କାନପୁରରେ କରୋନା କାଳ ଭଳି ଦୃଶ୍ୟ, ଶ୍ମଶାନରେ ସତ୍କାର ପାଇଁ ମୃତଦେହର ଲମ୍ବା ଲାଇନ୍‌

କାନପୁର,୨୦।୬: କୁହାଯାଏ ବୃଦ୍ଧ ତଥା ରୋଗୀମାନଙ୍କ ପାଇଁ ଶୀତଦିନଟି କାଳ ସାଜି ଆସିଥାଏ, ହେଲେ ଚଳିତ ବର୍ଷର ଗରମ ତା’ଠାରୁ ବଳି ଯାଇଛି। ଉତ୍ତରପ୍ରଦେଶରେ ଭୀଷଣ ଗରମ ପଡ଼ୁଥିବା ବେଳେ କାନପୁରରୁ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି, ଯାହାକି କରୋନା ସମୟର କଥାକୁ ମନେ ପକାଇ ଦେଇଛି। ବୁଧବାର କାନପୁରରେ ଶହ ଶହ ଶବ୍ଦ ଅନ୍ତିମ ସଂସ୍କାର କରାଯାଇଥିଲା। ଏହାପଛରେ ତାପମାତ୍ରା ବୃଦ୍ଧିକୁ ବଡ଼ କାରଣ ବୋଲି କୁହାଯାଉଛି। କାନପୁରରେ ଶବ ସତ୍କାର ପାଇଁ ଘାଟଗୁଡ଼ିକରେ ମୃତକଙ୍କ […] The post କାନପୁରରେ କରୋନା କାଳ ଭଳି ଦୃଶ୍ୟ, ଶ୍ମଶାନରେ ସତ୍କାର ପାଇଁ ମୃତଦେହର ଲମ୍ବା ଲାଇନ୍‌ appeared first on Dharitri Odia News.

କାନପୁରରେ କରୋନା କାଳ ଭଳି ଦୃଶ୍ୟ, ଶ୍ମଶାନରେ ସତ୍କାର ପାଇଁ ମୃତଦେହର ଲମ୍ବା ଲାଇନ୍‌

କାନପୁର,୨୦।୬: କୁହାଯାଏ ବୃଦ୍ଧ ତଥା ରୋଗୀମାନଙ୍କ ପାଇଁ ଶୀତଦିନଟି କାଳ ସାଜି ଆସିଥାଏ, ହେଲେ ଚଳିତ ବର୍ଷର ଗରମ ତା’ଠାରୁ ବଳି ଯାଇଛି। ଉତ୍ତରପ୍ରଦେଶରେ ଭୀଷଣ ଗରମ ପଡ଼ୁଥିବା ବେଳେ କାନପୁରରୁ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି, ଯାହାକି କରୋନା ସମୟର କଥାକୁ ମନେ ପକାଇ ଦେଇଛି। ବୁଧବାର କାନପୁରରେ ଶହ ଶହ ଶବ୍ଦ ଅନ୍ତିମ ସଂସ୍କାର କରାଯାଇଥିଲା। ଏହାପଛରେ ତାପମାତ୍ରା ବୃଦ୍ଧିକୁ ବଡ଼ କାରଣ ବୋଲି କୁହାଯାଉଛି।

କାନପୁରରେ ଶବ ସତ୍କାର ପାଇଁ ଘାଟଗୁଡ଼ିକରେ ମୃତକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ଏଠାରେ ଦିନକରେ ୩୩୧ଟି ମୃତଦେହର ଅନ୍ତିମ ସତ୍କାର କରାଯାଇଥିଲା। ଏହି ଦୃଶ୍ୟ କୋଭିଡ ସମୟକୁ ମନେ ପକାଇ ଦେଇଥିଲା, ଯେତେବେଳେ କରୋନା ସମୟରେ ଘାଟରେ ଏଭଳି ଭିଡ ଦେଖିବାକୁ ମିଳୁଥିଲା।

The post କାନପୁରରେ କରୋନା କାଳ ଭଳି ଦୃଶ୍ୟ, ଶ୍ମଶାନରେ ସତ୍କାର ପାଇଁ ମୃତଦେହର ଲମ୍ବା ଲାଇନ୍‌ appeared first on Dharitri Odia News.