କଳାହାଣ୍ଡି ଜିଲାରେ ଶିକ୍ଷା ସମସ୍ୟା: ଏଆଇଏସ୍‌ଏଫ୍‌ର ବିକ୍ଷୋଭ ସମାବେଶ

ଭବାନୀପାଟଣା,୪ା୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ଶିକ୍ଷା ସମସ୍ୟାକୁ ନେଇ ମଙ୍ଗଳବାର ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ଅଫିସ ଆଗରେ ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍‌ଏଫ୍‌) ଓ ଜିଲା ଛାତ୍ର ସଂଘ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହାପୂର୍ବରୁ ସ୍ଥାନୀୟ ବସ୍‌ ଟର୍ମିନାଲଠାରୁ ଜିଲାପାଳଙ୍କ ଅଫିସ ପର୍ଯ୍ୟନ୍ତ କର୍ମକର୍ତ୍ତାମାନେ ଏକ ଶୋଭାଯାତ୍ରାରେ ଯାଇଥିଲେ। ପରେ ସେଠାରେ ଛାତ୍ରମାନେ ବିଭିନ୍ନ ଶିକ୍ଷା ସମସ୍ୟାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କଳାହାଣ୍ଡି ଜିଲାର ସଦର ମହକୁମା ଭବାନୀପାଟଣାରେ ଓପିଏସ୍‌ସି କେନ୍ଦ୍ର ସ୍ଥାପନ, ଜିଲାର […] The post କଳାହାଣ୍ଡି ଜିଲାରେ ଶିକ୍ଷା ସମସ୍ୟା: ଏଆଇଏସ୍‌ଏଫ୍‌ର ବିକ୍ଷୋଭ ସମାବେଶ appeared first on Dharitri Odia News.

କଳାହାଣ୍ଡି ଜିଲାରେ ଶିକ୍ଷା ସମସ୍ୟା: ଏଆଇଏସ୍‌ଏଫ୍‌ର ବିକ୍ଷୋଭ ସମାବେଶ

ଭବାନୀପାଟଣା,୪ା୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ଶିକ୍ଷା ସମସ୍ୟାକୁ ନେଇ ମଙ୍ଗଳବାର ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ଅଫିସ ଆଗରେ ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍‌ଏଫ୍‌) ଓ ଜିଲା ଛାତ୍ର ସଂଘ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହାପୂର୍ବରୁ ସ୍ଥାନୀୟ ବସ୍‌ ଟର୍ମିନାଲଠାରୁ ଜିଲାପାଳଙ୍କ ଅଫିସ ପର୍ଯ୍ୟନ୍ତ କର୍ମକର୍ତ୍ତାମାନେ ଏକ ଶୋଭାଯାତ୍ରାରେ ଯାଇଥିଲେ। ପରେ ସେଠାରେ ଛାତ୍ରମାନେ ବିଭିନ୍ନ ଶିକ୍ଷା ସମସ୍ୟାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କଳାହାଣ୍ଡି ଜିଲାର ସଦର ମହକୁମା ଭବାନୀପାଟଣାରେ ଓପିଏସ୍‌ସି କେନ୍ଦ୍ର ସ୍ଥାପନ, ଜିଲାର ବିଭିନ୍ନ ମହାବିଦ୍ୟାଳୟରେ ହୋଇଥିବା ୫-ଟି ଦୁର୍ନୀତି, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖାଲିପଡିଥିବା ଅଧ୍ୟାପକ ପଦବୀ ପୂରଣ କରିବା, ଚଳିତବର୍ଷ ଛାତ୍ରସଂସଦ ନିର୍ବାଚନ କରିବା ଓ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପସ୍ଥାପନା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏଆଇଏସ୍‌ଏଫ୍‌ର ଜିଲା ସଭାପତି ରାଜାରାମ ଡଙ୍ଗରୀ, ଉପସଭାପତି ଲିଙ୍କନ କୁମାର ବାଗ, ଆକାଶ ନିଆଲ, ରଜତ କୁମାର, କଳାହାଣ୍ଡି ଛାତ୍ରସଂଘର ଉମାକାନ୍ତ ନିଆଲ, ପ୍ରବୀଣ ବଣିଆ, ସୌରଭ ମିଶ୍ର, ପ୍ରେମାନନ୍ଦ, ଓମ୍‌କାର ଦଣ୍ଡସେନା, ଖାରବେଳ ବାଗ, ଧର୍ମେନ୍ଦ୍ର ପୂଜାରୀ, ମାନସ ଶବର, ମନୋଜ ଜାଲ, ପ୍ରମୋଦ ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ।

The post କଳାହାଣ୍ଡି ଜିଲାରେ ଶିକ୍ଷା ସମସ୍ୟା: ଏଆଇଏସ୍‌ଏଫ୍‌ର ବିକ୍ଷୋଭ ସମାବେଶ appeared first on Dharitri Odia News.