କାଠ ଫାଳିଆରେ ପିଟି ମା’ଙ୍କୁ ହତ୍ୟା

ଯୋଡ଼ା,୧୪ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ଲହଣ୍ଡା ମୁଣ୍ଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶନିବାର ସନ୍ଧ୍ୟା ୭ଟାରେ ସାହିର ଜନୈକ ବ୍ୟକ୍ତି ନିଜ ମା’ ଓ ଭଉଣୀଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଏଥିରେ ମା’ଙ୍କ ମୃତ୍ୟୁ ଘଟିଥିବା ବେଳେ ଭଉଣୀ ଗୁରୁତର ହୋଇଛନ୍ତି। ମୃତକ ସାହିର ଗୁରୁବାରୀ ମୁଣ୍ଡା ଓ ଭଉଣୀ ପାନୁମତି ମୁଣ୍ଡା(୧୨)। ପୋଲିସ ଅଭିଯୁକ୍ତ ପୁଅ ସିମଲ ମୁଣ୍ଡା(୧୭)ଙ୍କୁ ଅଟକ ରଖି ତଦନ୍ତ କରୁଛି। ପୋଲିସ ସୂଚନା […] The post କାଠ ଫାଳିଆରେ ପିଟି ମା’ଙ୍କୁ ହତ୍ୟା appeared first on Dharitri Odia News.

କାଠ ଫାଳିଆରେ ପିଟି ମା’ଙ୍କୁ ହତ୍ୟା

ଯୋଡ଼ା,୧୪ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ଲହଣ୍ଡା ମୁଣ୍ଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶନିବାର ସନ୍ଧ୍ୟା ୭ଟାରେ ସାହିର ଜନୈକ ବ୍ୟକ୍ତି ନିଜ ମା’ ଓ ଭଉଣୀଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଏଥିରେ ମା’ଙ୍କ ମୃତ୍ୟୁ ଘଟିଥିବା ବେଳେ ଭଉଣୀ ଗୁରୁତର ହୋଇଛନ୍ତି। ମୃତକ ସାହିର ଗୁରୁବାରୀ ମୁଣ୍ଡା ଓ ଭଉଣୀ ପାନୁମତି ମୁଣ୍ଡା(୧୨)। ପୋଲିସ ଅଭିଯୁକ୍ତ ପୁଅ ସିମଲ ମୁଣ୍ଡା(୧୭)ଙ୍କୁ ଅଟକ ରଖି ତଦନ୍ତ କରୁଛି।

ପୋଲିସ ସୂଚନା ଅନୁଯାୟୀ, ସିମଲ ସାରେ କୌଣସି କାରଣକୁ ନେଇ ମା’ଙ୍କ ସହ ଝଗଡ଼ା କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ମା’ଙ୍କୁ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଉଭଣୀ ବିରୋଧ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଆକ୍ରମଣରେ ମା’ ଗୁରୁବାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଭଉଣୀ ପାନୁମତି ଗୁରୁତର ଅବସ୍ଥାରେ ଘରେ ପଡ଼ିଥିଲେ। ଗ୍ରାମବାସୀ ପୋଲିସକୁ ଖବର ଦେବା ସହ ପାନୁମତିଙ୍କୁ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିଥିଲା। ଅଭିଯୁକ୍ତ ପୁଅଙ୍କୁ ଅଟକ ରଖି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।

The post କାଠ ଫାଳିଆରେ ପିଟି ମା’ଙ୍କୁ ହତ୍ୟା appeared first on Dharitri Odia News.