କଳାହାଣ୍ଡିରେ ପାରଦ ଉପରମୁହାଁ: ଗରମ, ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ଭବାନୀପାଟଣା,୨୪ା୪(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲାରେ ପାରଦ ଏବେ ଉପରମୁହାଁ। ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ । ସହରର ତାପମାତ୍ରା ଏବେ ୪୫ ଡିଗ୍ରୀରୁ ଅଧିକ ରହୁଛି। ସତେଯେପରି ତତଲା କଡେଇରେ ଭାଜି ହେଉଥିବା ଭଳି ମନେହେଉଛି। ଏହାକୁ ଦୃଷ୍ଟିରେ ରଖି ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଜିଲା ପ୍ରଶାସନ। ଗତ କିଛିଦିନ ହେଲା କଳାହାଣ୍ଡିରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଛି। ଖରାର ତାତିରୁ ରକ୍ଷା ପାଇବା ପାଇଁ କିଏ […] The post କଳାହାଣ୍ଡିରେ ପାରଦ ଉପରମୁହାଁ: ଗରମ, ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ appeared first on Dharitri Odia News.

କଳାହାଣ୍ଡିରେ ପାରଦ ଉପରମୁହାଁ: ଗରମ, ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ଭବାନୀପାଟଣା,୨୪ା୪(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲାରେ ପାରଦ ଏବେ ଉପରମୁହାଁ। ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ । ସହରର ତାପମାତ୍ରା ଏବେ ୪୫ ଡିଗ୍ରୀରୁ ଅଧିକ ରହୁଛି। ସତେଯେପରି ତତଲା କଡେଇରେ ଭାଜି ହେଉଥିବା ଭଳି ମନେହେଉଛି।

ଏହାକୁ ଦୃଷ୍ଟିରେ ରଖି ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଜିଲା ପ୍ରଶାସନ। ଗତ କିଛିଦିନ ହେଲା କଳାହାଣ୍ଡିରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଛି। ଖରାର ତାତିରୁ ରକ୍ଷା ପାଇବା ପାଇଁ କିଏ ମୁଣ୍ଡରେ ଟୋପି, ଗାମୁଛା ପିନ୍ଧିଛି ତ ଆଉ କିଏ କଳା ଚଷମା ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି।

ଲସି, ସରବତ ଓ ଆମ୍ବ ରସ ଦୋକାନରେ ଭିଡ଼ ଜମୁଛି। ଥଣ୍ଡା ପାନୀୟର ଚାହିଦା ବଢିଥିବାବେଳେ ଲସି କିମ୍ବା ସରବତ ପିଇ ଆଶ୍ୱସ୍ତ ଅନୁଭବ କରୁଛନ୍ତି ଲୋକେ। ତାପମାତ୍ରାର ଅହେତୁକ ବୃଦ୍ଧି ସାଙ୍ଗକୁ ବିଜୁଳି କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ସକାଳ ୮ଟାରୁ ସା ୬ଟା ପର୍ଯ୍ୟନ୍ତ ଜିଲାରେ ଅଧିକାଂଶ ଦୋକାନବଜାର ବନ୍ଦ ରହୁଥିବାବେଳେ ରାସ୍ତାଘାଟ ଜନଶୂନ୍ୟ ହୋଇପଡୁଛି।

ଜିଲାର ମୁଖ୍ୟାଳୟ ଭବାନୀପାଟଣା ସମେତ ଜୁନାଗଡ଼, ଧର୍ମଗଡ଼, କେସିଙ୍ଗା ଆଦି ସହରରେ ଦିନ ବେଳା ୪୫ ଡିଗ୍ରୀ ତାପମାତ୍ରା ରହୁଛି। ତାପମାତ୍ରାକୁ ଦୃଷ୍ଟିରେ ରଖି ଜିଲାର ସମସ୍ତ ଡାକ୍ତରଖାନାରେ ଅଂଶୁଘାତ ମୁକାବିଲା ପାଇଁ ବ୍ୟବସ୍ଥା କରିଛି ସ୍ବାସ୍ଥ୍ୟ ବିଭାଗ। ଏଭଳି ସମୟରେ ଜିଲାର ବିଭିନ୍ନ ସ୍ଥାନରେ ବନାଗ୍ନି ତଥା ଜମିରେ ଲାଗୁଥିବା ନିଆଁ ଚିନ୍ତା ବଢାଉଛି। ଏହାଛଡା ଜିଲାର ଅନେକ ଅଞ୍ଚଳରେ ବେଆଇନ ଇଟାଭାଟି ଯୋଗୁ ପରିବେଶ ଅଧିକ ଉତ୍ତପ୍ତ ହେବାରେ ଲାଗିଛି। ଜିଲାର ବିଭିନ୍ନ ନାଳ ପୋଖରୀରେ ପାଣି ଶୁଖୁଯିବା କାରଣରୁ ଗୃହପାଳିତ

ପଶୁପକ୍ଷୀ ଓ ବନ୍ୟଜନ୍ତୁ ପାନୀୟ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମିନତୀ ଲତା ଦାସଙ୍କୁ ପଚାରିବାରୁ ଅଂଶୁଘାତ ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା କରାଯାଉଛି। ଜିଲାର ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଂଶୁଘାତ କକ୍ଷ ଖୋଲାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ଅଂଶୁଘାତରେ କେହି ଆକ୍ରାନ୍ତ ହୋଇ ନ ଥିବାବେଳେ ଆଗକୁ କଣ ହେବ ସେଥିପ୍ରତି ଯତ୍ନବାନ ରହିଛୁ ବୋଲି କହିଥିଲେ

The post କଳାହାଣ୍ଡିରେ ପାରଦ ଉପରମୁହାଁ: ଗରମ, ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ appeared first on Dharitri Odia News.