କଳାହାଣ୍ଡି ଚାଷୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ମୋଦି

ଗୋଲାମୁଣ୍ଡା,୩୦l୧୨(ବଟକୃଷ୍ଣ ପଣ୍ଡା):ଆଜିର ଆଧୁନିକ ଯୁଗରେ ଯୁବ ଗୋଷ୍ଠୀ ଚାଷ କାର୍ଯ୍ୟପ୍ରତି ଆଗ୍ରହ ପ୍ରକାଶ କରୁ ନ ଥିବାବେଳେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକର ଜଣେ ଯୁବ ଚାଷୀ ଟମାଟୋ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହିତ ଅଞ୍ଚଳର ୧୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ କାମ ଯୋଗାଇ ସ୍ବାବଲମ୍ବୀ ହେବାର ରାସ୍ତା ଦେଖାଇଛନ୍ତି। ସେ ଅନ୍ୟ ଚାଷୀମାନଙ୍କୁ ନେଇ କୃଷକ ଉତ୍ପାଦନ ସଂଗଠନ (ଏଫ୍‌ପିଓ) ପ୍ରତିଷ୍ଠା କରିବା ସହ କଳାହାଣ୍ଡି ଜିଲାରେ ପରିବା ବିପ୍ଳବ ଆଣିବା ପାଇଁ ଆଧୁନିକ […] The post କଳାହାଣ୍ଡି ଚାଷୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ମୋଦି appeared first on Dharitri Odia News.

କଳାହାଣ୍ଡି ଚାଷୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ମୋଦି

ଗୋଲାମୁଣ୍ଡା,୩୦l୧୨(ବଟକୃଷ୍ଣ ପଣ୍ଡା):ଆଜିର ଆଧୁନିକ ଯୁଗରେ ଯୁବ ଗୋଷ୍ଠୀ ଚାଷ କାର୍ଯ୍ୟପ୍ରତି ଆଗ୍ରହ ପ୍ରକାଶ କରୁ ନ ଥିବାବେଳେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକର ଜଣେ ଯୁବ ଚାଷୀ ଟମାଟୋ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହିତ ଅଞ୍ଚଳର ୧୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ କାମ ଯୋଗାଇ ସ୍ବାବଲମ୍ବୀ ହେବାର ରାସ୍ତା ଦେଖାଇଛନ୍ତି। ସେ ଅନ୍ୟ ଚାଷୀମାନଙ୍କୁ ନେଇ କୃଷକ ଉତ୍ପାଦନ ସଂଗଠନ (ଏଫ୍‌ପିଓ) ପ୍ରତିଷ୍ଠା କରିବା ସହ କଳାହାଣ୍ଡି ଜିଲାରେ ପରିବା ବିପ୍ଳବ ଆଣିବା ପାଇଁ ଆଧୁନିକ ପ୍ରଯୁକ୍ତିର ଉପଯୋଗ କରୁଛନ୍ତି। ତାଙ୍କର ଏହି ପ୍ରୟାସକୁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧୭ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି। ସେହି ଯୁବ ଚାଷୀ ହେଉଛନ୍ତି ଗୋଲାମୁଣ୍ଡା ବ୍ଲକ ସାନଚେରଗାଁର କୃଷ୍ଣଚନ୍ଦ୍ର ନାଗ। ଚଳିତବର୍ଷ ୨୦୦ ଏକର ଜମିରେ ଆଧୁନିକ ପ୍ରଣାଳୀରେ ଟମାଟୋ ଚାଷ କରି ସେ ୧.୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରିବା ଲକ୍ଷ୍ୟରେ ଅଛନ୍ତି। ସେ ୧୫୦ ଏକର ଜମିରେ କଲରା ଚାଷ କରି ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରିପାରିଛନ୍ତି। କମ୍‌ ସାରରେ ଜୈବିକ ପଦ୍ଧତିରେ ଚାଷ କରୁଥିବାରୁ ତାଙ୍କ ଟମାଟୋର ପଶ୍ଚିମ ଓଡ଼ିଶା ଓ ପୂର୍ବ ଓଡ଼ିଶାରେ ବେଶ୍‌ ଚାହିଦା ଥିବାବେଳେ ପଡୋଶୀ ରାଜ୍ୟ ଛତିଶଗଡ଼ର ବ୍ୟବସାୟୀମାନେ ତାଙ୍କ ବଗିଚାକୁ ଆସି ଟମାଟୋ ଓ କଲରା ନେଇଥାନ୍ତି।

The post କଳାହାଣ୍ଡି ଚାଷୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ମୋଦି appeared first on Dharitri Odia News.