କାନ୍ଥ ପଡ଼ି ୨ ମହିଳାଙ୍କ ଜୀବନ ଗଲା, କୁନି ଝିଅ ଗୁରୁତର

ନୂଆପଡ଼ା,୬ା୭(ମକାରୁ ବେମାଲ): ନୂଆପଡ଼ା ଜିଲା ଲଖନା ଥାନା ଅଧୀନସ୍ଥ ଶିଲଭା ପଞ୍ଚାୟତ ପଟପରପାଲି ଗାଁରେ ରବିବାର କୁକୁଡ଼ା ଫାର୍ମ କାନ୍ଥ ପଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ପଟପରପାଲି ଗାଁର ରୂପେ ଶବର (୭୦),ବାଳମତି ଶବର (୨୮) ଓ ଅନ୍ୟ ଜଣେ ଗୁରୁତର ସିଦ୍ଧି ଶବର ( ୫) । ସୂଚନାନୁଯାୟୀ, କୋମନା ବ୍ଲକ ଲଖନା ଥାନା ଶିଲଭା ପଞ୍ଚାୟତ ପଟପରପାଳି ଗାଁର ଦିବାକର ଶବର (୩୦) ଏକ […] The post କାନ୍ଥ ପଡ଼ି ୨ ମହିଳାଙ୍କ ଜୀବନ ଗଲା, କୁନି ଝିଅ ଗୁରୁତର appeared first on Dharitri Odia News.

କାନ୍ଥ ପଡ଼ି ୨ ମହିଳାଙ୍କ ଜୀବନ ଗଲା, କୁନି ଝିଅ ଗୁରୁତର

ନୂଆପଡ଼ା,୬ା୭(ମକାରୁ ବେମାଲ): ନୂଆପଡ଼ା ଜିଲା ଲଖନା ଥାନା ଅଧୀନସ୍ଥ ଶିଲଭା ପଞ୍ଚାୟତ ପଟପରପାଲି ଗାଁରେ ରବିବାର କୁକୁଡ଼ା ଫାର୍ମ କାନ୍ଥ ପଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ପଟପରପାଲି ଗାଁର ରୂପେ ଶବର (୭୦),ବାଳମତି ଶବର (୨୮) ଓ ଅନ୍ୟ ଜଣେ ଗୁରୁତର ସିଦ୍ଧି ଶବର ( ୫) ।

ସୂଚନାନୁଯାୟୀ, କୋମନା ବ୍ଲକ ଲଖନା ଥାନା ଶିଲଭା ପଞ୍ଚାୟତ ପଟପରପାଳି ଗାଁର ଦିବାକର ଶବର (୩୦) ଏକ କୁକୁଡ଼ା ଫାର୍ମ କରିବା ପାଇଁ ଗୃହ ନିର୍ମାଣ କରୁଥିଲେ। ଘର ଛାତ କାର୍ଯ୍ୟ ପର୍ଯ୍ୟନ୍ତ ଯାଇ ଅଳ୍ପ କିଛି କାମ ରହିଥିଲା। ରବିବାର ପୂର୍ବାହ୍ନରେ ଦିବାକରଙ୍କ ସ୍ତ୍ରୀ ବାଳମତି, ଆଈ ରୂପେ ଓ ଝିଅ ସିଦ୍ଧି ଫାର୍ମ ପାଖକୁ ଯାଇ କାମ କରୁଥିବା ସମୟରେ ହଠାତ୍‌ କାନ୍ଥ ପଡ଼ି ଯିବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛି ।

The post କାନ୍ଥ ପଡ଼ି ୨ ମହିଳାଙ୍କ ଜୀବନ ଗଲା, କୁନି ଝିଅ ଗୁରୁତର appeared first on Dharitri Odia News.