କଶ୍ମୀର ପ୍ରସଙ୍ଗରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ତୁର୍କୀ ରାଷ୍ଟ୍ରପତି: ମୁହଁତୋଡ଼ ଜବାବ ଦେଲା ଭାରତ
ନୂଆଦିଲ୍ଲୀ,୨୨।୨:ତୁର୍କୀ ରାଷ୍ଟ୍ରପତି ରେସେପ୍ ତାଇପ୍ ଏର୍ଡୋଗାନ୍ କଶ୍ମୀର ପ୍ରସଙ୍ଗରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଭାରତ ଏହାର ଦୃଢ଼ ପ୍ରତିବାଦ ଜଣାଇଛି। ଗତ ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶୋହଓ୍ବାଜ ଶରିଫ୍ଙ୍କ ସହ ଆଲୋଚନା ପରେ ଏର୍ଡୋଗାନ୍ କଶ୍ମୀର ପ୍ରସଙ୍ଗର ସମାଧାନ ଲାଗି ଜାତିସଂଘରେ ଆଲୋଚନା ପାଇଁ ଆହ୍ବାନ ଦେଇଥିଲେ। ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ଏଭଳି ଆପତ୍ତିଜନକ ମନ୍ତବ୍ୟକୁ ନୂଆଦିଲ୍ଲୀ ପ୍ରତ୍ୟାଖ୍ୟାନ କରେ। ଦେଶର ଆଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୌମ ଉପରେ ଏଭଳି ଅବାଞ୍ଛିତ ମନ୍ତବ୍ୟ ଗ୍ରହଣୀୟ ନୁହେଁ। […] The post କଶ୍ମୀର ପ୍ରସଙ୍ଗରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ତୁର୍କୀ ରାଷ୍ଟ୍ରପତି: ମୁହଁତୋଡ଼ ଜବାବ ଦେଲା ଭାରତ appeared first on Dharitri Odia News.
ନୂଆଦିଲ୍ଲୀ,୨୨।୨:ତୁର୍କୀ ରାଷ୍ଟ୍ରପତି ରେସେପ୍ ତାଇପ୍ ଏର୍ଡୋଗାନ୍ କଶ୍ମୀର ପ୍ରସଙ୍ଗରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଭାରତ ଏହାର ଦୃଢ଼ ପ୍ରତିବାଦ ଜଣାଇଛି। ଗତ ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶୋହଓ୍ବାଜ ଶରିଫ୍ଙ୍କ ସହ ଆଲୋଚନା ପରେ ଏର୍ଡୋଗାନ୍ କଶ୍ମୀର ପ୍ରସଙ୍ଗର ସମାଧାନ ଲାଗି ଜାତିସଂଘରେ ଆଲୋଚନା ପାଇଁ ଆହ୍ବାନ ଦେଇଥିଲେ। ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ଏଭଳି ଆପତ୍ତିଜନକ ମନ୍ତବ୍ୟକୁ ନୂଆଦିଲ୍ଲୀ ପ୍ରତ୍ୟାଖ୍ୟାନ କରେ। ଦେଶର ଆଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୌମ ଉପରେ ଏଭଳି ଅବାଞ୍ଛିତ ମନ୍ତବ୍ୟ ଗ୍ରହଣୀୟ ନୁହେଁ। ଏନେଇ ତୁର୍କୀ ରାଷ୍ଟ୍ରଦୂତଙ୍କ ନିକଟରେ ଦୃଢ଼ ପ୍ରତିବାଦ ଜଣାଯାଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଜମ୍ମୁ-କଶ୍ମୀର ଲୋକଙ୍କ ପାଇଁ ସବୁଠୁ ବଡ଼ ବିପଦ ଭାବେ ରହିଆସିଥିବା ଭାରତ ବିରୋଧରେ ପାକିସ୍ତାନର ସୀମାପାର ଆତଙ୍କବାଦ ନୀତି ପ୍ରତି ଦୃଷ୍ଟି ଆକର୍ଷଣ କରାଗଲେ ଭଲ ହେବ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି।
The post କଶ୍ମୀର ପ୍ରସଙ୍ଗରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ତୁର୍କୀ ରାଷ୍ଟ୍ରପତି: ମୁହଁତୋଡ଼ ଜବାବ ଦେଲା ଭାରତ appeared first on Dharitri Odia News.