‘କଶ୍ମୀର ସହ ମୋର ରହିଛି ରକ୍ତ ସମ୍ପର୍କ’
ଜମ୍ମୁ/ଶ୍ରୀନଗର,୨୩ା୮:ଜମ୍ମୁ-କଶ୍ମୀରବାସୀଙ୍କ ସହିତ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରକ୍ତ ସମ୍ପର୍କ ରହିଛି। ରାହୁଲ କଶ୍ମୀର ଗସ୍ତର ଦ୍ୱିତୀୟ ଦିନରେ ଏହି ବିଷୟ କହିବା ସହ ଉପତ୍ୟକାକୁ ରାଜ୍ୟ ମାନ୍ୟତା ଫେରସ୍ତ ଏବଂ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପୁନଃ ଅବସ୍ଥାପିତ କରିବା ଉପରେ ଜୋର୍ ଦେଇଛନ୍ତି। ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ରର ମୋଦି ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଧାରା ୩୭୦କୁ ହଟାଇଦେଇଥିଲେ। ଏଥିସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ […] The post ‘କଶ୍ମୀର ସହ ମୋର ରହିଛି ରକ୍ତ ସମ୍ପର୍କ’ appeared first on Dharitri Odia News.
ଜମ୍ମୁ/ଶ୍ରୀନଗର,୨୩ା୮:ଜମ୍ମୁ-କଶ୍ମୀରବାସୀଙ୍କ ସହିତ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରକ୍ତ ସମ୍ପର୍କ ରହିଛି। ରାହୁଲ କଶ୍ମୀର ଗସ୍ତର ଦ୍ୱିତୀୟ ଦିନରେ ଏହି ବିଷୟ କହିବା ସହ ଉପତ୍ୟକାକୁ ରାଜ୍ୟ ମାନ୍ୟତା ଫେରସ୍ତ ଏବଂ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପୁନଃ ଅବସ୍ଥାପିତ କରିବା ଉପରେ ଜୋର୍ ଦେଇଛନ୍ତି।
୨୦୧୯ ଅଗଷ୍ଟ ୫ରେ କେନ୍ଦ୍ରର ମୋଦି ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଧାରା ୩୭୦କୁ ହଟାଇଦେଇଥିଲେ। ଏଥିସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଥିଲେ। ୨୦୧୪ ବିଧାନସଭା ନିର୍ବାଚନର ୧୦ ବର୍ଷ ପରେ କଶ୍ମୀରବାସୀ ନିଜ ପ୍ରତିନିଧି ବାଛିବାକୁ ଯାଉଥିବାବେଳେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଶ୍ରୀନଗରରେ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି, ରାଜ୍ୟ ମାନ୍ୟତା ଫେରିପାଇବା ନେଇ ଆମେ ଆଶା କରିଥିଲୁ। ଇତିମଧ୍ୟରେ ନିର୍ବାଚନ ଆସିଯାଇଛି। ଏହା ଉପରେ ଇଣ୍ଡିଆ ବ୍ଲକ୍ ଆଗକୁ ଲଢ଼େଇ ଜାରି ରଖିବ। ଜମ୍ମୁ-କଶ୍ମୀରବାସୀଙ୍କ ସହ ମୋ ସମ୍ପର୍କ ରାଜନୈତିକ ନୁହେଁ, ବରଂ ପ୍ରେମର। ମୋ ପାରିବାରିକ ମୂଳ ଜମ୍ମୁ-କଶ୍ମୀରରେ। ତେଣୁ ଆପଣମାନେ ସବୁବେଳେ ମୋତେ ଦିଲ୍ଲୀରେ ନିଜର ଜଣେ ସିପାହି ବୋଲି ମନେକରିବା ଉଚିତ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। ଲୋକ ସଭା ନିର୍ବାଚନରେ ଭାଜପାର ଦୁର୍ବଳ ପ୍ରଦର୍ଶନ ପରେ ମୋଦିଙ୍କ ହାବଭାବ ଓ ଆମତ୍ବିଶ୍ୱାସରେ ପରିବର୍ତ୍ତନ ଆସିଥିବା ରାହୁଲ କହିଛନ୍ତି।
ଜମ୍ମୁ-କଶ୍ମୀର ବିଧାନସଭାର ସମସ୍ତ ୯୦ ଆସନରେ କଂଗ୍ରେସ ଏବଂ ନ୍ୟାଶନାଲ କନ୍ଫରେନ୍ସ (ଏନ୍ସି) ମଧ୍ୟରେ ମେଣ୍ଟ ଚୂଡ଼ାନ୍ତ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବ୍ଦୁଲ୍ଲା ସୂଚନା ଦେଇଛନ୍ତି। ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏନ୍ସି ଅଧ୍ୟକ୍ଷ ଫାରୁକ୍ଙ୍କ ବାସଭବନରେ ଆଲୋଚନା କରିବା ପରେ ସେ ଏହି ଘୋଷଣା କରିଛନ୍ତି।
ଜମ୍ମୁ-କଶ୍ମୀର ବିଧାନସଭାର ୯୦ ଆସନ ପାଇଁ ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ରେ ୩ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଭୋଟ ଗଣତି ଅକ୍ଟୋବର ୪ରେ କରାଯିବ। ଏହା ପୂର୍ବରୁ ଖାର୍ଗେ ଓ ରାହୁଲ ମେଣ୍ଟ ଆଲୋଚନା ପାଇଁ ୨ ଦିନିଆ କଶ୍ମୀର ଗସ୍ତ କରିଛନ୍ତି। ସେମାନଙ୍କ ସହ ଗୁରୁବାର ଆଲୋଚନା ପରେ ବିରୋଧୀ ଇଣ୍ଡିଆ ମେଣ୍ଟର ଅନ୍ୟତମ ବରିଷ୍ଠ ନେତା ଫାରୁକ୍ ଗଣମାଧ୍ୟମକୁ କହିଛନ୍ତି, ସୌହାର୍ଦ୍ଦ୍ୟପୂର୍ଣ୍ଣ ବୈଠକ ଥିଲା। ମେଣ୍ଟ ହେବ ଓ ସୁରୁଖୁରୁରେ ଚାଲିବ। ବିଧାନସଭାର ସମସ୍ତ ୯୦ ଆସନ ପାଇଁ ମେଣ୍ଟ ଚୂଡ଼ାନ୍ତ ହୋଇଛି। ସିପିଆଇଏମ୍ର ଏମ୍ଓ୍ବାଇ ତାରିଗାମୀ ମଧ୍ୟ ଆମ ସହିତ ଅଛନ୍ତି। ଆଶା କରୁଛି, ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସେମାନେ ଆମକୁ ବିପୁଳ ଭୋଟରେ ବିଜୟୀ କରାଇବେ। ଆମ ପାଇଁ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଭାଜନବାଦୀ ଶକ୍ତି ବିରୋଧରେ ଲଢ଼େଇ କରିବା ଆମର ମିଳିତ କାର୍ଯ୍ୟସୂଚୀ। ତେବେ ପିଡିପି ସହ ମେଣ୍ଟ ସମ୍ଭାବନାକୁ ଫାରୁକ୍ ଅସ୍ବୀକାର କରିନାହାନ୍ତି।
The post ‘କଶ୍ମୀର ସହ ମୋର ରହିଛି ରକ୍ତ ସମ୍ପର୍କ’ appeared first on Dharitri Odia News.