କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌କୁ ଧକ୍କା ଦେଲା ମାଲ୍‌ବାହୀ ଟ୍ରେନ୍‌: କିଛି ବଗି ଲାଇନ୍‌ଚ୍ୟୁତ, ଉଦ୍ଧାର କାର୍ଯ୍ୟ ଜାରି

କୋଲକାତା,୧୭ା୬: ସୋମବାର ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଜଲପାଇଗୁଡ଼ିରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌କୁ ମାଲ୍‌ବାହୀ ଟ୍ରେନ୍‌ ଧକ୍କା ଦେଇଛି। ଫଳରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ର କିଛି ବଗି ଲାଇନ୍‌ଚ୍ୟୁତ ହୋଇଥିବା ଜଣାପଡ଼ିଛି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।   Watch: Two coaches of the Kanchanjungha Express derail after being hit by a goods train at Rangapani […] The post କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌କୁ ଧକ୍କା ଦେଲା ମାଲ୍‌ବାହୀ ଟ୍ରେନ୍‌: କିଛି ବଗି ଲାଇନ୍‌ଚ୍ୟୁତ, ଉଦ୍ଧାର କାର୍ଯ୍ୟ ଜାରି appeared first on Dharitri Odia News.

କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌କୁ ଧକ୍କା ଦେଲା ମାଲ୍‌ବାହୀ ଟ୍ରେନ୍‌: କିଛି ବଗି ଲାଇନ୍‌ଚ୍ୟୁତ, ଉଦ୍ଧାର କାର୍ଯ୍ୟ ଜାରି

କୋଲକାତା,୧୭ା୬: ସୋମବାର ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଜଲପାଇଗୁଡ଼ିରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌କୁ ମାଲ୍‌ବାହୀ ଟ୍ରେନ୍‌ ଧକ୍କା ଦେଇଛି। ଫଳରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ର କିଛି ବଗି ଲାଇନ୍‌ଚ୍ୟୁତ ହୋଇଥିବା ଜଣାପଡ଼ିଛି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।

 

ଏହି ଦୁର୍ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରିଛନ୍ତି। ମମତା କହିଛନ୍ତି, ଦାର୍ଜିଲିଂ ଜିଲାର ଫାନସିଦଓ୍ବୋ ଅଞ୍ଚଳରେ ଏକ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାର ଖବର ଶୁଣି ମୁଁ ସ୍ତବ୍ଧ ହୋଇଗଲି। ସହାୟତା ପାଇଁ ଘଟଣାସ୍ଥଳକୁ ଡିଏମ୍‌, ଏସ୍‌ପି, ଡାକ୍ତର, ଆମ୍ବୁଲାନ୍ସ ଏବଂ ବିପର୍ଯ୍ୟୟ ଦଳକୁ ପଠାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

The post କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌କୁ ଧକ୍କା ଦେଲା ମାଲ୍‌ବାହୀ ଟ୍ରେନ୍‌: କିଛି ବଗି ଲାଇନ୍‌ଚ୍ୟୁତ, ଉଦ୍ଧାର କାର୍ଯ୍ୟ ଜାରି appeared first on Dharitri Odia News.