କଳାମାଟି ଭୋଇଟିକ୍ରା ଗ୍ରାମରେ “ସ୍ୱଛତା ହିଁ ସେବା ” ଶପଥ କରାଇଲେ ସରପଞ୍ଚ

ଚିପିଲିମା,ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ କଳାମାଟି ପଞ୍ଚାୟତ ଅନ୍ତର୍ଗତ ଭୋଇଟିକ୍ରା ଗ୍ରାମରେ “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅଙ୍ଗନବାଡି କର୍ମୀ ସୁଶାନ୍ତି ପଶାୟତ ଓ ଇସି ମେମ୍ବର ସବିତା କୁମ୍ଭାର ଓ ଚନ୍ଦ୍ରମା ଥପାଙ୍କ ନେତୃତ୍ୱରେ ଅନୁଷ୍ଠିତ “ସ୍ୱଚ୍ଛତା ହିଁ ସେବା “କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ମହିଳା ଶ୍ରମଦାନ କରି ଗାଁ ସଫେଇ କରିବା ସହିତ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ lଏହି ଅବସରରେ ସ୍ଥାନୀୟ ସରପଞ୍ଚ ଡ଼ଃ ସୁଷମା ସାହୁ ମୁଖ୍ୟ […] The post କଳାମାଟି ଭୋଇଟିକ୍ରା ଗ୍ରାମରେ “ସ୍ୱଛତା ହିଁ ସେବା ” ଶପଥ କରାଇଲେ ସରପଞ୍ଚ appeared first on Odisha.News.

କଳାମାଟି ଭୋଇଟିକ୍ରା ଗ୍ରାମରେ “ସ୍ୱଛତା ହିଁ ସେବା ” ଶପଥ କରାଇଲେ ସରପଞ୍ଚ

ଚିପିଲିମା,ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ କଳାମାଟି ପଞ୍ଚାୟତ ଅନ୍ତର୍ଗତ ଭୋଇଟିକ୍ରା ଗ୍ରାମରେ “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅଙ୍ଗନବାଡି କର୍ମୀ ସୁଶାନ୍ତି ପଶାୟତ ଓ ଇସି ମେମ୍ବର ସବିତା କୁମ୍ଭାର ଓ ଚନ୍ଦ୍ରମା ଥପାଙ୍କ ନେତୃତ୍ୱରେ ଅନୁଷ୍ଠିତ “ସ୍ୱଚ୍ଛତା ହିଁ ସେବା “କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ମହିଳା ଶ୍ରମଦାନ କରି ଗାଁ ସଫେଇ କରିବା ସହିତ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ lଏହି ଅବସରରେ ସ୍ଥାନୀୟ ସରପଞ୍ଚ ଡ଼ଃ ସୁଷମା ସାହୁ ମୁଖ୍ୟ ଅତିଥିଭାବରେ ଯୋଗଦାନ କରି ମାଁ ମାନଙ୍କୁ ଗାଁ ପରିବେଶକୁ ସଫା ସୁତୁରା ରଖିବା ଉଦ୍ଧେଶ୍ୟ ନେଇ ଶପଥ ପାଠ କରାଇଥିଲେ l ପ୍ରକାଶ ଥାଉକି ଗାଁରେ ସମସ୍ତେ ପାଇଖାନା ବ୍ୟବହାର କରିବା, ଘର ଆବର୍ଜନାକୁ ଏଣେତେଣେ ନପକାଇ ଗାଁ ଡଷ୍ଟବିନରେ ପକାଇବା ସହ ଗାଁକୁ ସ୍ଵଛ ରଖି ମହାତ୍ମାଗାନ୍ଧୀଙ୍କ ସ୍ବପ୍ନକୁ ପୁରାକରିବାକୁ ମହିଳା ମାନଙ୍କୁ ଶପଥପାଠ ମାଧ୍ୟମରେ ପରାମର୍ଶ ଦେଇଥିଲେ ସରପଞ୍ଚ ଡ଼ଃ ସୁଷମା l

The post କଳାମାଟି ଭୋଇଟିକ୍ରା ଗ୍ରାମରେ “ସ୍ୱଛତା ହିଁ ସେବା ” ଶପଥ କରାଇଲେ ସରପଞ୍ଚ appeared first on Odisha.News.