କାଦୁଅ ରାସ୍ତାରେ ଆଗକୁ ଗଡୁନି ଗାଡି, ଅସରାଏ ବର୍ଷାରେ NH-୨୬ରେ ବେହାଲ୍ ସ୍ଥିତି

କୋରାପୁଟ ୦୩/୪:  କାଦୁଅ ରାସ୍ତା ପାଇଁ ରାଜପଥ ଜାମ୍‌ । ଆଗକୁ ଗଡୁନି ଗାଡି ।  ରାସ୍ତାରେ ଆମ୍ବୁଲାନ୍ସ ସହ ଅଟକି ରହିଛି ଶହ ଶହ ଗାଡି । ଅସରାଏ ବର୍ଷାରେ ବେହାଲ  କୋରାପୁଟ ସୁନାବେଡା ସ୍ଥିତ NH-୨୬ । ୭କିଲୋମିଟର ଯାଏ ଶହ ଶହ ଗାଡି ଠିଆ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। କୋରାପୁଟ ବିଶାଖାପାଟଣା ୨୬ ନଂ ଜାତୀୟ ରାଜପଥ ଏକ ବ୍ୟସ୍ତବହୁଳ ରାସ୍ତା । ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ଗାଡି ମୋଟର ଯାତାୟତ କରୁଛି । ପ୍ରତିଦିନ ମାଲ ପରିବହନ ହେବା ସହ ଜରୁରୀକାଳୀନ ଗାଡି ଯିବାଆସିବା କରୁଛି । ଜାତୀୟ ରାଜପଥରେ କାମ ଚାଲୁଥିବାବେଳେ ବର୍ଷା ପରେ ଏଭଳି ସମସ୍ୟା ଉପୁଜିଛି । ଗତ ୧୫ ଦିନ ମଧ୍ୟରେ ୪ଥର ରାସ୍ତା ଜାମ୍‌ ହେଲାଣି । ଫଳରେ ଯାତାୟତ ପାଇଁ ନାନା ହୀନସ୍ତା ହେଉଛନ୍ତି ଲୋକେ । ରାସ୍ତା କାମ ଶୀଘ୍ର ସାରିବାକୁ ଦାବି ହୋଇଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।   

କାଦୁଅ ରାସ୍ତାରେ ଆଗକୁ ଗଡୁନି ଗାଡି, ଅସରାଏ ବର୍ଷାରେ NH-୨୬ରେ ବେହାଲ୍ ସ୍ଥିତି

କୋରାପୁଟ ୦୩/୪:  କାଦୁଅ ରାସ୍ତା ପାଇଁ ରାଜପଥ ଜାମ୍‌ । ଆଗକୁ ଗଡୁନି ଗାଡି ।  ରାସ୍ତାରେ ଆମ୍ବୁଲାନ୍ସ ସହ ଅଟକି ରହିଛି ଶହ ଶହ ଗାଡି । ଅସରାଏ ବର୍ଷାରେ ବେହାଲ  କୋରାପୁଟ ସୁନାବେଡା ସ୍ଥିତ NH-୨୬ । ୭କିଲୋମିଟର ଯାଏ ଶହ ଶହ ଗାଡି ଠିଆ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। 

କୋରାପୁଟ ବିଶାଖାପାଟଣା ୨୬ ନଂ ଜାତୀୟ ରାଜପଥ ଏକ ବ୍ୟସ୍ତବହୁଳ ରାସ୍ତା । ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ଗାଡି ମୋଟର 

ଯାତାୟତ କରୁଛି । ପ୍ରତିଦିନ ମାଲ ପରିବହନ ହେବା ସହ ଜରୁରୀକାଳୀନ ଗାଡି ଯିବାଆସିବା କରୁଛି । ଜାତୀୟ ରାଜପଥରେ କାମ ଚାଲୁଥିବାବେଳେ ବର୍ଷା ପରେ ଏଭଳି ସମସ୍ୟା ଉପୁଜିଛି । ଗତ ୧୫ ଦିନ ମଧ୍ୟରେ ୪ଥର ରାସ୍ତା ଜାମ୍‌ ହେଲାଣି । ଫଳରେ ଯାତାୟତ ପାଇଁ ନାନା ହୀନସ୍ତା ହେଉଛନ୍ତି ଲୋକେ । ରାସ୍ତା କାମ ଶୀଘ୍ର ସାରିବାକୁ ଦାବି ହୋଇଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।