କଳାହାଣ୍ଡି ଡେପୁଟି କଲେକ୍ଟରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ଦୁର୍ନୀତି ଅଭିଯୋଗରେ ହେଲେ ସସପେଣ୍ଡ୍
କଳାହାଣ୍ଡି: ଦୁର୍ନୀତି ଅଭିଯୋଗରେ କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର।l ରାଜସ୍ୱ ବିଭାଗର ଅତିରିକ୍ତ ସଚିବଙ୍କ ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି l ସୂଚନା ଅନୁଯାୟୀ, ପିଲ୍ଲା ଅତିରିକ୍ତ ତହସିଲଦାର ଭାବରେ କାର୍ଯ୍ୟ କରିବା ସମୟରେ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟକଳାପରେ ଜଡ଼ିତ ଥିବା ଅଭିଯୋଗ ହୋଇଥିଲା। ଯାହାପରେ ତଦନ୍ତକ୍ରମେ ସରକାର ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସେପଟେ ତାଙ୍କ ସସପେଣ୍ଡଙ୍କୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଛି। ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ କାର୍ଯ୍ୟରେ ରଖିବା କଥା ନୁହେଁ। ଶାସନ ଏବଂ ପ୍ରଶାସନ ଉପରେ ଲୋକଙ୍କ ଭରସା ଥାଏ। କିନ୍ତୁ ପ୍ରଶାସନିକ ଅଧିକାରୀମାନେ ଏଭଳି ଦୁର୍ନୀତି କରିବା ଉଚିତ ନୁହେଁ। ଏଭଳି କରୁଥିବା ଅଫିସରଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର । ଏହା ଲୋକଙ୍କ ନିକଟରେ ଏକ ଉଦାହରଣ ସୃଷ୍ଟି କରିବ। ଯେମିତି ଆଉ କୌଣସି ପ୍ରଶାସନିକ ଅଧିକାରୀ ଦୁର୍ନୀତି କରିବେ ନାହିଁ ବୋଲି କହିଛନ୍ତି, ସ୍ଥାନୀୟ ଓକିଲ ଥବିର ପ୍ରସାଦ ସାହୁ।
କଳାହାଣ୍ଡି: ଦୁର୍ନୀତି ଅଭିଯୋଗରେ କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର।l ରାଜସ୍ୱ ବିଭାଗର ଅତିରିକ୍ତ ସଚିବଙ୍କ ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି l
ସୂଚନା ଅନୁଯାୟୀ, ପିଲ୍ଲା ଅତିରିକ୍ତ ତହସିଲଦାର ଭାବରେ କାର୍ଯ୍ୟ କରିବା ସମୟରେ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟକଳାପରେ ଜଡ଼ିତ ଥିବା ଅଭିଯୋଗ ହୋଇଥିଲା। ଯାହାପରେ ତଦନ୍ତକ୍ରମେ ସରକାର ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।
ସେପଟେ ତାଙ୍କ ସସପେଣ୍ଡଙ୍କୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଛି। ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ କାର୍ଯ୍ୟରେ ରଖିବା କଥା ନୁହେଁ। ଶାସନ ଏବଂ ପ୍ରଶାସନ ଉପରେ ଲୋକଙ୍କ ଭରସା ଥାଏ। କିନ୍ତୁ ପ୍ରଶାସନିକ ଅଧିକାରୀମାନେ ଏଭଳି ଦୁର୍ନୀତି କରିବା ଉଚିତ ନୁହେଁ। ଏଭଳି କରୁଥିବା ଅଫିସରଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର । ଏହା ଲୋକଙ୍କ ନିକଟରେ ଏକ ଉଦାହରଣ ସୃଷ୍ଟି କରିବ। ଯେମିତି ଆଉ କୌଣସି ପ୍ରଶାସନିକ ଅଧିକାରୀ ଦୁର୍ନୀତି କରିବେ ନାହିଁ ବୋଲି କହିଛନ୍ତି, ସ୍ଥାନୀୟ ଓକିଲ ଥବିର ପ୍ରସାଦ ସାହୁ।