କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ଆଜି
ଭବାନୀପାଟଣା,୧୩ା୯ (ଉତ୍ତମ କୁମାର ଦାଶ):ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ସପ୍ତମୀ ତିଥିରେ ନୂଆଁଖାଇ ପାଳନ ହେଉଥିବାବେଳେ ଏଠାରେ ପ୍ରତିପଦାଠାରୁ ଆରମ୍ଭକରି ଦଶହରା ଦଶମୀ ପର୍ଯ୍ୟନ୍ତ ଚାଲିଥାଏ। ରାତି ପାହିଲେ ଅର୍ଥାତ୍ ଶୁକ୍ରବାର ଜିଲାର ଗଡ଼ଜାତ ଅଞ୍ଚଳରେ ପାଳନ ହେବ ଗଣପର୍ବ ନୂଆଁଖାଇ। ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କଠାରେ ନବାନ୍ନ ଲାଗି ହେଲା ପରେ ନୂଆଁ ଖାଇବେ ଗଡ଼ଜାତ ଅଞ୍ଚଳବାସୀ। ମା’ ମାଣିକେଶ୍ୱରୀଙ୍କ ପାଖରେ ଶୁକ୍ରବାର ସକାଳେ ନବାନ୍ନ […] The post କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ଆଜି appeared first on Dharitri Odia News.
ଭବାନୀପାଟଣା,୧୩ା୯ (ଉତ୍ତମ କୁମାର ଦାଶ):ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ସପ୍ତମୀ ତିଥିରେ ନୂଆଁଖାଇ ପାଳନ ହେଉଥିବାବେଳେ ଏଠାରେ ପ୍ରତିପଦାଠାରୁ ଆରମ୍ଭକରି ଦଶହରା ଦଶମୀ ପର୍ଯ୍ୟନ୍ତ ଚାଲିଥାଏ। ରାତି ପାହିଲେ ଅର୍ଥାତ୍ ଶୁକ୍ରବାର ଜିଲାର ଗଡ଼ଜାତ ଅଞ୍ଚଳରେ ପାଳନ ହେବ ଗଣପର୍ବ ନୂଆଁଖାଇ। ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କଠାରେ ନବାନ୍ନ ଲାଗି ହେଲା ପରେ ନୂଆଁ ଖାଇବେ ଗଡ଼ଜାତ ଅଞ୍ଚଳବାସୀ। ମା’ ମାଣିକେଶ୍ୱରୀଙ୍କ ପାଖରେ ଶୁକ୍ରବାର ସକାଳେ ନବାନ୍ନ ଲାଗି ନେଇ ଲଗ୍ନ ସ୍ଥିର ହୋଇଛି। ମା’ଙ୍କ ନିକଟରେ ନବାନ୍ନ ଲାଗିବା ପରେ ଗଡ଼ଜାତ ଅଞ୍ଚଳର ଭବାନୀପାଟଣା ସମେତ ଲାଞ୍ଜିଗଡ଼, ଜୟପାଟଣା, ମଦନପୁର ରାମପୁର, ମାଣିକେଶ୍ୱରୀଙ୍କ ମୂଳପୀଠ ଥୁଆମୂଳ ରାମପୁରରେ ପାଳିତ ହେବ ନୂଆଁଖାଇ ପର୍ବ। ଏ ନେଇ ଉତ୍ସବମୁଖର ଗଡ଼ଜାତ ଅଞ୍ଚଳର ପୁରପଲ୍ଲୀ।
ସାଧାରଣତଃ ଗଣେଶ ପୂଜା ପରଦିନ ଅର୍ଥାତ୍ ପଞ୍ଚମୀକୁ ନୂଆଁଖାଇ ରୂପେ ପଶ୍ଚିମ ଓଡ଼ିଶାରେ ପାଳନ କରାଯାଏ। କିନ୍ତୁ କଳାହାଣ୍ଡିର ଗଡ଼ଜାତ ଅଞ୍ଚଳରେ ଏହାକୁ ସ୍ବତନ୍ତ୍ର ଭାବେ ପାଳନ କରାଯାଏ। ଶୁକ୍ରବାର ସକାଳ ୮ଟା ୨୫ରୁ ୯ଟା ୧୫ ମଧ୍ୟରେ ବିଧି ଅନୁଯାୟୀ ମା’ ମାଣିକେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବ। ଦିନ ୯ ଘଟିକାଠାରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଦ୍ବାର ଖୋଲା ରହିବ। ସକାଳ ୧୦ଟା ୩ ମିନିଟ୍ରୁ ୧୨ଟା ୩୬ ମିନିଟ୍ ମଧ୍ୟରେ ନୂଆଁ ଖାଇବେ ଗଡ଼ଜାତ ଅଞ୍ଚଳବାସୀ। ଶୁକ୍ଳପକ୍ଷ ଦଶମୀ ତିଥିରେ ମା’ଙ୍କ ପାଖରେ ଏହି ନବାନ୍ନ ଲାଗି ହୋଇଥାଏ। ଏଥିଲାଗି ଗୁରୁବାର ଗଡ଼ଜାତ ଅଞ୍ଚଳରେ ଲୋକେ ପ୍ରସ୍ତୁତିରେ ଲାଗିପଡିଛନ୍ତି। ନୂଆଁଖାଇ ପାଇଁ ନୂଆ ଧାନ, ନୂଆ ଚୁଡ଼ା, ଗୁଡ଼ କିଣୁଥିବା ଦେଖିବାକୁ ମିଳିଛି। କୃଷିଭିତ୍ତିକ ପର୍ବ ନୂଆଁଖାଇରେ ସବୁ କିଛି ନୂଆ ସାମଗ୍ରୀ ବ୍ୟବହାରହେବା ନେଇ ପରମ୍ପରା ରହିଥିବାରୁ ଲୁଗା ଦୋକାନରେ ମଧ୍ୟ ପ୍ରବଳ ଭିଡ଼ ଜମୁଛି। ନୂଆଁଖାଇକୁ ନେଇ ଚାରିଆଡ଼େ ଉତ୍ସାହର ମାହୋଲ ଥିବାବେଳେ ବ୍ୟବସାୟୀ ମଧ୍ୟ ବ୍ୟବସାୟକୁ ନେଇ ବେଶ୍ ଖୁସି ଅଛନ୍ତି। ଅନ୍ୟପଟେ ନୂଆଖାଇ ପରେ ଆରମ୍ଭ ହେବ ଜୁହାର ଭେଟ ଓ ନାଚଗୀତର ଆସର। ସେଥିପାଇଁ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମା’ ମାଣିକେଶ୍ୱରୀଙ୍କ ମନ୍ଦିର ସମ୍ମୁଖରେ ଅଭ୍ୟାସ ଚାଲିଛି। କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ସହ ବଜାଶାଲ, ବନାବାଡ଼ି, ସିଙ୍ଗାରି ଆଦି ନୃତ୍ୟରେ ଝୁମିବେ ଗଡ଼ଜାତ ଅଞ୍ଚଳବାସୀ।
The post କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ଆଜି appeared first on Dharitri Odia News.