କଳାବ୍ୟାଜ ପିନ୍ଧି କାର୍ଯ୍ୟ କରୁଛନ୍ତି ଅମଲା….
ଲକ୍ଷ୍ମୀପୁର ୦୮/୦୭ ରାଜ୍ୟ ଅମଲା ସଙ୍ଘ ଡାକରା ରେ ସାମିଲ ହୋଇଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅମଲା ସଙ୍ଘ।ଏନେଇ ଲକ୍ଷ୍ମୀପୁର ବ୍ଲକରେ ଦଶ ଦଫା ଦାବି ନେଇ ବ୍ଲକ କାର୍ଯ୍ୟାଳୟ,ତହସିଲ, ସମ୍ନିତ ଶିଶୁ କଲ୍ୟାଣ ବିଭାଗ ସମେତ ଟ୍ରେଜିରୀରେ କାର୍ଯ୍ୟରତ ଅମଲା ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି,ସଭିଏଁ କଳା ବ୍ୟାଜ ପିନ୍ଧି କାର୍ଯ୍ୟରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି।୨୦୨୦ ପୂର୍ବରୁ ଥିବା ନିୟମାନୁଯାୟୀ ପୁନଃ ଥଇଥାନ ନିୟମ ଲାଗୁ କରିବା, ପୁରୁଣା ପେନସନ ଲାଗୁ କରିବା,ଅମଲା ମାନଙ୍କ ମୂଳ ଦରମା […] The post କଳାବ୍ୟାଜ ପିନ୍ଧି କାର୍ଯ୍ୟ କରୁଛନ୍ତି ଅମଲା…. appeared first on Odisha.News.

ଲକ୍ଷ୍ମୀପୁର ୦୮/୦୭
ରାଜ୍ୟ ଅମଲା ସଙ୍ଘ ଡାକରା ରେ ସାମିଲ ହୋଇଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅମଲା ସଙ୍ଘ।ଏନେଇ ଲକ୍ଷ୍ମୀପୁର ବ୍ଲକରେ ଦଶ ଦଫା ଦାବି ନେଇ ବ୍ଲକ କାର୍ଯ୍ୟାଳୟ,ତହସିଲ, ସମ୍ନିତ ଶିଶୁ କଲ୍ୟାଣ ବିଭାଗ ସମେତ ଟ୍ରେଜିରୀରେ କାର୍ଯ୍ୟରତ ଅମଲା ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି,ସଭିଏଁ କଳା ବ୍ୟାଜ ପିନ୍ଧି କାର୍ଯ୍ୟରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି।୨୦୨୦ ପୂର୍ବରୁ ଥିବା ନିୟମାନୁଯାୟୀ ପୁନଃ ଥଇଥାନ ନିୟମ ଲାଗୁ କରିବା, ପୁରୁଣା ପେନସନ ଲାଗୁ କରିବା,ଅମଲା ମାନଙ୍କ ମୂଳ ଦରମା ଓ଼ଆରଏସପି ୨୦୧୭ ମସିହା ନିୟମ ଅନୁଯାୟୀ ଲେବଲ ୯ କୁ ବୃଦ୍ଧି,ରାଜ୍ୟରେ କାର୍ଯ୍ୟରତ ସମସ୍ତ ଅମଲାଙ୍କ ଓ ତାଙ୍କ ପରିବାର ବର୍ଗ ପାଇଁ ୨୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଲାଗୁ,ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ରାଜସ୍ୱ କର୍ମଚାରୀ ମାନଙ୍କୁ ଓଡିଶା ରାଜସ୍ବ ସେବା ପଦବୀରେ ଶତ ପ୍ରତିଶତ ପଦନ୍ନୋତି,ନୂତନ ପେନସନ ଯୋଜନା କୁ ବନ୍ଦ କରି ସମସ୍ତିଙ୍କୁ ପୁରୁଣା ପେନସନ ଯୋଜନାରେ ସାମିଲ କରିବା ଭଳି ଦାବି ଉଲେଖ ରହିଥିବା ଦେଖିବାକୁ ମିଳିଛି।ଉକ୍ତ ଦାବି ଗୁଡିକ ଯଦି ସରକାର ନକରନ୍ତି ତେବେ ସମୂହ ଚଳିତ ମାସ ୧୪ ତାରିଖରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇ ନିଜ ନିଜ କାର୍ଯ୍ୟାଳୟ ସମୁଖରେ ଧାରଣା ଦେବେ ବୋଲି କହିଛନ୍ତି।
The post କଳାବ୍ୟାଜ ପିନ୍ଧି କାର୍ଯ୍ୟ କରୁଛନ୍ତି ଅମଲା…. appeared first on Odisha.News.