କାନପୁରରେ ବର୍ଷା ବିଗାଡ଼ିବ ଭାରତ-ବାଂଲାଦେଶ ମ୍ୟାଚ୍, ଏମିତି ରହିପାରେ ୫ ଦିନର ପାଣିପାଗ
କାନପୁର: ଭାରତୀୟ ଦଳ ଘରୋଇ ମାଟିରେ ବାଂଲାଦେଶ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି। ଚେନ୍ନାଇରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ୨୮୦ ରନରେ ବିଜୟ ହାସଲ କରି ସିରିଜ୍ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଦ୍ଵିତୀୟ ମ୍ୟାଚ୍ ସେପ୍ଟେମ୍ବର ୨୭ରୁ କାନପୁରରେ ଖେଳାଯିବ। ମାତ୍ର ଏହା ପୂର୍ବରୁ ପ୍ରଶଂସକଙ୍କ ପାଇଁ ଆସିଛି ନିରାଶଜନକ ଖବର। କାନପୁର ଟେଷ୍ଟରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି ଏମିତି ହୁଏ ତେବେ ମ୍ୟାଚ୍ର ଫଳାଫଳ ବାହାରିବା ମୁସ୍କିଲ। ପ୍ରଶଂସକଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଥିବ ଯେ, କଣ ପାଞ୍ଚ ଦିନ ଯାଏ ବର୍ଷା ହେବ ? Accuweather.com ମୁତାବକ କାନପୁରରେ ସେପ୍ଟେମ୍ବର ୨୭ରେ ପ୍ରଥମ ଦିନ ଖେଳରେ ୯୨ ପ୍ରତିଶତ ବର୍ଷା ହେବାର ଆଶଙ୍କା ରହିଛି। ଏହି ଦିନ ସର୍ବାଧିକ ତାପମାତ୍ରା ପାଖାପାଖି ୨୯ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିପାରେ। ଆକାଶରେ ବାଦଲ ଛାଇ ରହିବାର ୯୯ ପ୍ରତିଶତ ଆଶଙ୍କା ରହିଛି। ପବନର ବେଗ ଘଣ୍ଟା ପ୍ରତି ୩୨ କିଲୋମିଟର ରହିପାରେ।Also read: ଜସପ୍ରୀତ ବୁମ୍ରା; ମାତ୍ର ୭ ରନ୍ କରି ବ୍ୟାଟରେ ଷ୍ଟିକର ଲଗାଇବାକୁ କଲେ ଅନୁରୋଧAccuweather ଅନୁଯାୟୀ, ଦ୍ଵିତୀୟ ଟେଷ୍ଟର ପ୍ରଥମ ୩ ଦିନ ପର୍ଯ୍ୟନ୍ତ ସବୁଠୁ ଅଧିକ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ପ୍ରଥମ ଦିନ ୯୨ ପ୍ରତିଶତ, ଦ୍ଵିତୀୟ ଦିନ ୮୦ ପ୍ରତିଶତ ଓ ତୃତୀୟ ଦିନ ୫୯ ପ୍ରତିଶତ ବର୍ଷା ହେବାର ଆଶଙ୍କ
କାନପୁର: ଭାରତୀୟ ଦଳ ଘରୋଇ ମାଟିରେ ବାଂଲାଦେଶ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି। ଚେନ୍ନାଇରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ୨୮୦ ରନରେ ବିଜୟ ହାସଲ କରି ସିରିଜ୍ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଦ୍ଵିତୀୟ ମ୍ୟାଚ୍ ସେପ୍ଟେମ୍ବର ୨୭ରୁ କାନପୁରରେ ଖେଳାଯିବ। ମାତ୍ର ଏହା ପୂର୍ବରୁ ପ୍ରଶଂସକଙ୍କ ପାଇଁ ଆସିଛି ନିରାଶଜନକ ଖବର।
କାନପୁର ଟେଷ୍ଟରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି ଏମିତି ହୁଏ ତେବେ ମ୍ୟାଚ୍ର ଫଳାଫଳ ବାହାରିବା ମୁସ୍କିଲ। ପ୍ରଶଂସକଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଥିବ ଯେ, କଣ ପାଞ୍ଚ ଦିନ ଯାଏ ବର୍ଷା ହେବ ? Accuweather.com ମୁତାବକ କାନପୁରରେ ସେପ୍ଟେମ୍ବର ୨୭ରେ ପ୍ରଥମ ଦିନ ଖେଳରେ ୯୨ ପ୍ରତିଶତ ବର୍ଷା ହେବାର ଆଶଙ୍କା ରହିଛି। ଏହି ଦିନ ସର୍ବାଧିକ ତାପମାତ୍ରା ପାଖାପାଖି ୨୯ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିପାରେ। ଆକାଶରେ ବାଦଲ ଛାଇ ରହିବାର ୯୯ ପ୍ରତିଶତ ଆଶଙ୍କା ରହିଛି। ପବନର ବେଗ ଘଣ୍ଟା ପ୍ରତି ୩୨ କିଲୋମିଟର ରହିପାରେ।
Also read: ଜସପ୍ରୀତ ବୁମ୍ରା; ମାତ୍ର ୭ ରନ୍ କରି ବ୍ୟାଟରେ ଷ୍ଟିକର ଲଗାଇବାକୁ କଲେ ଅନୁରୋଧ
Accuweather ଅନୁଯାୟୀ, ଦ୍ଵିତୀୟ ଟେଷ୍ଟର ପ୍ରଥମ ୩ ଦିନ ପର୍ଯ୍ୟନ୍ତ ସବୁଠୁ ଅଧିକ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ପ୍ରଥମ ଦିନ ୯୨ ପ୍ରତିଶତ, ଦ୍ଵିତୀୟ ଦିନ ୮୦ ପ୍ରତିଶତ ଓ ତୃତୀୟ ଦିନ ୫୯ ପ୍ରତିଶତ ବର୍ଷା ହେବାର ଆଶଙ୍କା ରହିଛି। ଶେଷ ଦୁଇ ଦିନରେ ୩ ଏବଂ ୧ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ମ୍ୟାଚ୍ର ପ୍ରଥମ ଦୁଇ ଦିନ ଖେଳ ଆରମ୍ଭ ହେବା ନେଇ ମୁସ୍କିଲ ଲାଗୁଛି।
କାନପୁର ଟେଷ୍ଟରେ ବର୍ଷା ଆଶଙ୍କା
ସେପ୍ଟେମ୍ବର ୨୭- ୯୨ ପ୍ରତିଶତ
ସେପ୍ଟେମ୍ବର ୨୮- ୮୦ ପ୍ରତିଶତ
ସେପ୍ଟେମ୍ବର ୨୯- ୫୬ ପ୍ରତିଶତ
ସେପ୍ଟେମ୍ବର ୩୦- ୩ ପ୍ରତିଶତ
ଅକ୍ଟୋବର ୧- ୧ ପ୍ରତିଶତ
ଦ୍ଵିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ଯଶସ୍ଵୀ ଜୟସ୍ଵାଲ, ଶୁଭମନ ଗିଲ୍, ବିରାଟ କୋହଲି, କେଏଲ ରାହୁଲ, ସରଫରାଜ ଖାନ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଧ୍ରୁବ ଜୁରେଲ(ଓ୍ଵିକେଟ୍ କିପର), ରବିଚନ୍ଦ୍ରନ ଅଶ୍ଵିନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ, ଯଶପ୍ରୀତ ବୁମରା ଓ ୟଶ ଦୟାଲ