କାନାରା ବ୍ୟାଙ୍କ ପକ୍ଷରୁ ଏମ୍ଏସ୍ଏମ୍ଇ ଆଉଟ୍ରିଚ ପ୍ରୋଗ୍ରାମ
ଭୁବନେଶ୍ୱର,୧୬।୧: କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଏକ ସ୍ବତନ୍ତ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ବା ଏମ୍ଏସ୍ଏମ୍ଇ ଆଉଟରିଚ ପ୍ରୋଗ୍ରାମ (କାର୍ଯ୍ୟକ୍ରମ) ନିକଟରେ ଆୟୋଜିତ ହୋଇଯାଇଛି। ଏପରିକି ବ୍ୟାଙ୍କର ମହାପ୍ରବନ୍ଧକ ତଥା ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦରଙ୍କ ବଳିଷ୍ଠ ମାର୍ଗଦର୍ଶନରେ ବ୍ୟାଙ୍କର ସମସ୍ତ କ୍ଷେତ୍ରୀୟ କାର୍ଯ୍ୟାଳୟ ଯଥା ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଏବଂ ଭଦ୍ରକଠାରେ ମଧ୍ୟ ‘ଏମ୍ଏସ୍ଏମ୍ଇ ଆଉଟ୍ରିଚ’ ପ୍ରୋଗାମ (କାର୍ଯ୍ୟକ୍ରମ) ଆୟୋଜନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବ ଭୁବନେଶ୍ୱରଠାରେ […] The post କାନାରା ବ୍ୟାଙ୍କ ପକ୍ଷରୁ ଏମ୍ଏସ୍ଏମ୍ଇ ଆଉଟ୍ରିଚ ପ୍ରୋଗ୍ରାମ appeared first on Dharitri Odia News.
ଭୁବନେଶ୍ୱର,୧୬।୧: କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଏକ ସ୍ବତନ୍ତ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ବା ଏମ୍ଏସ୍ଏମ୍ଇ ଆଉଟରିଚ ପ୍ରୋଗ୍ରାମ (କାର୍ଯ୍ୟକ୍ରମ) ନିକଟରେ ଆୟୋଜିତ ହୋଇଯାଇଛି। ଏପରିକି ବ୍ୟାଙ୍କର ମହାପ୍ରବନ୍ଧକ ତଥା ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦରଙ୍କ ବଳିଷ୍ଠ ମାର୍ଗଦର୍ଶନରେ ବ୍ୟାଙ୍କର ସମସ୍ତ କ୍ଷେତ୍ରୀୟ କାର୍ଯ୍ୟାଳୟ ଯଥା ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଏବଂ ଭଦ୍ରକଠାରେ ମଧ୍ୟ ‘ଏମ୍ଏସ୍ଏମ୍ଇ ଆଉଟ୍ରିଚ’ ପ୍ରୋଗାମ (କାର୍ଯ୍ୟକ୍ରମ) ଆୟୋଜନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବ ଭୁବନେଶ୍ୱରଠାରେ କରାଯାଇଥିବାବେଳେ ଭୁବନେଶ୍ୱର ମଣ୍ଡଳର ଉପ-ମହାପ୍ରବନ୍ଧକ ପି. ଠାକୁର ନାୟକ ଏବଂ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ-୧ର କ୍ଷେତ୍ରୀୟ ମୁଖ୍ୟ ତଥା ସହାୟକ ମହାପ୍ରବନ୍ଧକ ମହାମାୟା ପ୍ରସାଦ ରାଓ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୪୦ରୁ ଊର୍ଦ୍ଧ୍ୱ ଏମ୍ଏସ୍ଏମ୍ଇ ଗ୍ରାହକ ଅଂଶଗ୍ରହଣ କରିଥିଲେ। ଅପରପକ୍ଷରେ ମଞ୍ଚେଶ୍ୱର ଔଦୌଗିକ କ୍ଷେତ୍ରର ଅଧ୍ୟକ୍ଷ ପ୍ରମୋଦ କୁମାର ଦାଶ ଏବଂ ଓଡ଼ିଶା ପ୍ଲାଷ୍ଟିକ ପାଇପ୍ସ ମାନୁଫାକ୍ଚରିଂ ଆସୋସିଏଶନ୍ର ସଚିବ ନିକୁଞ୍ଜ ଛୋଟରାୟ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବିଶେଷ କରି ବ୍ୟାଙ୍କ ତା’ର ସମସ୍ତ ଗ୍ରାହକଙ୍କୁ ନୂତନ ଏମ୍ଏସ୍ଏମ୍ଇ ଯୋଜନା ଉପରେ ପ୍ରସ୍ତୁତି ଦିଆଯାଇଥିବାବେଳେ ୧୦ଜଣ ଗ୍ରାହକଙ୍କୁ ସ୍ବୀକୃତି ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।
The post କାନାରା ବ୍ୟାଙ୍କ ପକ୍ଷରୁ ଏମ୍ଏସ୍ଏମ୍ଇ ଆଉଟ୍ରିଚ ପ୍ରୋଗ୍ରାମ appeared first on Dharitri Odia News.