କାନାଡା ନିର୍ବାଚନରେ ହସ୍ତକ୍ଷେପ ଅଭିଯୋଗକୁ ଭାରତ କହିଲା କପଟତା, ଦେଲା କଡା ଜବାବ
ନୂଆଦିଲ୍ଲୀ,୬।୪: କାନାଡାର ଗୁପ୍ତଚର ଏଜେନ୍ସି ସିଏସଆଇଏସ ଦ୍ୱାରା କରାଯାଇଥିବା ଅଭିଯୋଗ ଉପରେ ଭାରତ ଦୃଢ ପ୍ରତିକ୍ରିୟା ଦେଇଛି। ଭାରତ ଦେଶର ନିର୍ବାଚନରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଛି ବୋଲି କାନାଡା ଅଭିଯୋଗ କରିଛି। ଭାରତ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି। ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କାନାଡାର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଓଟାଓ୍ବାକୁ କପଟୀ ବୋଲି ଅଭିହିତ କରିଛି। କାନାଡିଆନ ସିକ୍ୟୁରିଟି ଇଣ୍ଟେଲିଜେନ୍ସ ସର୍ଭିସ (ସିଏସଆଇଏସ) ରିପୋର୍ଟକୁ ଜବାବ ଦେଇ ବୈଦେଶିକ ମନ୍ତ୍ରଣାଳୟ […] The post କାନାଡା ନିର୍ବାଚନରେ ହସ୍ତକ୍ଷେପ ଅଭିଯୋଗକୁ ଭାରତ କହିଲା କପଟତା, ଦେଲା କଡା ଜବାବ appeared first on Dharitri Odia News.
ନୂଆଦିଲ୍ଲୀ,୬।୪: କାନାଡାର ଗୁପ୍ତଚର ଏଜେନ୍ସି ସିଏସଆଇଏସ ଦ୍ୱାରା କରାଯାଇଥିବା ଅଭିଯୋଗ ଉପରେ ଭାରତ ଦୃଢ ପ୍ରତିକ୍ରିୟା ଦେଇଛି। ଭାରତ ଦେଶର ନିର୍ବାଚନରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଛି ବୋଲି କାନାଡା ଅଭିଯୋଗ କରିଛି। ଭାରତ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି। ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କାନାଡାର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଓଟାଓ୍ବାକୁ କପଟୀ ବୋଲି ଅଭିହିତ କରିଛି।
କାନାଡିଆନ ସିକ୍ୟୁରିଟି ଇଣ୍ଟେଲିଜେନ୍ସ ସର୍ଭିସ (ସିଏସଆଇଏସ) ରିପୋର୍ଟକୁ ଜବାବ ଦେଇ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧିର ଜୟସୱାଲ କହିଛନ୍ତି ଯେ ଏହି ଅଭିଯୋଗଗୁଡ଼ିକର କୌଣସି ଆଧାର ନାହିଁ ଏବଂ ଅତୀତରେ ନୂଆଦିଲ୍ଲୀ ଘଟଣାରେ ଓଟାଓ୍ବାର ହସ୍ତକ୍ଷେପ ଅଛି। ସେ କହିଛନ୍ତି, ଆମେ କାନାଡା କମିଶନଙ୍କ ତଦନ୍ତ ବିଷୟରେ ମିଡିଆ ରିପୋର୍ଟ ଦେଖିଛୁ। କାନାଡା ନିର୍ବାଚନରେ ଭାରତୀୟ ହସ୍ତକ୍ଷେପର ଏପରି ଭିତ୍ତିହୀନ ଅଭିଯୋଗକୁ ଆମେ ଦୃଢ ଭାବରେ ପ୍ରତ୍ୟାଖ୍ୟାନ କରିଛୁ।
ସେ ଆହୁରି ମଧ୍ୟ କହିଛନ୍ତି, ଅନ୍ୟ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ଭାରତ ସରକାରଙ୍କ ନୀତି ନୁହେଁ। ଏହାର ସତ୍ୟତା ହେଉଛି, କାନାଡା ହିଁ ଆମର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରୁଛି।
The post କାନାଡା ନିର୍ବାଚନରେ ହସ୍ତକ୍ଷେପ ଅଭିଯୋଗକୁ ଭାରତ କହିଲା କପଟତା, ଦେଲା କଡା ଜବାବ appeared first on Dharitri Odia News.