କାନାଡାରେ ଭାରତୀୟ ଯୁବକଙ୍କୁ ଗୁଳି ମାରି ହତ୍ୟା, କାର୍‌ ଭିତରୁ ମିଳିଲା ଶବ

ନୂଆଦିଲ୍ଲୀ: କାନାଡାର ବ୍ୟାଙ୍କୁବରରେ କାର୍ ଭିତରୁ ଜଣେ ୨୪ ବର୍ଷୀୟ ଭାରତୀୟ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।ସ୍ଥାନୀୟ ପୋଲିସର କହିବା ଅନୁଯାୟୀ, ତାଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି କିଛି ଅଜଣା ଦୁର୍ବୁତ୍ତ।ଯୁବକଙ୍କ ନାଁ ଚିରାଗ ଅନ୍ତିଲ। ଏହି ଘଟଣା ଏପ୍ରିଲ ୧୨ରେ ଘଟିଛି।ପୋଲିସ ଅନୁଯାୟୀ,  ସ୍ଥାନୀୟ ଲୋକେ ପ୍ରଥମେ ଗୁଳି ଶବ୍ଦ ଶୁଣିଥିଲେ, ଏହାପରେ ଯେତେବେଳେ ସେମାନେ କାର୍‌ ପାଖକୁ ଆସିଥିଲେ ସେତେବେ‌‌ଳେ କାର୍‌ ଭିତରୁ ଚିରାଗ ଅନ୍ତିଲଙ୍କୁ ମୃତ ପାଇଥିଲେ। ମାମଲାରେ ପୋଲିସ ଯାଞ୍ଚ ଜାରି ରହିଛି।ସୂଚନା ଅନୁଯାୟୀ, ଚିରାଗ ଅନ୍ତିଲ ୨୦୨୨ରେ ଏମବିଏ ପାଇଁ ଶିକ୍ଷା ଭିସାରେ ହରିୟାଣାର ସୋନୀପତରୁ ବ୍ୟାଙ୍କୁବର ଯାଇଥିଲେ। ସେ ଡିଗ୍ରୀ ପରେ ସେଠାରେ ଚାକିରି କରୁଥିଲେ।ସେପଟେ ମୃତ ଛାତ୍ରଙ୍କ ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ନ୍ୟାୟ ମାଗିବା ସହ ଅନ୍ତିମ ସଂସ୍କାର ପାଇଁ ମୃତଦେହ ଫେରାଇ ଆଣିବାକୁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି । ପୀଡ଼ିତଙ୍କ ଭାଇ ରୋନିତ କହିଛନ୍ତି ସେ ଏପ୍ରିଲ ୧୨ ତାରିଖ ସକାଳେ ଚିରାଗଙ୍କ ସହ କଥା ହୋଇଥିଲେ। 

କାନାଡାରେ ଭାରତୀୟ ଯୁବକଙ୍କୁ ଗୁଳି ମାରି ହତ୍ୟା, କାର୍‌ ଭିତରୁ ମିଳିଲା ଶବ

ନୂଆଦିଲ୍ଲୀ: କାନାଡାର ବ୍ୟାଙ୍କୁବରରେ କାର୍ ଭିତରୁ ଜଣେ ୨୪ ବର୍ଷୀୟ ଭାରତୀୟ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।ସ୍ଥାନୀୟ ପୋଲିସର କହିବା ଅନୁଯାୟୀ, ତାଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି କିଛି ଅଜଣା ଦୁର୍ବୁତ୍ତ।ଯୁବକଙ୍କ ନାଁ ଚିରାଗ ଅନ୍ତିଲ। ଏହି ଘଟଣା ଏପ୍ରିଲ ୧୨ରେ ଘଟିଛି।

ପୋଲିସ ଅନୁଯାୟୀ,  ସ୍ଥାନୀୟ ଲୋକେ ପ୍ରଥମେ ଗୁଳି ଶବ୍ଦ ଶୁଣିଥିଲେ, ଏହାପରେ ଯେତେବେଳେ ସେମାନେ କାର୍‌ ପାଖକୁ ଆସିଥିଲେ ସେତେବେ‌‌ଳେ କାର୍‌ ଭିତରୁ ଚିରାଗ ଅନ୍ତିଲଙ୍କୁ ମୃତ ପାଇଥିଲେ। ମାମଲାରେ ପୋଲିସ ଯାଞ୍ଚ ଜାରି ରହିଛି।

ସୂଚନା ଅନୁଯାୟୀ, ଚିରାଗ ଅନ୍ତିଲ ୨୦୨୨ରେ ଏମବିଏ ପାଇଁ ଶିକ୍ଷା ଭିସାରେ ହରିୟାଣାର ସୋନୀପତରୁ ବ୍ୟାଙ୍କୁବର ଯାଇଥିଲେ। ସେ ଡିଗ୍ରୀ ପରେ ସେଠାରେ ଚାକିରି କରୁଥିଲେ।ସେପଟେ ମୃତ ଛାତ୍ରଙ୍କ ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ନ୍ୟାୟ ମାଗିବା ସହ ଅନ୍ତିମ ସଂସ୍କାର ପାଇଁ ମୃତଦେହ ଫେରାଇ ଆଣିବାକୁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି । ପୀଡ଼ିତଙ୍କ ଭାଇ ରୋନିତ କହିଛନ୍ତି ସେ ଏପ୍ରିଲ ୧୨ ତାରିଖ ସକାଳେ ଚିରାଗଙ୍କ ସହ କଥା ହୋଇଥିଲେ।