କାଙ୍ଗାଳ ପାକିସ୍ତାନ: ୪ ମାସ ହେବ କ୍ରିକେଟର୍ଙ୍କୁ ମିଳିନି ଦରମା
ଇସଲାମାବାଦ୍,୪।୧୦: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ରେ ବିବାଦ ଶେଷ ହେବାର ନାଁ ଧରୁନି। ପାକିସ୍ତାନର ଅନେକ ତାରକା ଖେଳାଳିଙ୍କୁ ଗତ ଚାରିମାସ ଧରି ଦରମା ଦିଆଯାଇ ନାହିଁ। ଏହି ଆର୍ଥିକ ସଙ୍କଟ ଏପରି ଏକ ସମୟରେ ଆସିଛି ଯେତେବେଳେ ପାକିସ୍ତାନ ଦଳରେ ସବୁକିଛି ଠିକ ଚାଲିନାହିଁ। ଗତ ଏକ ବର୍ଷ ଧରି ଆଇସିସି ଟୁର୍ନାମେଣ୍ଟରେ ଦଳର ପ୍ରଦର୍ଶନ ଖରାପ ରହିଛି। ଖେଳାଳିଙ୍କ ଦରମା ବିଳମ୍ବ ହେତୁ ପିସିବିର ଆର୍ଥିକ ପରିଚାଳନା ଏବଂ ସ୍ଥିରତା ଉପରେ ଗୁରୁତର ପ୍ରଶ୍ନ […] The post କାଙ୍ଗାଳ ପାକିସ୍ତାନ: ୪ ମାସ ହେବ କ୍ରିକେଟର୍ଙ୍କୁ ମିଳିନି ଦରମା appeared first on Dharitri Odia News.
ଇସଲାମାବାଦ୍,୪।୧୦: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ରେ ବିବାଦ ଶେଷ ହେବାର ନାଁ ଧରୁନି। ପାକିସ୍ତାନର ଅନେକ ତାରକା ଖେଳାଳିଙ୍କୁ ଗତ ଚାରିମାସ ଧରି ଦରମା ଦିଆଯାଇ ନାହିଁ। ଏହି ଆର୍ଥିକ ସଙ୍କଟ ଏପରି ଏକ ସମୟରେ ଆସିଛି ଯେତେବେଳେ ପାକିସ୍ତାନ ଦଳରେ ସବୁକିଛି ଠିକ ଚାଲିନାହିଁ। ଗତ ଏକ ବର୍ଷ ଧରି ଆଇସିସି ଟୁର୍ନାମେଣ୍ଟରେ ଦଳର ପ୍ରଦର୍ଶନ ଖରାପ ରହିଛି। ଖେଳାଳିଙ୍କ ଦରମା ବିଳମ୍ବ ହେତୁ ପିସିବିର ଆର୍ଥିକ ପରିଚାଳନା ଏବଂ ସ୍ଥିରତା ଉପରେ ଗୁରୁତର ପ୍ରଶ୍ନ ଉଠିଛି। ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଏହା ଦଳର ମନୋବଳ ଉପରେ ସମ୍ଭାବ୍ୟ ପ୍ରଭାବକୁ ନେଇ ଚିନ୍ତା ବଢାଇଛି।
ବାବର ଆଜମ, ମହମ୍ମଦ ରିଜୱାନ ଏବଂ ଶାହିନ ଆଫ୍ରିଦିଙ୍କ ସମେତ ଦଳର ଖେଳାଳିଙ୍କୁ ଜୁଲାଇରୁ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ଦରମା ପ୍ରଦାନ କରାଯାଇ ନାହିଁ। ଖେଳାଳିମାନେ ବାରମ୍ବାର ପିସିବିକୁ ମନେ ପକାଇ ଦେଇଛନ୍ତି, କିନ୍ତୁ ସେମାନଙ୍କର ବକେୟା ଦରମା କେବେ ଦିଆଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଆର୍ଥିକ ଚାପ ଖେଳାଳିଙ୍କୁ ଏକ କଠିନ ପରିସ୍ଥିତିରେ ଛାଡି ଦେଇଛି। ଏହା ସେମାନଙ୍କ ପ୍ରଦର୍ଶନ ଉପରେ ପ୍ରଭାବ ପକାଇଛି। କେବଳ ପୁରୁଷ ଦଳ ନୁହେଁ, ପାକିସ୍ତାନ ମହିଳା କ୍ରିକେଟ ଦଳ ମଧ୍ୟ ଚାରି ମାସର ବେତନ ବକେୟା ରହିଛି। ପାକିସ୍ତାନ ମହିଳା କ୍ରିକେଟ ଦଳ ବର୍ତ୍ତମାନ ମହିଳା ଟି-୨୦ ବିଶ୍ୱକପରେ ଅଂଶଗ୍ରହଣ କରୁଛି ଏବଂ ଗୁରୁବାର ଏହା ଶ୍ରୀଲଙ୍କାକୁ ପରାସ୍ତ କରିଛି।
The post କାଙ୍ଗାଳ ପାକିସ୍ତାନ: ୪ ମାସ ହେବ କ୍ରିକେଟର୍ଙ୍କୁ ମିଳିନି ଦରମା appeared first on Dharitri Odia News.