଯାଇଥାନ୍ତି ଛାତ୍ରୀମାନେ। ଲାବୋରାଟୋରୀ ଗୋଟିଏ ଘରେ ଥିବାରୁ ପରୀକ୍ଷା ବେଳେ ବହୁ ଅସୁବିଧା ହେଉଛି। ୨୮ ବର୍ଷର କଲେଜର ସମସ୍ୟା ସଂପର୍କରେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ବି ସମାଧାନ ହେଇପାରୁନାହିଁ । କଲେଜର ନିଜସ୍ୱ ଜମିପଟ୍ଟା ନଥିବାରୁ ସରକାରୀ ଅନୁଦାନ ଆସିବା ବନ୍ଦ ହୋଇଯାଇଥିବା ଅଭିଯୋଗ ହୋଇଛି ।