କଲ୍ୟାଣ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟ୍ଲେଟ
ଭୁବନେଶ୍ୱର,୨୯।୧୦: (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱସ୍ତ ଗହଣା ବ୍ରାଣ୍ଡ ‘କଲ୍ୟାଣ ଜୁଏଲର୍ସ’ର ଏକ୍ସକ୍ଲୁସିଭ୍ ଆଉଟ୍ଲେଟ ସୋମବାର ଭୁବନେଶ୍ୱରର ସୌଭାଗ୍ୟ ନଗରଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଲ୍ୟାଣ ଜୁଏଲର୍ସର ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣ ରମଣ କହିଛନ୍ତି, ଆମେ […] The post କଲ୍ୟାଣ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟ୍ଲେଟ appeared first on Dharitri Odia News.
ଭୁବନେଶ୍ୱର,୨୯।୧୦: (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱସ୍ତ ଗହଣା ବ୍ରାଣ୍ଡ ‘କଲ୍ୟାଣ ଜୁଏଲର୍ସ’ର ଏକ୍ସକ୍ଲୁସିଭ୍ ଆଉଟ୍ଲେଟ ସୋମବାର ଭୁବନେଶ୍ୱରର ସୌଭାଗ୍ୟ ନଗରଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଲ୍ୟାଣ ଜୁଏଲର୍ସର ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣ ରମଣ କହିଛନ୍ତି, ଆମେ ଆମର ନୂତନ ଶୋ’ରୁମ୍କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରି ବେଶ୍ ଉତ୍ସାହିତ ଅଛୁ। ଏପରିକି ଏକ ରିଟେଲ ଜୁଏଲେରି ଚେନ୍ କମ୍ପାନି ଭାବେ ଆମେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟରେ ପହଞ୍ଚତ୍ଛୁ ଏବଂ ଗ୍ରାହକଙ୍କ ଶପିଂ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ବ୍ୟାପକ ପରିବେଶ ନିର୍ମାଣ ଦିଗରେ ଯଥେଷ୍ଟ ଅଗ୍ରଗତି କରିଛୁ। ଦୀର୍ଘବର୍ଷ ଧରି ଆମେ ଏହି ଅଞ୍ଚଳରେ ଆମର ଉପସ୍ଥିତିକୁ ବିସ୍ତାର କରିଛୁ ଏବଂ ଆମର ବିଶ୍ୱାସ ଯେ ଭୁବନେଶ୍ୱରର ଏହି ନୂତନ ଶୋ’ରୁମ୍ ଆମର ବଜାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ ଏବଂ ଆମ ମୂଲ୍ୟବାନ୍ ଗ୍ରାହକମାନଙ୍କୁ ଅଧିକ ସୁବିଧା ଏବଂ ସେବା ଉପଲବ୍ଧ କରାଇବ।
ସେହିଭଳି ଉଦ୍ଘାଟନୀ ଅବସରରେ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫର୍ର ଶୁଭାରମ୍ଭ କରାଯାଇଛି। ଚଳିତବର୍ଷର ଦୀପାବଳି ବୋନାଞ୍ଜା ଅଫର ଅଧୀନରେ ଗ୍ରାହକମାନେ ସାଦା ସୁନା ଅଳଙ୍କାର ପାଇଁ ଗଢ଼ାମଜୁରି ଉପରେ ୪୫% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏପରିକି ପ୍ରିମିୟମ ଉତ୍ପାଦ ପାଇଁ ମେକିଂ ଚାର୍ଜ ଉପରେ ୩୦% ରିହାତି ଲାଗୁ ହେଉଥିବାବେଳେ ଟେମ୍ପଲ ଓ ଆଣ୍ଟିକ୍ ଗହଣା ପାଇଁ ଗଢ଼ାମଜୁରି ଉପରେ ୩୫% ରିହାତି ଦିଆଯାଉଛି। ଶପିଂ ଅଭିଜ୍ଞତାକୁ ଆହୁରି ବଢ଼ାଇବା ପାଇଁ କଲ୍ୟାଣ ଜୁଏଲର୍ସ ୩୦ ଗ୍ରାମ୍ରୁ କମ୍ ଓଜନର ସମସ୍ତ ଗହଣା ସାମଗ୍ରୀର ଶୁଳ୍କ ଉପରେ ୨୫% ରିହାତି ଯୋଗାଇଦେଉଛୁ।
The post କଲ୍ୟାଣ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟ୍ଲେଟ appeared first on Dharitri Odia News.