କାଞ୍ଜିପାଣି ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ : ଜଣେ ମହିଳାଙ୍କ ସମେତ ୩ ଗୁରୁତର

ତେଲକୋଇ ୧୩।୫: କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ । ଭାରସାମ୍ୟ ହରାଇ ଘାଟି ରାସ୍ତାରେ ଓଲଟି ପଡିଥିଲା ବସ୍ । ଫଳରେ ଜଣେ ମହିଳାଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି । ଅନ୍ୟ ୧୦ରୁ ଉର୍ଦ୍ଧ୍ବ ଆହାତ ହୋଇଛନ୍ତି । ସମସ୍ତ ଗୁରୁତର ଓ ଆହତଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଯାତ୍ରୀବାହୀ ବସ୍‌ରେ ୪୫ରୁ ଉର୍ଦ୍ଧ୍ବ ଯାତ୍ରୀ ଥିଲେ । ଆହାତ ଓ ଗୁରୁତରଙ୍କ ମଧ୍ୟରେ ୭ ଜଣ ଛୋଟପିଲା ଥିବା ବେଳେ ୧୦ ଜଣ ମହିଳା ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । କେନ୍ଦୁଝରରୁ ରାଉରକେଲା ଯାଉଥିଲା ମା ବସ୍ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । You Can Read :ଚେକିଂ ବେଳେ କାର୍‌ରୁ ମିଳିଲା ବିପୁଳ ପରିମାଣର ଟଙ୍କା, ଡ୍ରାଇଭର ସମେତ ୨ ମହିଳା ଅଟକ

କାଞ୍ଜିପାଣି ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ : ଜଣେ ମହିଳାଙ୍କ ସମେତ ୩ ଗୁରୁତର

ତେଲକୋଇ ୧୩।୫: କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ । ଭାରସାମ୍ୟ ହରାଇ ଘାଟି ରାସ୍ତାରେ ଓଲଟି ପଡିଥିଲା ବସ୍ । ଫଳରେ ଜଣେ ମହିଳାଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି । ଅନ୍ୟ ୧୦ରୁ ଉର୍ଦ୍ଧ୍ବ ଆହାତ ହୋଇଛନ୍ତି । ସମସ୍ତ ଗୁରୁତର ଓ ଆହତଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଯାତ୍ରୀବାହୀ ବସ୍‌ରେ ୪୫ରୁ ଉର୍ଦ୍ଧ୍ବ ଯାତ୍ରୀ ଥିଲେ । ଆହାତ ଓ ଗୁରୁତରଙ୍କ ମଧ୍ୟରେ ୭ ଜଣ ଛୋଟପିଲା ଥିବା ବେଳେ ୧୦ ଜଣ ମହିଳା ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । କେନ୍ଦୁଝରରୁ ରାଉରକେଲା ଯାଉଥିଲା ମା ବସ୍ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

You Can Read :

ଚେକିଂ ବେଳେ କାର୍‌ରୁ ମିଳିଲା ବିପୁଳ ପରିମାଣର ଟଙ୍କା, ଡ୍ରାଇଭର ସମେତ ୨ ମହିଳା ଅଟକ