କଳାହାଣ୍ଡି ର ଶୁଭମୁକ୍ତି କଲା ଗୀତ “ଘୁମୁରା ଧରି ଆଏମୁଁ ବରାତି
କଳାହାଣ୍ଡି, ୧୭/୦୫ (ଜଗନ୍ନାଥ ନାଏକ) : କଳାହାଣ୍ଡିର ରାଜାବାଦ୍ୟ ତଥା ବୀରବାଦ୍ୟ ଘୁମୁରାର କଳାସଂସ୍କୃତି ଓ କଳାହାଣ୍ଡିର ଐତିହ୍ୟ ପରାମ୍ପରା ଭିତ୍ତିକ କଳାହାଣ୍ଡିଆ ଗୀତ “ଘୁମୁରା ଧରି ଆଏମୁଁ ବରାତି “ତା ୧୨/୦୫/୨୦୨୪ ରିଖ ରବିବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗୀତରେ କଳାହାଣ୍ଡିର ବୀରବାଦ୍ୟ ଘୁମୁରାକୁ କେମିତି କଳାହାଣ୍ଡିର ବିଭିନ୍ନ ଐତିହ୍ୟ କଳାସଂସ୍କୃତି କାର୍ଯ୍ୟକ୍ରମ ଗୁଡିକରେ ବ୍ୟବହାର ଓ ଏହାର ଉପକାରୀତା ବିଷୟକୁ ଜୀବନ୍ତ ରୁପକ ଉଦାହରଣ ଦେଇ ପରିବେଷଣ କରାଯାଇଛି ।ଯାହା ଫଳରେ […] The post କଳାହାଣ୍ଡି ର ଶୁଭମୁକ୍ତି କଲା ଗୀତ “ଘୁମୁରା ଧରି ଆଏମୁଁ ବରାତି appeared first on Odisha.News.

କଳାହାଣ୍ଡି, ୧୭/୦୫ (ଜଗନ୍ନାଥ ନାଏକ) :
କଳାହାଣ୍ଡିର ରାଜାବାଦ୍ୟ ତଥା ବୀରବାଦ୍ୟ ଘୁମୁରାର କଳାସଂସ୍କୃତି ଓ କଳାହାଣ୍ଡିର ଐତିହ୍ୟ ପରାମ୍ପରା ଭିତ୍ତିକ କଳାହାଣ୍ଡିଆ ଗୀତ “ଘୁମୁରା ଧରି ଆଏମୁଁ ବରାତି “ତା ୧୨/୦୫/୨୦୨୪ ରିଖ ରବିବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗୀତରେ କଳାହାଣ୍ଡିର ବୀରବାଦ୍ୟ ଘୁମୁରାକୁ କେମିତି କଳାହାଣ୍ଡିର ବିଭିନ୍ନ ଐତିହ୍ୟ କଳାସଂସ୍କୃତି କାର୍ଯ୍ୟକ୍ରମ ଗୁଡିକରେ ବ୍ୟବହାର ଓ ଏହାର ଉପକାରୀତା ବିଷୟକୁ ଜୀବନ୍ତ ରୁପକ ଉଦାହରଣ ଦେଇ ପରିବେଷଣ କରାଯାଇଛି ।ଯାହା ଫଳରେ ଏହି ଗୀତ ମାଧ୍ୟମରେ କଳାହାଣ୍ଡିର ଐତିହ୍ୟ ,ସଂସ୍କୃତି ଓ ପରମ୍ପରାକୁ ପୁଣୀଥରେ ଜୀବନ୍ତ କରିପକାଇଛି ।ଏହି ଗୀତରେ କଣ୍ଠଦାନ କରିଛନ୍ତି କଳାହାଣ୍ଡି ସାଇଦଲଙ୍ଗାର ସୁନାମଧନ୍ୟ କଣ୍ଠଶିଳ୍ପୀ କୁମାର ଦ୍ରୋଣ ଓ ରିଷିଡାର କଣ୍ଠଶିଳ୍ପୀ ଏଚ୍.ଏସ୍.କୁମାର ।ଗୀତକୁ ଲେଖିଛନ୍ତି କୁମାର ବ୍ରଦର୍ସ ଏବଂ ମ୍ୟୁଜିକ ନିର୍ଦ୍ଦେଶନା ଦେଇଛନ୍ତି ଓଡ଼ିଶାର ସୁନାମଧନ୍ୟ ନିର୍ଦ୍ଦେଶକ ଶ୍ରୀ ଅଭିଜିତ୍ ମୁଜୁମଦାର୍ ।ଏହି ଗୀତରେ ଅଭିନୟ କରିଛନ୍ତି କଳାହାଣ୍ଡିର ସୁପରିଚିତ ଅଭିନେତା କଳାହାଣ୍ଡି କଟାପ୍ପା ,ସୁଦର୍ଶନ ,ସରୋଜ କୁମ୍ଭାର ,ଟବୁ ଭଞ୍ଜା ,ଲୋଚନ ମାଝୀ ଓ ଅଭିନେତ୍ରୀ ଲିପ୍ସା ।ଏହି ଗୀତ ସଂପୂର୍ଣ୍ଣ ଭାବରେ କଳାହାଣ୍ଡିର କଳାସଂସ୍କୃତି ଭିତ୍ତିକ ଅଟେ ଏବଂ ଏହିଗୀତ ୟୁଟୁବ୍ ଚେନାଲ୍ “କୁମାର ବ୍ରଦର୍ସ “ରେ ଶୁଭମୁକ୍ତି ପାଇଛି ।
The post କଳାହାଣ୍ଡି ର ଶୁଭମୁକ୍ତି କଲା ଗୀତ “ଘୁମୁରା ଧରି ଆଏମୁଁ ବରାତି appeared first on Odisha.News.