କଳା ଧନକୁ ଧଳା କରିବାର ଭଲ ଉପାୟ ଥିଲା ବିମୁଦ୍ରୀକରଣ: ଜଷ୍ଟିସ୍ ବିଭି ନାଗରତ୍ନା

ନୂଆଦିଲ୍ଲୀ: ବିମୁଦ୍ରୀକରଣ ନୀତି ବୁଝାଇବା ସହ ବିମୁଦ୍ରୀକରଣ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ବିଭି ନାଗରତନା। ତେଲେଙ୍ଗାନାର ନାଲସାର ୟୁନିଭର୍ସିଟିରେ ଭାଷଣ ଦେଲା ବେଳେ ନାଗରତ୍ନୀ କହିଛନ୍ତି “ମୁଁ ଭାବୁଛି ଯେ କଳାଧନକୁ ଧଳାରେ ବଦଳାଇବା ପାଇଁ ଏହା ଏକ ଭଲ ଉପାୟ।” ବିମୁଦ୍ରୀକରଣ ଯୋଗୁ ସାଧାରଣ ଲୋକ ଭୋଗୁଥିବା ସମସ୍ୟା ତାଙ୍କୁ ବ୍ୟଥୀତ କରିଥିଲା ବୋଲି ନାଗରତ୍ନୀ କହିଛନ୍ତି। ପ୍ରଥମେ ପ୍ରଥମେ ଏହା କଳାଧନ ବିରୋଧୀ ବୋଲି କୁହାଗଲା ହେଲେ ପରେ ପୂରା ଜଟିଳ ହୋଇଗଲା ବୋଲି ବିଚାରପତି କହିଛନ୍ତି।ବିମୁଦ୍ରୀକରଣରେ କଳାଧନ କୁଆଡ଼େ ଗଲା ବୋଲି ପ୍ରଶ୍ନ କରି ବିଚାରପତି କହିଛନ୍ତି “ ୯୮ ପ୍ରତିଶତ ମୁଦ୍ରା ଆର୍‌ବିଆଇ ପାଖକୁ ଫେରି ଆସିଲା। ତେବେ ଏଥିରେ କଳାଧନ କେଉଁଠି ଶେଷ ହେଲା? ମୁଁ ଭାବୁଛି କଳାଧନକୁ ଧଳାରେ ପରିଣତ କରିବାକୁ ଏହା ଏକ ଭଲ ଉପାୟ ଥିଲା। ବିମୁଦ୍ରୀକରଣ ପରେ ଏହାପରେ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ କ’ଣ ହେଲା? ସାଧାଣର ଲୋକଙ୍କ ସମସ୍ୟା ମୋତେ ବ୍ୟଥୀତ କଲା। ତେଣୁ ଏଥିରେ ମୋ ମନରେ ମତଭେଦ ଦେଖା ଦେଇଥିଲା।”ବିଚାରପତି ଆହୁରି କହିଛନ୍ତି “୮୬ ପ୍ରତିଶତ ମୁଦ୍ରା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଥିଲା। ମୋତେ ଲାଗୁଛି ଏହି ୮୬ ପ୍ରତିଶତ ମୁଦ୍ରାର ବିମୁଦ୍ରୀକଣ କରିବା ପୂର୍ବରୁ ସରକାର ଧ୍ୟାନ ଦେଇ ନଥିଲେ। ଥରେ ଭାବନ୍ତୁ ଜଣେ ଦିନ ମଜୁରିଆ ମଜୁରି ପାଇବା ପରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କ

କଳା ଧନକୁ ଧଳା କରିବାର ଭଲ ଉପାୟ ଥିଲା ବିମୁଦ୍ରୀକରଣ: ଜଷ୍ଟିସ୍ ବିଭି ନାଗରତ୍ନା

ନୂଆଦିଲ୍ଲୀ: ବିମୁଦ୍ରୀକରଣ ନୀତି ବୁଝାଇବା ସହ ବିମୁଦ୍ରୀକରଣ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ବିଭି ନାଗରତନା। ତେଲେଙ୍ଗାନାର ନାଲସାର ୟୁନିଭର୍ସିଟିରେ ଭାଷଣ ଦେଲା ବେଳେ ନାଗରତ୍ନୀ କହିଛନ୍ତି “ମୁଁ ଭାବୁଛି ଯେ କଳାଧନକୁ ଧଳାରେ ବଦଳାଇବା ପାଇଁ ଏହା ଏକ ଭଲ ଉପାୟ।” ବିମୁଦ୍ରୀକରଣ ଯୋଗୁ ସାଧାରଣ ଲୋକ ଭୋଗୁଥିବା ସମସ୍ୟା ତାଙ୍କୁ ବ୍ୟଥୀତ କରିଥିଲା ବୋଲି ନାଗରତ୍ନୀ କହିଛନ୍ତି। ପ୍ରଥମେ ପ୍ରଥମେ ଏହା କଳାଧନ ବିରୋଧୀ ବୋଲି କୁହାଗଲା ହେଲେ ପରେ ପୂରା ଜଟିଳ ହୋଇଗଲା ବୋଲି ବିଚାରପତି କହିଛନ୍ତି।

