କାନାଡରେ ବଢିଛି ଚୋରଙ୍କ ଉତ୍ପାତ, ବୀମା ଦେଇ ଥକିଲେଣି କମ୍ପାନୀ
ଅଟ୍ଟାୱା, ୧୧/୦୭: କୌଣସି ଗରିବ କିମ୍ବା ପଛୁଆ ଦେଶ ନୁହେଁ । କାନାଡା ଭଳି ବିକଶିତ ଦେଶରେ କାର୍ ଚୋରି ଏକ ବଡ଼ ସମସ୍ୟାରେ ପରିଣତ ହୋଇଛି । ଏପରିକି ଇନସ୍ୟୁରାନ୍ସ ବ୍ୟୁରୋ ଅଫ୍ କାନାଡା ଏହାକୁ ‘ଜାତୀୟ ସଙ୍କଟ’ ବୋଲି ଘୋଷଣା କରିଛି । ତଥ୍ୟ ଅନୁସାରେ ୨୦୦୨ରେ କାନାଡାରେ ୧,୦୫,୦୦୦ କାର୍ ଚୋରି ହୋଇଛି । ଅର୍ଥାତ ପ୍ରତି ୫ ମିନିଟ୍ରେ ଗୋଟିଏ ଲେଖାଏ କାର୍ ଚୋରି ହେଉଛି । ଚୋରିର ଶିକାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ କାନାଡାର ଆଇନ ମନ୍ତ୍ରୀ ବି ଅଛନ୍ତି । ତାଙ୍କ ସରକାରୀ ଟୟୋଟା କାର୍କୁ ଚୋରମାନେ ଦୁଇ ଥର ଚୋରି କରିଛନ୍ତି । କିଛି ମାସ ପୂର୍ବରୁ ଇଣ୍ଟରପୋଲ ଏକ ତାଲିକା ଜାରି କରିଥିଲା । ଏହି ତାଲିକାରେ ୧୩୭ ଦେଶ ଏପରି ଥିଲେ ଯେଉଁଠି କାର୍ ଚୋରି ମାମଲା ବେଶ ବ୍ୟାପକ । ତାଲିକାର ଶୀର୍ଷ ୧୦ ଦେଶ ଭିତରେ କାନାଡା ରହିଛି । ଇଣ୍ଟରପୋଲ ପ୍ରବକ୍ତାଙ୍କ କହିବା ଅନୁସାରେ, ଏହି କାର୍ ଚୋରି ହେବା ପରେ ତାହାକୁ ହିଂସକ ଅପରାଧରେ ବ୍ୟବହାର କରାଯାଇଥାଏ । କାର୍କୁ କାନାଡାରେ ହିଁ ବିକ୍ରି କରିଦିଆଯାଏ ନଚେତ ତାହାକୁ ଅନ୍ୟ ଦେଶକୁ ପଠାଇ ଦିଆଯାଏ । ଇଣ୍ଟରପୋଲ ବିଭିନ୍ନ ଦେଶରୁ ଚୋରି ହୋଇଥିବା କାର୍ ମଧ୍ୟରୁ ୧,୫୦୦ କାର୍ର ପତ୍ତା ଲଗାଇଛି, ଯାହା କି କାନାଡାରୁ ଚୋରି ହୋଇଥିଲା । ସେହିପରି ୨ ଶହ କାର୍ର ଠିକଣା ପ୍ରତି ସପ୍ତାହରେ ଅନ୍ୟ ଦେଶରେ ଠାବ ହୋଇଥିଲା । ଇନସ୍ୟୁରାନ୍ସ ବ୍ୟୁରୋ ଅଫ୍ କାନାଡା ଅନୁସାରେ, କାର୍ ଚୋରି ମାମଲର
ଅଟ୍ଟାୱା, ୧୧/୦୭: କୌଣସି ଗରିବ କିମ୍ବା ପଛୁଆ ଦେଶ ନୁହେଁ । କାନାଡା ଭଳି ବିକଶିତ ଦେଶରେ କାର୍ ଚୋରି ଏକ ବଡ଼ ସମସ୍ୟାରେ ପରିଣତ ହୋଇଛି । ଏପରିକି ଇନସ୍ୟୁରାନ୍ସ ବ୍ୟୁରୋ ଅଫ୍ କାନାଡା ଏହାକୁ ‘ଜାତୀୟ ସଙ୍କଟ’ ବୋଲି ଘୋଷଣା କରିଛି । ତଥ୍ୟ ଅନୁସାରେ ୨୦୦୨ରେ କାନାଡାରେ ୧,୦୫,୦୦୦ କାର୍ ଚୋରି ହୋଇଛି । ଅର୍ଥାତ ପ୍ରତି ୫ ମିନିଟ୍ରେ ଗୋଟିଏ ଲେଖାଏ କାର୍ ଚୋରି ହେଉଛି ।
ଚୋରିର ଶିକାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ କାନାଡାର ଆଇନ ମନ୍ତ୍ରୀ ବି ଅଛନ୍ତି । ତାଙ୍କ ସରକାରୀ ଟୟୋଟା କାର୍କୁ
