କାକଟପୁରରେ କୌଣସି ଦଳ ଦେଇନାହାନ୍ତି ପ୍ରାର୍ଥୀ: ଚିନ୍ତାରେ ନେତା, କର୍ମୀ

ଭୁବନେଶ୍ୱର,୪।୧୨: ପୁରୀ ଜିଲା କାକଟପୁର ବିଧାନସଭା ଆସନ ପାଇଁ କୌଣସି ରାଜନୈତିକ ଦଳ ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହିଁ। ବିଜେଡି ଚତୁର୍ଥ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲେ ମଧ୍ୟ କାକଟପୁରକୁ ନେଇ ପ୍ରାର୍ଥୀ ଦେଇନାହିଁ। ବିଜେଡିର ଦୁର୍ଗ ଭାବେ ପରିଚିତ ଏହି ଆସନରୁ ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ଏଥର କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଅନ୍ୟପକ୍ଷେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ମଧ୍ୟ […] The post କାକଟପୁରରେ କୌଣସି ଦଳ ଦେଇନାହାନ୍ତି ପ୍ରାର୍ଥୀ: ଚିନ୍ତାରେ ନେତା, କର୍ମୀ appeared first on Dharitri Odia News.

କାକଟପୁରରେ କୌଣସି ଦଳ ଦେଇନାହାନ୍ତି ପ୍ରାର୍ଥୀ: ଚିନ୍ତାରେ ନେତା, କର୍ମୀ

ଭୁବନେଶ୍ୱର,୪।୧୨: ପୁରୀ ଜିଲା କାକଟପୁର ବିଧାନସଭା ଆସନ ପାଇଁ କୌଣସି ରାଜନୈତିକ ଦଳ ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହିଁ। ବିଜେଡି ଚତୁର୍ଥ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲେ ମଧ୍ୟ କାକଟପୁରକୁ ନେଇ ପ୍ରାର୍ଥୀ ଦେଇନାହିଁ। ବିଜେଡିର ଦୁର୍ଗ ଭାବେ ପରିଚିତ ଏହି ଆସନରୁ ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ଏଥର କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି।

ଅନ୍ୟପକ୍ଷେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ମଧ୍ୟ କାକଟପୁର ବିଧାନସଭା ଆସନ ପାଇଁ ଆଶାୟୀ ରହିଥିବା ଜଣାପଡିଛି। ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ଥିଲେ। ୨୦୧୯ରେ ତାଙ୍କ ଟିକେଟ କାଟି ଦଳ ତୁଷାରକାନ୍ତିଙ୍କୁ ଟିକେଟ ଦିଆଯାଇଥିଲା । ଏଥର ଏହି ଦୁଇ ନେତାଙ୍କ ମଧ୍ୟରୁ କାହାକୁ ଟିକଟ ମିଳିବ ଏହାକୁ ନେଇ ସନ୍ଦେହ ଦେଖାଦେଇଛି। ସେହିପରି ୨୦୧୯ରେ ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସରୁ ଏଥର କିଏ ହେବ ପ୍ରାର୍ଥୀ ତାହା ମଧ୍ୟ ଘୋଷଣା ହୋଇ ନାହିଁ ।

ଗତ ନିର୍ବାଚନରେ ବିଶ୍ୱଭୂଷଣ ଦାସ ୪୮ ହଜାର ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ମାତ୍ର ଗତ କିଛି ଦିନ ତଳେ ସେ ଭାଜପାରେ ସାମିଲ ହୋଇଛନ୍ତି। ବର୍ତ୍ତମାନ ସେ ଭାଜପା ଟିକେଟ ପାଇ ଦାବିଦାର ରହିଛନ୍ତି । ଏପରିକି କଂଗ୍ରେସରୁ ମଧ୍ୟ ପ୍ରାର୍ଥୀ କିଏ ହେବ ସେନେଇ ସଂକଟ ଲାଗି ରହିଛି। ଅନ୍ୟପକ୍ଷେ କାକଟପୁର ଆସନରେ ତିନି ପ୍ରମୁଖ ଦଳର କିଏ ପ୍ରାର୍ଥୀ ହେବେ ସେନେଇ ମଧ୍ୟ କଳ୍ପନାଜଳ୍ପନା ଲାଗିରହିଛି

The post କାକଟପୁରରେ କୌଣସି ଦଳ ଦେଇନାହାନ୍ତି ପ୍ରାର୍ଥୀ: ଚିନ୍ତାରେ ନେତା, କର୍ମୀ appeared first on Dharitri Odia News.