କଳସ ଧରି ଗ୍ରାମ ପରିକ୍ରମା କଲେ ମହିଳା

ଭଞ୍ଜନଗର,୧।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ନେଟେଙ୍ଗା ଶ୍ରୀ ବୁଢ଼ିମା ଠାକୁରାଣୀ ମନ୍ଦିର ପୁନରୁଦ୍ଧାର ଏବଂ ପ୍ରତିଷ୍ଠା ଉତ୍ସବ ଗୁରୁବାର ଆରମ୍ଭ ହୋଇଯାଇଛି। ଗୁରୁବାର ରାତିରେ ନିକଟସ୍ଥ ନଦୀରୁ ଶତାଧିକ ମହିଳା ଜଳ ଗ୍ରହଣ କରି କଳସ ଶୋଭାଯାତ୍ରାରେ ଆସିଥିଲେ। ଗ୍ରାମ ପରିକ୍ରମା ପରେ ମହିଳାମାନେ ମନ୍ଦିରରେ ପହଞ୍ଚିଥିଲେ। ପରେ ମନ୍ଦିର ପ୍ରତିଷ୍ଠାର ନିତୀକାନ୍ତି ଆରମ୍ଭ ହୋଇଥିଲା। ଏହି ଅବସରରେ ନାମ ଯଜ୍ଞ, ଅର୍ଣ୍ଣ ଯଜ୍ଞ ପ୍ରମୁଖ କାର୍ଯ୍ୟକ୍ରମ ହେବ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଗ୍ରାମବାସୀ […] The post କଳସ ଧରି ଗ୍ରାମ ପରିକ୍ରମା କଲେ ମହିଳା appeared first on Dharitri Odia News.

କଳସ ଧରି ଗ୍ରାମ ପରିକ୍ରମା କଲେ ମହିଳା

ଭଞ୍ଜନଗର,୧।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ନେଟେଙ୍ଗା ଶ୍ରୀ ବୁଢ଼ିମା ଠାକୁରାଣୀ ମନ୍ଦିର ପୁନରୁଦ୍ଧାର ଏବଂ ପ୍ରତିଷ୍ଠା ଉତ୍ସବ ଗୁରୁବାର ଆରମ୍ଭ ହୋଇଯାଇଛି। ଗୁରୁବାର ରାତିରେ ନିକଟସ୍ଥ ନଦୀରୁ ଶତାଧିକ ମହିଳା ଜଳ ଗ୍ରହଣ କରି କଳସ ଶୋଭାଯାତ୍ରାରେ ଆସିଥିଲେ।

ଗ୍ରାମ ପରିକ୍ରମା ପରେ ମହିଳାମାନେ ମନ୍ଦିରରେ ପହଞ୍ଚିଥିଲେ। ପରେ ମନ୍ଦିର ପ୍ରତିଷ୍ଠାର ନିତୀକାନ୍ତି ଆରମ୍ଭ ହୋଇଥିଲା। ଏହି ଅବସରରେ ନାମ ଯଜ୍ଞ, ଅର୍ଣ୍ଣ ଯଜ୍ଞ ପ୍ରମୁଖ କାର୍ଯ୍ୟକ୍ରମ ହେବ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଗ୍ରାମବାସୀ ସହଯୋଗ କରୁଛନ୍ତି । ଶୁକ୍ରବାର ସକାଳୁ ୨୪ ପ୍ରହର ନାମ ଯଜ୍ଞ ଆରମ୍ଭ ହେବ । ଏଥିସହ ନାମ ଯଜ୍ଞ ଓ ଘୃତ ଯଜ୍ଞ ହେବ। ୫ ତାରିଖରେ କାର୍ଯ୍ୟକ୍ରମ ଉଦଯାପିତ ହେବ।

The post କଳସ ଧରି ଗ୍ରାମ ପରିକ୍ରମା କଲେ ମହିଳା appeared first on Dharitri Odia News.