କଳାହାଣ୍ଡି ଓ ଟିଟିଲାଗଡ ରାଜ୍ୟର ଉତ୍ତପ୍ତ ସହର
ଭୁବନେଶ୍ବର: ରାଜ୍ୟରେ ବଢିଲା ଗ୍ରୀଷ୍ମପ୍ରବାହ।ଉପାନ୍ତରୁ ଉପକୂଳ ସବୁଠି ଉପରମୁହାଁ ପାରଦ। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର। ଅଧିକାଂଶ ସ୍ଥାନରେ... The post କଳାହାଣ୍ଡି ଓ ଟିଟିଲାଗଡ ରାଜ୍ୟର ଉତ୍ତପ୍ତ ସହର appeared first on .
ଭୁବନେଶ୍ବର: ରାଜ୍ୟରେ ବଢିଲା ଗ୍ରୀଷ୍ମପ୍ରବାହ।ଉପାନ୍ତରୁ ଉପକୂଳ ସବୁଠି ଉପରମୁହାଁ ପାରଦ। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର। ଅଧିକାଂଶ ସ୍ଥାନରେ ୩୫ ରୁ ୩୭ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ତାତି ବଢିବ। ଦୁଇଦିନ ପରେ ରାଜ୍ୟରେ ପୁଣି ପାଗରେ ପରିବର୍ତ୍ତନ ହେବ। ପଶ୍ଚିମା ଝଡ ପ୍ରଭାବରେ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ ବର୍ଷା ନେଇ ଆକଳନ କରାଯାଇଛି।
ବଢୁଛି ଗ୍ରୀଷ୍ମ ପ୍ରବାହ। ଭୁବନେଶ୍ବର ସମେତ ପଶ୍ଚିମ ଓଡ଼ିଶାରେ ପ୍ରବଳ ତାତି। କଳାହାଣ୍ଡି ଓ ଟିଟିଲାଗଡ ରାଜ୍ୟର ଉତ୍ତପ୍ତ ସହର। ସ୍ବାଭାବିକ ଠାରୁ ୫ ରୁ ୬ ଡିଗ୍ରୀ ଉପରେ ପାରଦ। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର। ଅଧିକାଂଶ ସହରର ତାପମାତ୍ରା ୩୫ ରୁ ୩୭ ଡିଗ୍ରୀ ନେଇ ଆକଳନ।ମେଘମୁକ୍ତ ଆକାଶ ସହ ଶୁଖିଲା ପାଗ ପାଇଁ ରାଜ୍ୟରେ ହଠାତ୍ ବୃଦ୍ଧି ପାଇଛି ତାପମାତ୍ରା। ଗତକାଲି ରାଜ୍ୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୩୬ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଆସନ୍ତା ଦୁଇଦିନରେ ତାତି ଆହୁରି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ବିଶେଷ କରି ରାଜଧାନୀ ଭୁବନେଶ୍ବର ସମେତ ପଶ୍ଚିମ ଓଡ଼ିଶାର ଟିଟିଲାଗଡ, ବଲାଙ୍ଗିର, ବରଗଡ, ସମ୍ବଲପୁର, ବୌଦ୍ଧ, ଝାରସୁଗୁଡା ଏବଂ କଳାହାଣ୍ଡିରେ ଗ୍ରୀଷ୍ମ ପ୍ରବାହ ଭଳି ସ୍ଥିତି ଉପୁଜିବ।
ଦୁଇଦିନ ପରେ ରାଜ୍ୟରେ ପୁଣି ବଦଳିବ ପାଗ । ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ବର୍ଷା ନେଇ ଆକଳନ କରାଯାଇଥିବା ବେଳେ ୨୪ ତାରିଖରେ ସର୍ବାଧିକ ପଡିବାର ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଉପକୂଳ ଓଡ଼ିଶା ସମେତ କନ୍ଧମାଳ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, କୋରାପୁଟ, ମାଲକାନଗିରି, ରାୟଗଡା ଏବଂ ବୌଦ୍ଧରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ବର୍ଷା ହେଲେ ମଧ୍ୟ ରାତ୍ରୀର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ।
The post କଳାହାଣ୍ଡି ଓ ଟିଟିଲାଗଡ ରାଜ୍ୟର ଉତ୍ତପ୍ତ ସହର appeared first on .