କଶ୍ମୀର ବୁଲି ଯାଉଥିଲେ ଦୁଇ ସାଙ୍ଗ, ଜଳିଗଲା କାର୍‌

ହସଖୁସିରେ ନିଜ ବିଦେଶୀ ସାଙ୍ଗଙ୍କୁ ଧରି ରାଜଧାନୀ ଦିଲ୍ଲୀରୁ ଜମ୍ମୁ-କଶ୍ମୀର ବୁଲିବାକୁ ବାହାରିଥିଲେ ଯୁବକ। ଦିଲ୍ଲୀରୁ ଏକ କାର୍‌ ଭଡ଼ାରେ ନେଇ ଉଭୟ ଯାଉଥିବା ଜମ୍ମୁ ଅଭିମୁଖେ।

କଶ୍ମୀର ବୁଲି ଯାଉଥିଲେ ଦୁଇ ସାଙ୍ଗ, ଜଳିଗଲା କାର୍‌

ହସଖୁସିରେ ନିଜ ବିଦେଶୀ ସାଙ୍ଗଙ୍କୁ ଧରି ରାଜଧାନୀ ଦିଲ୍ଲୀରୁ ଜମ୍ମୁ-କଶ୍ମୀର ବୁଲିବାକୁ ବାହାରିଥିଲେ ଯୁବକ। ଦିଲ୍ଲୀରୁ ଏକ କାର୍‌ ଭଡ଼ାରେ ନେଇ ଉଭୟ ଯାଉଥିବା ଜମ୍ମୁ ଅଭିମୁଖେ। ମାତ୍ର ମଝି ବାଟରେ ଘଟିଲା ଅଘଟଣ ।

କାର୍‌ଟି ଦ୍ରୁତ ଗତିରେ ଥିବା ବେଳେ ହଠାତ୍‌ ସେଥିରେ ଲାଗିଲା ନିଆଁ ଓ କାର୍‌ଟି ହୁତୁହୁତୁ ହୋଇ ଜଳିଗଲା। ଏପରି ଏକ ଅଘଟଣ ହରିୟାଣାର ସୋନିପଥର ୪୪ ନଂ ଜାତୀୟ ରାଜପଥରେ ଘଟିଛି।

ଯୁବକଙ୍କ ବିଦେଶୀ ସାଙ୍ଗ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ଦୁଇ ସାଙ୍ଗ କାର୍‌ ଭଡ଼ା କରି ଜମ୍ମୁ ଅଭିମୁଖେ ଯାଉଥିଲେ। ମାତ୍ର ସୋନିପଥ ନିକଟରେ ହଠାତ୍‌ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଆଖି ପିଛୁଳାକେ ଗାଡ଼ିଟି ଜଳିବାକୁ ଲାଗିବାରୁ ଭିତରେ ଥିବା ଦୁଇ ସାଙ୍ଗ ବଞ୍ଚାଇବାକୁ ଆକୁଳ ଚିତ୍କାର କରିଥିଲେ।

ଏହାପରେ ପ୍ରାଣ ବିକଳରେ ଝରକା କାଚ ଭାଙ୍ଗି ବାହାରକୁ ଡେଇଁ ପଡ଼ିଥିଲେ। ସେମାନେ ସୁରକ୍ଷିତ ଥିବା ଜଣାଯାଇଛି।  ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ। ତେବେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଛି। ପୁଲିସ୍‌ ଅଗ୍ନିକାଣ୍ଡର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛି।