କାନାଡା ପରେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବ କି ଆମେରିକା: ଆସିଲା ବଡ଼ ଅପଡେଟ୍ 

ନୂଆଦିଲ୍ଲୀ/ୱାଶିଂଟନ୍,୩୦/୧୦: ଶିଖ୍ ବିଚ୍ଛିନ୍ନତାବାଦୀ ହରଦୀପ ସିଂହ ନିଜର ହତ୍ୟା ମାମଲାରେ ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ସବୁଠାରୁ ଖରାପ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ଉଭୟ ଦେଶର କୂଟନୀତିଜ୍ଞଙ୍କୁ ବହିଷ୍କାର କରାଯାଇଛି। ସେପଟେ ଏବେ ଆମେରିକା ମଧ୍ୟ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାକୁ ଯାଉଛି ବୋଲି ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଛି ।   ଭାରତ ଓ କାନାଡା ମଧ୍ୟରେ ତିକ୍ତ ସମ୍ପର୍କ ମଧ୍ୟରେ ଓ୍ଵାସିଂଟନ୍ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାକୁ ଚିନ୍ତା କରୁଛି ବୋଲି […] The post କାନାଡା ପରେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବ କି ଆମେରିକା: ଆସିଲା ବଡ଼ ଅପଡେଟ୍  appeared first on Dharitri Odia News.

କାନାଡା ପରେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବ କି ଆମେରିକା: ଆସିଲା ବଡ଼ ଅପଡେଟ୍ 

ନୂଆଦିଲ୍ଲୀ/ୱାଶିଂଟନ୍,୩୦/୧୦: ଶିଖ୍ ବିଚ୍ଛିନ୍ନତାବାଦୀ ହରଦୀପ ସିଂହ ନିଜର ହତ୍ୟା ମାମଲାରେ ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ସବୁଠାରୁ ଖରାପ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ଉଭୟ ଦେଶର କୂଟନୀତିଜ୍ଞଙ୍କୁ ବହିଷ୍କାର କରାଯାଇଛି। ସେପଟେ ଏବେ ଆମେରିକା ମଧ୍ୟ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାକୁ ଯାଉଛି ବୋଲି ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଛି ।

 

ଭାରତ ଓ କାନାଡା ମଧ୍ୟରେ ତିକ୍ତ ସମ୍ପର୍କ ମଧ୍ୟରେ ଓ୍ଵାସିଂଟନ୍ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାକୁ ଚିନ୍ତା କରୁଛି ବୋଲି ଆମେରିକା ବୈଦେଶିକ ବିଭାଗ ଦାବିକୁ ଖଣ୍ଡନ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି, ସେ ଏଭଳି କୌଣସି ରିପୋର୍ଟ ବିଷୟରେ ଅବଗତ ନୁହଁନ୍ତି।

 

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜରଙ୍କ ହତ୍ୟା ମାମଲାର ତଦନ୍ତରେ କାନାଡା ସରକାର ଜଣେ ଭାରତୀୟ କୂଟନୀତିଜ୍ଞଙ୍କୁ ସମ୍ପୃକ୍ତ ବ୍ୟକ୍ତି ଭାବେ ଘୋଷଣା କରିବା ପରେ ଚଳିତ ମାସ ପ୍ରାରମ୍ଭରେ ଭାରତ କାନାଡାର ୬ ଜଣ କୂଟନୀତିଜ୍ଞଙ୍କୁ ଫେରାଇ ଆଣିଥିଲା।

ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁଙ୍କୁ ହତ୍ୟା ଷଡ଼ଯନ୍ତ୍ରରେ ଭୂମିକା ଗ୍ରହଣ କରିଥିବା ଜଣେ ପୂର୍ବତନ ଭାରତ ସରକାରୀ କର୍ମଚାରୀ ବିକାଶ ଯାଦବଙ୍କ ମାମଲା ଉପରେ ମଧ୍ୟ ଆମେରିକା ପ୍ରତିକ୍ରିୟା ରଖିଛି। ଯାଦବଙ୍କ ସମ୍ଭାବ୍ୟ ପ୍ରତ୍ୟର୍ପଣ ସମ୍ପର୍କରେ ପଚରାଯିବାରୁ ମିଲର କହିଛନ୍ତି, ପ୍ରତ୍ୟର୍ପଣ ଆମେରିକାର ନ୍ୟାୟ ବିଭାଗର ଅଧିକାର। ଆମେରିକା ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ସହ କଥାବାର୍ତ୍ତା କରୁଛି।

 

 

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, ଭାରତ ଏହାର ତଦନ୍ତସ୍ଥିତି ବିଷୟରେ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ପାଇଁ ଦୁଇ ସପ୍ତାହ ପୂର୍ବରୁ ଏକ ପ୍ରତିନିଧି ଦଳ ଆମେରିକା ପଠାଇଥିଲା। ଏହି ମାମଲାରେ ପ୍ରକୃତ ଉତ୍ତରଦାୟିତ୍ୱ ରହିବ ବୋଲି ଆମେରିକା ଭାରତୀୟ ପ୍ରତିପକ୍ଷଙ୍କୁ ସ୍ପଷ୍ଟ କରିଛି ବୋଲି ସେ କହିଛନ୍ତି।

The post କାନାଡା ପରେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବ କି ଆମେରିକା: ଆସିଲା ବଡ଼ ଅପଡେଟ୍  appeared first on Dharitri Odia News.