କାଠଯୋଡ଼ିରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ
କଟକ,୧୫ା୬(କାର୍ତ୍ତିକ ସାହୁ): କାଠଯୋଡ଼ି ନଦୀରେ ଗାଧୋଇବା ବେଳେ ପାଣିରେ ବୁଡ଼ିଯାଇ ନିଖୋଜ ଯୁବକଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଲେ ବାଦାମବାଡ଼ି ଥାନା ଅନ୍ତର୍ଗତ ପାଲାମଣ୍ଡପ ଅଞ୍ଚଳର ବିଶ୍ୱଜିତ୍ ପଲେଇ(୨୧)। ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନରେ ବିଶ୍ୱଜିତ୍ ଅନ୍ୟ ଦୁଇ ସାଙ୍ଗଙ୍କ ସହ ବାଇକ୍ରେ ନରାଜ ଆଡ଼େ ବୁଲିବାକୁ ଯାଇଥିଲେ। ଫେରିବା ସମୟରେ ସିଡିଏ ସେକ୍ଟର-୭ ବାଲିଘାଟ ନିକଟରେ ସେମାନେ ଅଟକିଥିଲେ। ରାସ୍ତା ପାର୍ଶ୍ୱରେ ଗାଡ଼ି ରଖି ତିନି ଜଣଯାକ କାଠଯୋଡ଼ି ନଦୀକୁ […] The post କାଠଯୋଡ଼ିରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ appeared first on Dharitri Odia News.
କଟକ,୧୫ା୬(କାର୍ତ୍ତିକ ସାହୁ): କାଠଯୋଡ଼ି ନଦୀରେ ଗାଧୋଇବା ବେଳେ ପାଣିରେ ବୁଡ଼ିଯାଇ ନିଖୋଜ ଯୁବକଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଲେ ବାଦାମବାଡ଼ି ଥାନା ଅନ୍ତର୍ଗତ ପାଲାମଣ୍ଡପ ଅଞ୍ଚଳର ବିଶ୍ୱଜିତ୍ ପଲେଇ(୨୧)।
ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନରେ ବିଶ୍ୱଜିତ୍ ଅନ୍ୟ ଦୁଇ ସାଙ୍ଗଙ୍କ ସହ ବାଇକ୍ରେ ନରାଜ ଆଡ଼େ ବୁଲିବାକୁ ଯାଇଥିଲେ। ଫେରିବା ସମୟରେ ସିଡିଏ ସେକ୍ଟର-୭ ବାଲିଘାଟ ନିକଟରେ ସେମାନେ ଅଟକିଥିଲେ। ରାସ୍ତା ପାର୍ଶ୍ୱରେ ଗାଡ଼ି ରଖି ତିନି ଜଣଯାକ କାଠଯୋଡ଼ି ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ନଦୀରେ ପାଣି ନଥିବାରୁ ସେମାନେ ବହୁ ଦୂର ଚାଲିଚାଲି ଯାଇଥିଲେ। ତେବେ ନଦୀର ଏକ ଗଭୀର ସ୍ଥାନରେ ସେମାନେ ଗାଧୋଉଥିବା ବେଳେ ବିଶ୍ୱଜିତ୍ ଗୋଡ଼ ଖସିଯିବାରୁ ସେ ବୁଡ଼ି ଯାଇଥିଲେ।
ଅନ୍ୟ ଦୁଇ ସାଙ୍ଗ ବିଶ୍ୱଜିତ୍ଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ତେବେ ସେମାନେ ଏ ସଂକ୍ରାନ୍ତରେ ପୋଲିସ ଓ ଦମକଳବାହିନୀକୁ ସହାୟତା ପାଇଁ ସୂଚନା ଦେଇଥିଲେ। ବିଡ଼ାନାସୀ ଦମକଳ ବାହିନୀ ଘଟଣାସ୍ଥଳରେ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ସମୟରେ ପହଞ୍ଚି ନଦୀ ମଧ୍ୟରେ ଖୋଜାଖୋଜି କରିଥିଲେ। ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ଖୋଜାଖୋଜି ଚାଲିଥିଲା। ତେବେ ରାତି ହୋଇଯାଇଥିବାରୁ ଖୋଜା ବନ୍ଦ ରଖାଯାଇଥିଲା। ଦମକଳ ବାହିନୀ କର୍ମଚାରୀମାନେ ଶନିବାର ସକାଳୁ ପୁଣି ନଦୀ ମଧ୍ୟରେ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ମୃତଦେହ ଉଦ୍ଧାର ହେବା ପରେ ଏସ୍ସିବି ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏନେଇ ମର୍କତନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
The post କାଠଯୋଡ଼ିରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ appeared first on Dharitri Odia News.