ବିମୁଦ୍ରୀକରଣରେ କଳାଧନ କୁଆଡ଼େ ଗଲା ବୋଲି ପ୍ରଶ୍ନ କରି ବିଚାରପତି କହିଛନ୍ତି “ ୯୮ ପ୍ରତିଶତ ମୁଦ୍ରା ଆର୍‌ବିଆଇ ପାଖକୁ ଫେରି ଆସିଲା। ତେବେ ଏଥିରେ କଳାଧନ କେଉଁଠି ଶେଷ ହେଲା? ମୁଁ ଭାବୁଛି କଳାଧନକୁ ଧଳାରେ ପରିଣତ କରିବାକୁ ଏହା ଏକ ଭଲ ଉପାୟ ଥିଲା। ବିମୁଦ୍ରୀକରଣ ପରେ ଏହାପରେ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ କ’ଣ ହେଲା? ସାଧାଣର ଲୋକଙ୍କ ସମସ୍ୟା ମୋତେ ବ୍ୟଥୀତ କଲା। ତେଣୁ ଏଥିରେ ମୋ ମନରେ ମତଭେଦ ଦେଖା ଦେଇଥିଲା।”

ବିଚାରପତି ଆହୁରି କହିଛନ୍ତି “୮୬ ପ୍ରତିଶତ ମୁଦ୍ରା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଥିଲା। ମୋତେ ଲାଗୁଛି ଏହି ୮୬ ପ୍ରତିଶତ ମୁଦ୍ରାର ବିମୁଦ୍ରୀକଣ କରିବା ପୂର୍ବରୁ ସରକାର ଧ୍ୟାନ ଦେଇ ନଥିଲେ। ଥରେ ଭାବନ୍ତୁ ଜଣେ ଦିନ ମଜୁରିଆ ମଜୁରି ପାଇବା ପରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାକୁ ତେଜରାତି ଦୋକାନ ଯିବା ବଦଳରେ ପ୍ରଥମେ ନୋଟ୍ ବଦଳାଇବାକୁ ତାକୁ ବ୍ୟାଙ୍କ ଯିବାକୁ ପଡ଼ିଥିଲା।” ବିମୁଦ୍ରୀକରଣ ନିଷ୍ପତ୍ତିକୁ ନେଇ ପର୍ଯ୍ୟାପ୍ତ ପରାମର୍ଶ ଏବଂ ପ୍ରସ୍ତୁତିର ଅଭାବ ଥିଲା ବୋଲି ଜଷ୍ଟିସ ନାଗରଥନା କହିଛନ୍ତି। 

ପଢ଼ନ୍ତୁ- ଭାରତ ଚିପ୍ ମେନୁଫେକ୍ଚରିଂ ପଛରେ ପଡିବା ଏକ ବିନାଶକାରୀ ଦୌଡ: ରଘୁରାମ ରାଜନ

ବିଚାରପତି ଆହୁରି କହିଛନ୍ତି “ ଯେଉଁଭଳି ଭାବେ ବିମୁଦ୍ରୀକରଣ କରାଗଲା ତାହା ଠିକ୍ ନଥିଲା। ଆଇନ ଅନୁସାରେ କୌଣସି ନିଷ୍ପତ୍ତି ନିଆଯାଇ ନଥିଲା। ଯେଉଁଭଳି ତରବରିଆ ଭାବେ ନିଷ୍ପତ୍ତି ନିଆଗଲା କିଛି ଲୋକ କହୁଥିଲେ ଯେ ସେତେବେଳେର ଅର୍ଥମନ୍ତ୍ରୀଙ୍କୁ ବି ନିଷ୍ପତ୍ତି ବିଷୟରେ ଜଣା ନଥିଲା ସନ୍ଧ୍ୟାରେ କଥା ହେଲା ପରଦିନ ବିମୁଦ୍ରୀକରଣ ଘୋଷଣା କରାଗଲା। ଯଦି ଭାରତରେ କାଗଜ ମୁଦ୍ରା ବଦଳରେ ପ୍ଲାଷ୍ଟିକ ମୁଦ୍ରା ବ୍ୟବହାର କରାଯାଏ ତେବେ ନିଶ୍ଚିତ ଭାବରେ ଏଥିରେ ବିମୁଦ୍ରୀକରର କୌଣସି ସମ୍ପର୍କ ନାହିଁ ବୋଲି ମୁଁ ଭାବୁଛି।”

୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବଦଳାଇବା ଦିଗରେ ଆର୍‌ବିଆଇ ସ୍ୱାଧୀନ ଭାବରେ ନିଷ୍ପତ୍ତି ନେଇ ନାହିଁ ବୋଲି ଜଷ୍ଟିସ୍ ନାଗରତ୍ନା କହିଛନ୍ତି।