ଚୋରମାନେ ଦୁଇ ଥର ଚୋରି କରିଛନ୍ତି । କିଛି ମାସ ପୂର୍ବରୁ ଇଣ୍ଟରପୋଲ ଏକ ତାଲିକା ଜାରି କରିଥିଲା । ଏହି ତାଲିକାରେ ୧୩୭ ଦେଶ ଏପରି ଥିଲେ ଯେଉଁଠି କାର୍ ଚୋରି ମାମଲା ବେଶ ବ୍ୟାପକ । ତାଲିକାର ଶୀର୍ଷ ୧୦ ଦେଶ ଭିତରେ କାନାଡା ରହିଛି । ଇଣ୍ଟରପୋଲ ପ୍ରବକ୍ତାଙ୍କ କହିବା ଅନୁସାରେ, ଏହି କାର୍ ଚୋରି ହେବା ପରେ ତାହାକୁ ହିଂସକ ଅପରାଧରେ ବ୍ୟବହାର କରାଯାଇଥାଏ ।
କାର୍କୁ କାନାଡାରେ ହିଁ ବିକ୍ରି କରିଦିଆଯାଏ ନଚେତ ତାହାକୁ ଅନ୍ୟ ଦେଶକୁ ପଠାଇ ଦିଆଯାଏ । ଇଣ୍ଟରପୋଲ ବିଭିନ୍ନ ଦେଶରୁ ଚୋରି ହୋଇଥିବା କାର୍ ମଧ୍ୟରୁ ୧,୫୦୦ କାର୍ର ପତ୍ତା ଲଗାଇଛି, ଯାହା କି କାନାଡାରୁ ଚୋରି ହୋଇଥିଲା । ସେହିପରି ୨ ଶହ କାର୍ର ଠିକଣା ପ୍ରତି ସପ୍ତାହରେ ଅନ୍ୟ ଦେଶରେ ଠାବ ହୋଇଥିଲା ।
ଇନସ୍ୟୁରାନ୍ସ ବ୍ୟୁରୋ ଅଫ୍ କାନାଡା ଅନୁସାରେ, କାର୍ ଚୋରି ମାମଲରେ ବୀମା କମ୍ପାନୀଗୁଡ଼ିକୁ ଗତ ବର୍ଷ ୧ ବିଲିୟନ ଆମେରିକୀୟ ଡଲାରଠାରୁ ବି ଅଧିକ ବୀମା ଅର୍ଥ ଦେବାକୁ ପଡ଼ିଛି । ଏହା କାନାଡା ପାଇଁ ଏପରି ସଙ୍କଟରେ ପରିଣତ ହୋଇଛି ଯେ, ଦେଶର ପୁଲିସ ଅଧିକାରୀମାନେ ଗାଡ଼ି ଚୋରିରୁ ବର୍ତ୍ତିବା ପାଇଁ ସାରା ଦେଶରେ ସାର୍ବଜନିନ ବୁଲେଟିନ୍ ଜାରି କରିଛି । କାନାଡା ଲୋକେ ନିଜ କାର୍ର ସୁରକ୍ଷା ପାଇଁ ନିଜେ ଅଭିନବ ଉପାୟମାନ ବାଛୁଥିବା ଦେଖାଯାଇଛି ।
ଏପରିକି କେତେଜଣ କାର୍ ଜଗିବା ପାଇଁ ସୁରକ୍ଷାକର୍ମୀ ମଧ୍ୟ ମୁତୟନ କରିଛନ୍ତି । କାନାଡାର ମିସିସାଗା ସହରରେ ରହୁଥିବା ନୌମାନ୍ ଖାନ୍ଙ୍କ କହିବା ଅନୁସାରେ, କାର୍ ଚୋରିରୁ ବର୍ତ୍ତିବା ପାଇଁ ସେ ଏବଂ ତାଙ୍କ ଭାଇ ତାଙ୍କର ଦୁଇଟି ଯାକ ବିଳାସପୂର୍ଣ୍ଣ କାର୍ ବିକି ଦେଇଛନ୍ତି । ଏବେ କେବଳ କମ୍ ଦାମ୍ର ଗାଡ଼ିକୁ ସେମାନେ ବ୍ୟବହାର କରୁଛନ୍ତି । ୟୁଏସ୍ ବ୍ୟୁରୋ ଅଫ୍ ଜଷ୍ଟିସ୍ ଷ୍ଟାଟିଷ୍ଟିକ୍ସ ଅନୁସାରେ, କାନାଡାରେ ଏତେ ସଂଖ୍ୟାରେ କାର୍
ଚୋରି ଚକିତ କରିବା ଭଳି । କାରଣ କାନାଡାର ଜନସଂଖ୍ୟା ଆମେରିକା, ବ୍ରିଟେନ ତୁଳନାରେ ବେଶ୍ କମ୍ । କୋଭିଡ୍ ମହାମାରୀ ପରଠାରୁ ଆମେରିକା, କାନାଡା, ବ୍ରିଟେନରେ କାର୍ ଚୋରି ସଂଖ୍ୟା ବଢ଼ିଛି । ୨୦୨୨ ରିପୋର୍ଟର ଅନୁସାରେ, ଆମେରିକାରେ ପ୍ରତି ୧ ଲକ୍ଷରେ ୩ ଶହ ଲୋକଙ୍କ କାର୍ ଚୋରି ହୋଇଛି । ସେହିପରି କାର୍ଗୁଡ଼ିକୁ ବାହାରକୁ ପଠାଇ ଦିଆଯାଉଥିବାରୁ ତାହାକୁ ଖୋଜିବା ପୋଲିସ ପାଇଁ କାଠିକର ପାଠ ହେଉଛି ।